ଜରାଜୀର୍ଣ୍ଣ ଅବସ୍ଥାରେ ଲାଜପତ ରାୟ ଆଇନ ମହାବିଦ୍ୟାଳୟ, କୁଳପତି ମାନୁନାହାନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ
Advertisement

ଜରାଜୀର୍ଣ୍ଣ ଅବସ୍ଥାରେ ଲାଜପତ ରାୟ ଆଇନ ମହାବିଦ୍ୟାଳୟ, କୁଳପତି ମାନୁନାହାନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ

୧୯୬୫ ମସିହାରେ ସମ୍ବଲପୁର ଠାରେ ଲାଜପତ ରାଏ ଲ' କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ  ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା କିନ୍ତୁ ପରବର୍ତ୍ତି ସମୟରେ ତାକୁ ସମ୍ବଲପୁର ବିଶ୍ୱବଦ୍ୟାଳୟ ଅଧିନକୁ ଅଣାଯାଇଥିଲା। ସମ୍ବଲପୁରର ୫୬ ବର୍ଷ ପୁରାତନ ଆଇନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। 

ଡିଜାଇନ୍ ଫଟୋ

ସମ୍ବଲପୁର: ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ପଶ୍ଚିମ ଓଡିଶାର ବହୁ ପୁରାତନ ଆଇନ ମହାବିଦ୍ୟାଳୟ। ଲାଜପତ ରାଏ ଲ' କଲେଜର ଉନ୍ନତିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସାଜିଛନ୍ତି ବାଧକ। ଏମିତି କି ମାନୁ ନାହାନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏଭଳି ଅଭିଯୋଗ ଆଣିଛି ଲ' କଲେଜର ପୁରାତନ ଛାତ୍ର ସଂଘ।

୧୯୬୫ ମସିହାରେ ସମ୍ବଲପୁର ଠାରେ ଲାଜପତ ରାଏ ଲ' କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ  ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା କିନ୍ତୁ ପରବର୍ତ୍ତି ସମୟରେ ତାକୁ ସମ୍ବଲପୁର ବିଶ୍ୱବଦ୍ୟାଳୟ ଅଧିନକୁ ଅଣାଯାଇଥିଲା। ସମ୍ବଲପୁରର ୫୬ ବର୍ଷ ପୁରାତନ ଆଇନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। କୋଠା ଗୁଡିକ ମରାମତି ଅଭାବରୁ ଭାଙ୍ଗି ରୁଜି ଦବି ଯାଇଛି। କଲେଜର ପାଚେରୀ ମଧ୍ୟ ଭାଙ୍ଗି ଯାଇଥିବାରୁ କ୍ୟାମ୍ପସ ଗୋରୁଗାଈ ସହ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡା ପାଲଟିଛି। 

Also Read: ଭୋଟ ଅପେକ୍ଷାରେ ବିତିଲା ୬ ବର୍ଷ; ହାଇକୋର୍ଟରେ ଝୁଲିଛି SMC ନିର୍ବାଚନ

ଲ' କଲେଜରେ ନା ରହିଛନ୍ତି ପଯ୍ୟାପ୍ତ ଅଧ୍ୟାପକ ନା ଅଛନ୍ତି ଅନ୍ୟାନ୍ୟ ଷ୍ଟାଫ। ପ୍ରିନ୍ସପାଲଙ୍କ ସହ ମାତ୍ର ଦୁଇଟି ଅଧ୍ୟାପକରେ ଚାଲିଛି କ୍ଲାସ। ବାହାରୁ ଭିଜିଟର ଅଧ୍ୟାପକ ଆସି କ୍ଲାସ ନେଉଥିବା ବେଳେ ଏଇଠି ଅଧ୍ୟାପକଙ୍କ ମରୁଡି ଦେଖାଦେଇଛି। ଅଫିସ ଷ୍ଟାଫ ଏଠାରେ ପୋଷ୍ଟିଂ ହୋଇ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପୁରାତନ ଛାତ୍ର ସଙ୍ଘ ଅଭିଯୋଗ କରିଛି। ଏପରିକି ଦୀର୍ଘ ବର୍ଷ ହେବ ରିହାବିଲିଟେସନ ମାଧ୍ୟମରେ ଲ କଲେଜରେ ଚାକିରି ପାଇ ସେମାନେ କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲ' କଲେଜ ଲାଇବ୍ରେରୀରେ ୧୭ ହଜାରରୁ ଊର୍ଦ୍ଧ୍ବ ଆଇନ ସମ୍ପର୍କିତ ବହି ରହିଛି। ତାର ମଧ୍ୟ ଲାଇବ୍ରେଇଆନଙ୍କୁ  ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ନିଆଯାଇଛି।

fallback

ପୁରାତନ ଛାତ୍ର ସଂଘ ଯେତେ ଥର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଅଭିଯୋଗ କଲେ ମଧ୍ୟ ଏଦିଗରେ ସେ କର୍ଣ୍ଣପାତ ନ କରିବାରୁ ଶେଷରେ ହାଇକୋର୍ଟରେ ଏହା ବିରୁଦ୍ଧରେ ପିଟିସନ ଦାଖଲ କରାଯାଇଥିଲା। ସେହି ତଥ୍ୟକୁ ଆଧାର କରି ସମସ୍ତ କାର୍ଯ୍ୟରେ ସହଯୋଗ ସହ ଲ' କଲେଜର ଉନ୍ନତି କ୍ଷେତ୍ରରେ କୁଳପତି ସହାୟକ ହୁଅନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ କୁଳପତି ହାଇକୋର୍ଟର ରାଏକୁ ଭୃକ୍ଷେପ ନ କରି ନିଜର ତାଲିବାନି ଶାସନ ଜାରି ରଖିଛନ୍ତି। ଯେତେବେଳେ ଛାତ୍ର ସଙ୍ଘ ତାଙ୍କୁ ଲ' କଲେଜର ବିଭିନ୍ନ ସମସ୍ୟା ବାବଦରେ ଅବଗତ କରିବାରୁ ସେ ସହଯୋଗ ପାଇଁ ଏକ କୋଟି ଟଙ୍କା ଦାବି କରିଥିଲେ। ସିଧାସଳଖ ପଶ୍ଚିମ ଓଡିଶାର ଗୋଟିଏ ସର୍ଵ ପୁରାତନ ଆଇନ ମହାବିଦ୍ୟାଳୟକୁ କୁଳପତି ଚକ୍ରାନ୍ତ କରି ବନ୍ଦ କରିଦେବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ପୁରାତନ ଛାତ୍ର ସଙ୍ଘ ଅଭିଯୋଗ କରିଛି।

Also Read: 'ବିକାଶ' ପଛେ ସମ୍ବଲପୁର, ୯ ବ୍ଲକରେ ଅଟକିଛି କୋଟି କୋଟି ଟଙ୍କାର ପ୍ରକଳ୍ପ

ଅନ୍ୟପକ୍ଷରେ ଏହି ପୁରାତନ ଆଇନ ମହାବିଦ୍ୟାଳୟର ଛାତ୍ର ହିସାବରେ ସମ୍ବଲପୁର ବିଜେଡିର ମୁଖପାତ୍ର ସଞ୍ଜୟ ବାବୁ ମଧ୍ୟ ଛାତ୍ର ସଙ୍ଘ ଅଭିଯୋଗକୁ ସମର୍ଥନ କରିଛନ୍ତି। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ନ ଥିବାରୁ କୂଳପତିଙ୍କ ଏଭଳି କାର୍ଯ୍ୟକୁ ସେ ନିନ୍ଦା କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଛାତ୍ର ସଙ୍ଘ ଯଦି ତାଙ୍କର କିମ୍ବା ଆଇନ ମନ୍ତ୍ରୀ ଅବା କୌଣସି ରାଜନୈତିକ ସାହାଯ୍ୟ ଆବଶ୍ୟକ କରନ୍ତି ତେବେ ସେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ ବୋଲି ସଞ୍ଜୟ ବାବୁ କହିଛନ୍ତି। କିନ୍ତୁ ଏବେ ବୁଦ୍ଧିଜୀବୀ ମହଲରେ ଏତେ ବଡ଼ କଲେଜ ଦିନକୁ ଦିନ ଦୁରାବସ୍ଥା ଦେଇ ଗତି କରୁଥିବାରୁ ଚିନ୍ତା ପ୍ରକଟ କରିବା ସହ ବର୍ତ୍ତମାନର କୁଳପତି ଙ୍କୁ ଦାୟୀ କରାଯାଇଛି।