ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଝୁଲିଲା ତାଲା
Advertisement

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଝୁଲିଲା ତାଲା

ବିଶ୍ୱବିଦ୍ୟାଳୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ହେତୁ ଏହି ଚେନକୁ ଭାଙ୍ଗିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛନ୍ତି।

ଫାଇଲ ଫଟୋ

ସମ୍ବଲପୁର: ମହାମାରୀ କବଲରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ। ଆଜି ଠାରୁ ୫ ଦିନ ପାଇଁ ବନ୍ଦ ହେଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ହେତୁ ଏହି ଚେନକୁ ଭାଙ୍ଗିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛନ୍ତି।

ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) କୁ ସମ୍ପୂର୍ଣ ଭାବରେ ସଟଡାଉନ (Shutdown) ଘୋଷଣା କରାଯାଇଛି। ତେବେ ଜିଲ୍ଲା ପ୍ରଶାସନ ନୁହଁ, ଖୋଦ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଶ୍ୱବିଦ୍ୟାଳୟରେ କୋରୋନା (Coronavirus) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଟଡାଉନ କରାଯାଇଛି।

Also Read: ବିନା ଅନୁମତିରେ ଗଛ କାଟି ପୋଡି ଦେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ଓଡିଶାରେ କୋରୋନା ସଂକ୍ରମଣ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି। ପଶ୍ଚିମ ଓଡିଶା (Western Odisha) ର ପ୍ରାଣ କେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ମଧ୍ୟ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୀମାନ୍ତ ଜିଲ୍ଲା ହେବା ସାଙ୍ଗକୁ ଏହା ଶିକ୍ଷାର ନଗରୀ ତେଣୁ ଦୈନିକ ଏଠାକୁ ହଜାର ହଜାର ପ୍ରବାସୀ ଆସୁଛନ୍ତି। ଫଳରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହୁଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ଅନେକ ଶିକ୍ଷାନୁଷ୍ଠାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେପଟେ ସମ୍ବଲପୁରର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଗତକାଲି ବିଜେପି ପ୍ରତିନିଧି ମଣ୍ଡଳୀ (BJP) ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲା। କିନ୍ତୁ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଦଳ ସେଠାରେ ଲଟକା ଲଗାଇ ଦେଇ ଆସିଛି। ତେବେ ଜିଲ୍ଲାରେ ଟେଷ୍ଟିଂ କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବା ସହ ଅତିରିକ୍ତ କୋଭିଡ୍ ହସ୍ପିଟାଲ ଖୋଲିବାକୁ ଦାବି କରିଛି।