ବିନା ଅନୁମତିରେ ଗଛ କାଟି ପୋଡି ଦେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
Advertisement

ବିନା ଅନୁମତିରେ ଗଛ କାଟି ପୋଡି ଦେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) ପ୍ରଶାସନିକ କୋଠା ସମ୍ମୁଖରେ ନିର୍ମାଣ ହେବ ଇ- ପାର୍କ। ଏଠାରେ କୋଟିଏ ଟଙ୍କା ବ୍ୟୟରେ ଏକ ବୈଦୁତିକ ପାର୍କ ସହ ଜଳ କ୍ରୀଡା ତିଆରି ହେବ। ତାସହ କିଛି ଯୋଗିଙ୍ଗ ଟ୍ରାକ ମଧ୍ୟ କରାଯିବ ବୋଲି ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଛନ୍ତି।

ଡିଜାଇନ ଫଟୋ

ସମ୍ବଲପୁର: ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା। ଏହି ଉକ୍ତିକୁ ନେଇ ସର୍ବତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ବିପରୀତ କାର୍ଯ୍ୟ କରି ଦେଖାଇଛନ୍ତି। ପ୍ରଶାସନିକ ଭବନ ସମ୍ମୁଖରେ ଥିବା ଅନେକ ଗଛକୁ କାଟି ସେଗୁଡିକୁ ପୋଡି ମଧ୍ୟ ନଷ୍ଟ କରି ଦେଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) ପ୍ରଶାସନିକ କୋଠା ସମ୍ମୁଖରେ ନିର୍ମାଣ ହେବ ଇ- ପାର୍କ। ଏଠାରେ କୋଟିଏ ଟଙ୍କା ବ୍ୟୟରେ ଏକ ବୈଦୁତିକ ପାର୍କ ସହ ଜଳ କ୍ରୀଡା ତିଆରି ହେବ। ତାସହ କିଛି ଯୋଗିଙ୍ଗ ଟ୍ରାକ ମଧ୍ୟ କରାଯିବ ବୋଲି ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଛନ୍ତି। ଆଉ ସେଥିପାଇଁ ବଳି ଚଢିଛନ୍ତି ଶହ ଶହ ବର୍ଷ ପୁରୁଣା ଗଛ। ବଡ ବଡ ଗଛକାଟି ସେଠାରେ ଇ-ପାର୍କ ନିର୍ମାଣ କରାଯିବ। ପ୍ରଶାସନିକ ଭବନ ସମ୍ମୁଖରେ ଥିବା ଗଛ ଗୁ଼ଡିକୁ କାଟିବା ସହ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସେହି କଟା ଗଛରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। 

Also Read: ପୂଜା ପାଇଁ ଗର୍ଭିଣୀ ସାପର ପାଟିରେ ଭରିଲେ ଅଠା

ତେବେ ଏହି ଗଛ କଟାଯିବା (Tree cutting) ସହିତ ଏଠାରେ ନିର୍ମାଣ ହେବାକୁ ଥିବା ଇ-ପାର୍କ (E-park) ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାକୁ ଏପର୍ଯ୍ୟନ୍ତ ଗଛ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ। ସେପଟେ ଏହି ପ୍ରୋଜେକ୍ଟ ପାଇଁ ନକ୍ସା (Map) ମଧ୍ୟ ପ୍ରସ୍ତୁତ ହୋଇନଥିବା ବେଳେ କେମିତି ଏତେ ମାତ୍ରାରେ ଗଛ କଟିଦିଆଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। 

fallback

ଏ ବାବଦରେ ସମ୍ବଲପୁର DFOଙ୍କୁ ପଚାରାଯିବାରୁ ସେ କହିଥିଲେ ଯେ, କିଛି ଗଛ କାଟିବା ପାଇଁ ଅନୁମତି ମଗାଯାଇଥିଲା। ତେବେ ଏତେ ସଂଖ୍ୟକ ଗଛ କାଟିବା ପାଇଁ ଅନୁମତି ଦିଆଯାଇନଥିବା ବେଳେ ଗଛ କାଟି ସେଥିରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କରିବା ଦଣ୍ଡନୀୟ ଅପରାଧ ଅଟେ। ଏବିଷୟରେ ରେଞ୍ଜ ଅଫିସର ଓ ବୁର୍ଲା ଫରେଷ୍ଟର କୁ ନେଇ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବଲପୁର DFO ସଞ୍ଜିତ କୁମାର ପ୍ରକାଶ କରିଛନ୍ତି।

Also Read: ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମା'ର ଜୀବନ ଗଲା

ତେବେ ସରକାରୀ ଅଧିକାରୀ ଅନ୍ୟ ଜଣେ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ଘଣ୍ଟ ଘୋଡାଇ ଛାଡ଼ିଦେଉଛନ୍ତି ତାହା ସମୟ ଆସିଲେ ଜଣାପଡିବ।