କୋରୋନା କଟକଣା: ସମ୍ବଲପୁରରେ ଟାଇଟ୍, ବୁର୍ଲାରେ ଢି଼ଲା
Advertisement

କୋରୋନା କଟକଣା: ସମ୍ବଲପୁରରେ ଟାଇଟ୍, ବୁର୍ଲାରେ ଢି଼ଲା

ବିଶେଷ କରି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରତିଦିନ ସଂକ୍ରମଣ ବୄଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ସମ୍ବଲପୁର ଠାରେ ଗତ କିଛିଦିନ ହେବ ଏହି ଅଭିଯାନ କରାଯାଇ ସଂକ୍ରମଣରେ ବ୍ରେକ ଦେବାପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି। କିନ୍ତୁ କିଛି ସ୍ଥାନରେ କୋରୋନା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି।

 କୋରୋନା କଟକଣା: ସମ୍ବଲପୁରରେ ଟାଇଟ୍, ବୁର୍ଲାରେ ଢି଼ଲା

ସମ୍ବଲପୁର: ବର୍ତ୍ତମାନ ସାରା ରାଜ୍ୟରେ ମହାମାରୀ କୋଭିଡ ପରିସ୍ଥିତି ପୁଣି ଥରେ ଅସମ୍ଭାଳ ହୋଇପଡିଛି। ଗତ କିଛିଦିନ ମଧ୍ୟରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଡଢ଼ିଚାଲିଛି। ବିଶେଷ କରି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରତିଦିନ ସଂକ୍ରମଣ ବୄଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ସମ୍ବଲପୁର ଠାରେ ଗତ କିଛିଦିନ ହେବ ଏହି ଅଭିଯାନ କରାଯାଇ ସଂକ୍ରମଣରେ ବ୍ରେକ ଦେବାପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି। କିନ୍ତୁ କିଛି ସ୍ଥାନରେ କୋରୋନା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି।

ବୁର୍ଲାରେ (Burla) କୋରୋନା କଟକଣାକୁ ଫୁ। ବେଫିକର ଭାବେ ଉତ୍ସବ ଚାଲିଛି। ସ୍ୱାସ୍ଥ୍ୟନଗରୀ ବୋଲାଉଥିବା ବୁର୍ଲା ସହରରେ ଦେଖାଦେଇଛି ଏଭଳି କିଛି ଦୃଶ୍ୟ। ଗତକାଲି ବୁର୍ଲା ଇନ୍ଦିରା ଛକ ଠାରେ ଏକ ଦଣ୍ଡୁଆ ଦଳ ଦଣ୍ଡନାଚ (Danda Yatra) କରୁଥିବା ବେଳେ ଯାତ୍ରା ସ୍ଥଳୀରେ ଶତାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଦଣ୍ଡୁଆ ଦଳ ବୁର୍ଲା ସହର ପରିକ୍ରମା କରିଥିବା ବେଳେ ଏମାନଙ୍କ ନିକଟରେ ନା ସାମାଜିକ ଦୂରତା ଥିଲା ନା ସାନିଟାଇଜରର କୌଣସି ପ୍ରକାର ବ୍ୟବସ୍ଥା। ଏପରିକି କିଛି ଦଣ୍ଡୁଆ ଓ ଜନସାଧାରଣଙ୍କ ମୁହଁରେ ମାସ୍କ ମଧ୍ୟ ନଥିବାର ଦେଖିବାକୁ ମିଳିଥିଲା। ଏ କ୍ଷେତ୍ରରେ ବୁର୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଦେଖାଦେଇଛି।

Also Read: ସାହୁ କଲୋନୀରେ ବିଷ ବେପାର

 

ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କିଛିଦିନ ହେବ ସମ୍ବଲପୁର (Sambalpur) ଜିଲ୍ଲାରେ କୋଭିଡ ସଂକ୍ରମଣ ରେ ବ୍ରେକ ଦେବାପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲା ପୋଲିସ (Sambalpur Police) ପକ୍ଷରୁ ଜିଲ୍ଲାର ପ୍ରମୁଖ ଛକରେ ବିଶେଷ କରି ମାସ୍କ ଚେକିଂ ସହ କୋଭିଡ ନିୟମ (Covid19 Guidelines) ପାଇଁ ସ୍ୱତନ୍ତ୍ର ଯାଞ୍ଚ ପକ୍ରିୟା କରାଯାଉଛି। ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ନିଜେ ଉପସ୍ଥିତ ରହି ତଦାରଖ କରୁଛନ୍ତି । 

fallback

ଲୋକଙ୍କ ମଧ୍ୟରେ ମାସ୍କ (Face mask) ବ୍ୟବହାର ସହ ସାମାଜିକ ଦୁରତା ରକ୍ଷା କରାଯାଉ ନଥିବା ବାରମ୍ବାର ଅଭିଯୋଗ ହେଉଥିଲା। ଏଥିଯୋଗୁଁ ସମ୍ବଲପୁର ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୄଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମ୍ବଲପୁର ସହ ପଶ୍ଚିମ ଓଡିଶାରେ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ସହରରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରାଯିବା ସମେତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଉଥିଲା। ଯେଉଁମାନେ ଏହି ନିୟମ ନ ମାନିବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ବାତୁଲା ଗଙ୍ଗାଧର କହିଥିଲେ।

Also Read: ଭୀମସାର ସୁରକ୍ଷାକର୍ମୀ ବିବାଦ: ମୁହଁ ଖୋଲିଲେ ୟୁନିଟ୍ ହେଡ୍

fallback

ସମ୍ବଲପୁର ଜିଲ୍ଲାରେ ହଠାତ କୋଭିଡ (Coronavirus) ସଂକ୍ରମଣ ବଢ଼ିବା ଯୋଗୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଥିବା ବେଳେ ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନ ସଂକ୍ରମଣରେ ବ୍ରେକ ଲଗାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। କିନ୍ତୁ ଧାର୍ମୀକ ଅନୁଷ୍ଠାନ ନାମରେ କୋରୋନା ନିୟମ ଉଲ୍ଲଙ୍ଘନ କରିବା ଓ ପ୍ରଶାସନ ସବୁ ଜାଣି ନିରବ ରହିବା ହିଁ ମହାମାରୀକୁ ଖୋଲା ନିମନ୍ତ୍ରଣ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।