ସରକାରୀ ଯୋଜନାର ନଗ୍ନ ଚିତ୍ର, ଗଛ ଉପରେ ଜୀବନ ବିତାଉଛନ୍ତି ଯୋଗେଶଙ୍କ ପରିବାର
Advertisement

ସରକାରୀ ଯୋଜନାର ନଗ୍ନ ଚିତ୍ର, ଗଛ ଉପରେ ଜୀବନ ବିତାଉଛନ୍ତି ଯୋଗେଶଙ୍କ ପରିବାର

ଗରିବ ଲୋକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଜନହୀତକାରୀ ସ୍କିମର ପ୍ରଚାର ପ୍ରସାର କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଥିବେ କିଛି 'ମିଡିଲ୍ ମ୍ୟାନ' ବା ଓଡ଼ିଆ ଭାଷାରେ ଦଲାଲମାନଙ୍କ ଲୋଭଖୋର ମନୋଭାବ ଯୋଗୁ ଯୋଜନାରୁ ବହୁ ଦୂରରେ ରହିଯାଉଛନ୍ତି ପ୍ରକୃତ ହୀତାଧିକାରୀ ।

ସରକାରୀ ଯୋଜନାର ନଗ୍ନ ଚିତ୍ର, ଗଛ ଉପରେ ଜୀବନ ବିତାଉଛନ୍ତି ଯୋଗେଶଙ୍କ ପରିବାର

ସମ୍ୱଲପୁର: ଖାଦ୍ୟ (Food) ,ବସ୍ତ୍ର (Cloth), ବାସଗୃହ (Shelter), ଶିକ୍ଷା ଏସବୁ ହେଉଛି ଜଣେ ସାଧାରଣ ମଣିଷର ସମାଜରେ ବଞ୍ଚିବା ପାଇଁ ମୌଳିକ ଆବଶ୍ୟକତା (Basic Need) । ଉଭୟ କେନ୍ଦ୍ର ସରକାର (Central Government) ଓ ରାଜ୍ଯ ସରକାର (Odisha Government ) ବିଭିନ୍ନ ଯୋଜନା ଜରିଆରେ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ଅନେକ ଯୋଜନାମାନ ପ୍ରସ୍ତୁ କରିଛନ୍ତି । ମାତ୍ର ଆଜିବି ଏହି ଯୋଜନାରୁ କୋଶ ଦୂରରେ ରହିଛନ୍ତି ଆମ ରାଜ୍ୟର ଅନେକ ଗରିବ ଲୋକ । ସେପଟେ ଗରିବ ଲୋକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଜନହିତକାରୀ ସ୍କିମର ପ୍ରଚାର ପ୍ରସାର କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଥିବେ କିଛି 'ମିଡିଲ୍ ମ୍ୟାନ'(Middle Man) ବା ଓଡ଼ିଆ ଭାଷାରେ ଦଲାଲମାନଙ୍କ ଲୋଭଖୋର ମନୋଭାବ ଯୋଗୁ ଯୋଜନାରୁ ବହୁ ଦୂରରେ ରହିଯାଉଛନ୍ତି ପ୍ରକୃତ ହୀତାଧିକାରୀ ।
 
ଏହିପରି ଏକ ଦୁର୍ଦ୍ଦଶାଜନକ ସମସ୍ୟାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର (Sambalpur) ଜମନକିରା ବ୍ଲକରେ । ଗଛ ଉପରେ ମଞ୍ଚା କରି ନିଜ ପାଇଁ ବାସଗୃହ ତିଆରି କରିଛନ୍ତି ବଡ଼ରମା ପଞ୍ଚାୟତ ବିଶ୍ୱାଳପାଲି ଗାଁର ଚନ୍ଦ୍ରଡ଼ିହିପଡାରେ ଥିବା ଯୋଗେଶ ସିଂ। ଦିନରେ ଯୋଗେଶ ନିଜ ପରିବାର ସହ ସେହି ଗଛ ତଳେ ଏକ ଛୋଟ ଚାଳିଆଟିଏ କରି ଖାଦ୍ୟ, ପାନୀୟର ବ୍ୟବସ୍ଥା କରୁଥିବା ବେଳେ ରାତି ହେଲେ ହିଂସ୍ରଜନ୍ତୁଙ୍କ (Wild Animal) ଭୟରେ ନିଜ ସ୍ତ୍ରୀ ଓ କୁନି କୁନି ୩ ଛୁଆଙ୍କୁ ନେଇ ଚାଲିଯାଆନ୍ତି ଗଛ ଉପରକୁ । ଏଭଳି ଦୁର୍ଦ୍ଦିନ ଯିଏ ନିଜ ଆଖିରେ ନ ଦେଖିଛି ବୋଧ ହୁଏ ତାହାକୁ ଅନୁଭବ କରିବା ତା ପାଇଁ ଅସମ୍ଭବ ।

ଏଭଳି ବିପଦଜନକ ପରିବେଶରେ ଅନେକ ଦିନ ହେଲା ଖୁବ ଦୁଃଖ, କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଯୋଗେଶ ସିଂ, ସ୍ତ୍ରୀ କମଳିନୀ ସିଂ ଓ ତାଙ୍କ ୩ ଶିଶୁ । ଦୁଃଖର ବିଷୟ ଯେ ଯୋଗେଶଙ୍କ ଏଭଳି ଅବସ୍ଥା ଉପରେ ଆଜିଯାଏଁ କୌଣସି ସ୍ଥାନୀୟ ନେତା ବା ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ପଡ଼ି ପାରିନି । ସେପଟେ ନିଜେ ଯୋଗେଶ ଅନେକ ଥର ନିଜର ସମସ୍ୟା ନେଇ ବ୍ଲକ ଅଧିକାରୀଙ୍କୁ ଯାଇଥିବା ବେଳେ, ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି ।ଏନେଇ ଗ୍ରାମବାସୀ  ଯୋଗେଶଙ୍କ ପରିବାରକୁ କିଛି ସାହାଯ୍ୟ, ସହାୟତା ଯୋଗାଇଦେବାକୁ ପ୍ରଶାସନକୁ (Local AdminStrator) ଅନୁରୋଧ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...

ଏହା ବି ପଢ଼ନ୍ତୁ:-'..ତେବେ ମୁଁ ଇସ୍ତଫା ଦେବି', ଜାଣନ୍ତୁ ପିଏମ ଗାଦି ସମ୍ଭାଳିବା ମାତ୍ରେ ଏପରି କାହିଁକି କହିଲେ ଶାହବାଜ ସରିଫ

ଏହା ବି ପଢ଼ନ୍ତୁ:-ଏହି କାରଣରୁ ପୁଣି ଥରେ ଗୃହବନ୍ଦୀ ହେଲେ ମେହବୁବା ମୁଫତି

କେବଳ ଘର ନୁହେଁ ଜୋଗେଶଙ୍କ ଜୀବନରେ ଲାଗି ରହିଛି ଏମିତି ଅନେକ ସମସ୍ୟା । ହେଲେ ସେ ସବୁ ସମସ୍ୟା ସମସ୍ତଙ୍କ ନଜର ଆଢ଼ୁଆଳରେ । ଆମେ ଯୋଗେଶଙ୍କ ସମସ୍ୟା ନେଇ ସେ ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଖୁଣ୍ଟିଆଙ୍କୁ ଭେଟିଥିଲୁ । ସେ ଯୋଗେଶଙ୍କ ସମସ୍ୟା ପ୍ରସାଶନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏବେ କେବଳ ଅପେକ୍ଷା ଯୋଗେଶ ଘର ଖଣ୍ଡେ ପାଇପାରୁଛନ୍ତି ନାଁ ସେ ଗଛରେ ତିଆରି କରିଥିବା ଛୋଟିଆ ମଞ୍ଚାଟି ପାଲଟିବ ତାଙ୍କ ସାରା ଜୀବନର ସାହାରା ।