Gajapati News: ଯେତେବେଳେ ଜେନେରେଟର ଧୂଆଁରେ ଭର୍ତ୍ତି ହୋଇଗଲା ଘର...
Advertisement

Gajapati News: ଯେତେବେଳେ ଜେନେରେଟର ଧୂଆଁରେ ଭର୍ତ୍ତି ହୋଇଗଲା ଘର...

Gajapati News: ଗଜପତି (Gajapati)ଜିଲ୍ଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାର ସିଂ ଗାଁରେ ଅଭାବନୀୟ ଘଟଣା। ଜେନେରେଟର ଧୁଆଁରେ ଶ୍ୱାସରୁଦ୍ଧ (Smoke from generator suffocates) ହୋଇ ଦୁଇ ଜଣଙ୍କ ମୃତ୍ୟୁ (death) ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ ବେତାରସିଂ ଗାଁର ଗଣେଶ ନାୟକ (୧୮) ଓ ଅମ୍ବିକା ନାୟକ(୧୨)। ଏବଂ ଝୁମୁରି ନାୟକ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ‌୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ବେତାର ସିଂ ଗାଁରେ ଏକ ବାହାଘର ଭୋଜି ଚାଲିଥିଲା । ଏହି ସମୟରେ ରାତିରେ ଗାଁରେ ବିଦ୍ୟୁତ କଟିଯାଇଥିଲା। ଫଳରେ ଜେନେରେଟର ଲଗାଇ ବିବାହ ଭୋଜି ପୁଣି ଚାଲିଥିଲା। ବିବାହର ଭୋଜି ଶେଷ ହେବା ପରେ ରାତିରେ ଏକ ଶୋଇଥିବା ଘରେ ଜେନେରେଟର ଲଗାଇ ସଭିଏଁ ଶୋଇଥିଲେ । ଜେନେରେଟର ଧୁଆଁରେ ଶ୍ଵାସରୁଦ୍ଧ ହୋଇ ଶୋଇଥିବା ବେଳେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ (Death by suffocation) ହୋଇଥିବା ବେଳେ ଜଣ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଚନ୍ଦ୍ରଗିରି ଗୋଷ୍ଠୀ ସ‌୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାହାଘର ଭୋଜି ଚାଲିଥିଲା ବେଳେ ଏଭଳି ଘଟଣା ଏବେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। 

Also Read : Jayanarayan Mishra: ମୁଁ ଗାନ୍ଧୀ ନୁହେଁ ଯେ ଆଉ ଗୋଟିଏ ଗାଲ ଦେଖାଇଦେବି ; ଜୟନାରାୟଣ

Also Read : Mahashivratri 2023: ଜାଗର ପାଇଁ କମ୍ପୁଛି ଲୋକନାଥ ପୀଠ, ଜାଣନ୍ତୁ ପୁରା ନୀତିକାନ୍ତି

ସେହିପରି ନିକଟରେ ଏଭଳି ଏକ ଘଟଣା ମଧ୍ୟ ଘଟିଥିଲା। ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଘର ଭିତରେ କୋଇଲା ଚୁଲା ଲଗାଇଥିଲେ। ଏହା ତାଙ୍କ ଦେହକୁ କେତେ ଉଷୁମ କରିଥିଲା, କାହାକୁ ଜଣାନାହିଁ। ମାତ୍ର, କୋଇଲା ଧୂଆଁରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ଚାଲିଗଲା। ସବୁଦିନ ପାଇଁ ଦେହ ଶୀତଳ ହୋଇଗଲା। ଏନ୍‌ଟିପିସି ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୨ ଜଣ ଟାଇଲ ମିସ୍ତ୍ରି ଘର ଚଟାଣ କାମ କରିବା ପାଇଁ ଦୁଇ ଦିନେ ପୂର୍ବେ ଗଦାଶିଳା ଗ୍ରାମର ହେମନ୍ତ ପ୍ରଧାନଙ୍କ ଘରକୁ ଆସିଥିଲେ। ଉଭୟେ ଶ୍ରୀ ପ୍ରଧାନଙ୍କ ଘର ଟାଇଲ୍ କାମ ସାରି ରାତିରେ ଖାଇ ଏକ କୋଠରୀରେ ଶୋଇଥିଲେ। ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ଏକ କୋଇଲା ଚୁଲା ଲଗାଇଥିଲେ। 

 ସକାଳେ ମିସ୍ତ୍ରି ଦ୍ବୟ ଘର କବାଟ ନ ଖୋଲିବାରୁ ପାଖରେ ରହୁଥିବା କିଛି ଶ୍ରମିକ ଏ ସ˚ପର୍କରେ ଘରର ମାଲିକ ଶ୍ରୀ ପ୍ରଧାନଙ୍କୁ ଜଣାଇଥିଲେ। ଖବର ପାଇ ଏନ୍‌ଟିପିସି ଥାନା ଅଧିକାରୀ ଶୋଭା ପଟ୍ଟନାୟକ କଣିହାଁ ଅତିରିକ୍ତ ତହସିଲଦାର ରବୀନ୍ଦ୍ର ସାମଲଙ୍କ ସହ ସଦଳବଳ ସେଠାରେ ପହଞ୍ଚିଥିଲେ। କବାଟ ଭାଙ୍ଗିବା ପରେ ଦୁଇ ମିସ୍ତ୍ରିଙ୍କୁ ମୃତାବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତ ଶ୍ରମିକଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ସାହିଦ ଆରିଫ ମିଆଁ (୨୪) ଓ ଅନ୍ୟଜଣକ ତାଙ୍କ ସମ୍ପର୍କୀୟ ଭାଇ ଛୋଟୁ (୨୬) ବୋଲି ଜଣାପଡ଼ିଛି। ପୋଲିସ୍‌ ମୃତଦେହକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।