ନୀତିକାନ୍ତି ଉପରେ ପର୍ଯ୍ଯାଲୋଚନା ହେବା ସହ ଜଗନ୍ନାଥଙ୍କ ଜମି, ସେବାୟତଙ୍କ ଲାଗି ଆଦର୍ଶ ଗୁରକୁଳ ପ୍ରତିଷ୍ଠା, ସେବାୟତ ବାସଗୃହ ଆଦି ଉପରେ ମଧ୍ୟ ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା।
Trending Photos
Sri mandir: ପୁରୀ: ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ଯ ସିଂହଦେବଙ୍କ ଅଧ୍ଯକ୍ଷତାରେ ହେବ ବୈଠକ। ନିଳାଦ୍ରୀ ଭକ୍ତ ନିବାସରେ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ଯ, ଏଏସଆଇ ସୁପରିଟେଣ୍ଡେଣ୍ଟ ପ୍ରମୁଖ ଯୋଗଦାନ କରିବେ। ବୈଠକରେ ବିଶେଷକରି ଗତ ଅଗଷ୍ଟ ୬ରେ ବସିଥିବା ପରିଚାଳନା କମିଟି ବୈଠକ ବିବରଣୀ ଦୃଢି କରଣ ଉପରେ ଆଲୋଚନା ହେବା ସହ ପୂର୍ବ ପରିଚାଳନା କମିଟି ବୈଠକ ବିବରଣୀର ଅନୁପାଳନ ଉପରେ ହେବ ଆଲୋଚନା।
ନୀତିକାନ୍ତି ଉପରେ ପର୍ଯ୍ଯାଲୋଚନା ହେବା ସହ ଜଗନ୍ନାଥଙ୍କ ଜମି, ସେବାୟତଙ୍କ ଲାଗି ଆଦର୍ଶ ଗୁରକୁଳ ପ୍ରତିଷ୍ଠା, ସେବାୟତ ବାସଗୃହ ଆଦି ଉପରେ ମଧ୍ୟ ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା। ଗତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାରକୁ ନେଇ ଏଏସଆଇ ଉପରେ ଅସନ୍ତୋଷ ବ୍ଯକ୍ତ କରିଥିଲା ପରିଚାଳନା କମିଟି। ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଇଥିବା ଟିମ୍ ଯଦି ରତ୍ନଭଣ୍ଡାର ଅସୁରକ୍ଷିତ ବୋଲି ରିପୋର୍ଟ ଦେଇଥିଲେ ଆଜି ଯାଏ କାହିଁକି ପରିଚାଳନା କମିଟିକୁ ଅବଗତ କରିନାହଁ। ତୁରନ୍ତ ଚିଠି ଲେଖିବାକୁ ପରିଚାଳନା କମିଟି ତାଗିଦ କରିଥିଲେ। ଯାହାକୁ ନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ଗତ ଅଗଷ୍ଟ ୮ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରତ୍ନଭଣ୍ଡାର ଖୋଲି ଯାଞ୍ଚ ହେବା ନେଇ ଚିଠି ଲେଖିଛନ୍ତି।
ଏଥିରେ ଇନିସପେକ୍ସନ ଅଫ ରତ୍ନଭଣ୍ଡାର ବୋଲି ଉଲ୍ଲେଖ ରହିଛି। ଏମିତିକି ଗତ ଜୁନ୍ ୧ତାରିଖରେ ଏଏସଆଇ ଦେଇଥିବା ଚିଠିରେ ଏଏସଆଇ ଦଶବର୍ଷ ମଧ୍ୟରେ ଶ୍ରୀମନ୍ଦିରରେ କେଉଁ କେଉଁ କାର୍ଯ୍ୟ କରିଛି ତାହାର ଟିକନିକ ହିସାବ ଦେଇଛି। ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବା ନିଶ୍ଚିତ। ଯେହେତୁ ଗତ ପରିଚାଳନା କମିଟି ବୈଠକରେ ଏଏସଆଇକୁ ତାଗିଦ କରାଯାଇଥିଲା ଏଣୁ ଏଏସଆଇ ସମସ୍ତ ତଥ୍ୟ ଆଗାମୀ ବୈଠକରେ ଦାଖଲ କରିବ ବୋଲି ଜଣାପଡିଛି। ସେପଟେ ପରିଚାଳନା କମିଟି ସଦସ୍ଯଙ୍କ ପକ୍ଷରୁ ମଧ୍ୟ ରତ୍ନଭଣ୍ଡାର ଖୋଲି ସ୍ଥିତି ଅନୁଧ୍ୟାନ ପାଇଁ ପ୍ରସ୍ତାବ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅଧିକ ପଢନ୍ତୁ: MS Dhoni Accouncement Updates: ଲାଇଭ ଆସି ଝଟକା ଦେଲେ ଧୋନୀ, ସବୁ ଆକଳନକୁ ଭୁଲ କରିଦେଲେ
ଅଧିକ ପଢନ୍ତୁ: Mahalaya 2022: ଆଜି ପବିତ୍ର ମହାଳୟା ଅମାବାସ୍ୟା, ବାଇଶି ପାହାଚରେ ଏବେ ବି ଲାଗିଛି କଟକଣା
ଅଧିକ ପଢନ୍ତୁ: Mankading: ମାଙ୍କେଡିଂ ବିବାଦ ଉପରେ ବିରେନ୍ଦର ସେହୱାଗଙ୍କ ଟ୍ୱିଟ ଭାଇରାଲ, ଆପଣ ଦେଖିଛନ୍ତି କି?