କେଉଁଠି ହାତୀ ଉପରେ ବିଶ୍ୱାସଘାତକତା, ଏଠି କୁଟୁରା ଶାବକର ଜୀବନ ବଞ୍ଚାଇଲେ ଗ୍ରାମବାସୀ
Advertisement
Article Detail0/zeeodisha/odisha696863

କେଉଁଠି ହାତୀ ଉପରେ ବିଶ୍ୱାସଘାତକତା, ଏଠି କୁଟୁରା ଶାବକର ଜୀବନ ବଞ୍ଚାଇଲେ ଗ୍ରାମବାସୀ

କୁଟୁରା ଶାବକଟି କୌଣସି କାରଣରୁ ଲକ୍ଷାରୀ ଅଭୟାରଣ୍ୟରୁ ପଳାଇଆସି ହରିଜନ ସାହିର ଏକ କୂଅରେ ପଡ଼ିଯାଇଥିଲା । ତେବେ ଏହି ନିରୀହ ବନ୍ୟପ୍ରାଣୀର ଜୀବନ ବଞ୍ଚାଇ ଦେଇଛନ୍ତି ଚନ୍ଦ୍ରଗିରି ହରିଜନ ସାହି ବାସିନ୍ଦା ।

ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରେମାନନ୍ଦ ପୂଜାରୀ, ମୋହନା: କେରଳରେ ହାତୀ ସହ ମଣିଷର କ୍ରୁରତା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । କେବଳ ଏ ଗୋଟିଏ ଘଟଣା କାହିଁକି, ବିଭିନ୍ନ ସମୟରେ ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାର କରିଆସିଛି ମଣିଷ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ, ଯେଉଁଠି କିଛି ପଶୁପ୍ରେମୀ ମଣିଷ ଏକ କୁଟୁରା ଶାବକର ଜୀବନ ବଞ୍ଚାଇଛନ୍ତି । ଗଜପତି ମୋହନା ବ୍ଳକ ଚନ୍ଦ୍ରଗିରି ଗ୍ରାମର ହରିଜନ ସାହିରେ ଦେଖିବାକୁ ମିଳିଛି ଏମିତି କିଛି । 

କୁଟୁରା ଶାବକଟି କୌଣସି କାରଣରୁ ଲକ୍ଷାରୀ ଅଭୟାରଣ୍ୟରୁ ପଳାଇଆସି ହରିଜନ ସାହିର ଏକ କୂଅରେ ପଡ଼ିଯାଇଥିଲା । ତେବେ ଏହି ନିରୀହ ବନ୍ୟପ୍ରାଣୀର ଜୀବନ ବଞ୍ଚାଇ ଦେଇଛନ୍ତି ଚନ୍ଦ୍ରଗିରି ହରିଜନ ସାହି ବାସିନ୍ଦା । କୂଅ ଭିତରେ ଶାବକଟି ପଡ଼ି ଛଟପଟ ହେଉଥିବା ବେଳେ ଦୀର୍ଘ ଏକ ଘଣ୍ଟାର ପରିଶ୍ରମ କରି ତାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଦୌଡ଼ି ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । 

ପରେ ଚନ୍ଦ୍ରଗିରି ବନବିଭାଗକୁ ଜଣାଇ କୁଟୁରା ଶାବକକୁ ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ବନବିଭାଗ କର୍ମଚାରୀ ଭୋଗମୟୀ ପ୍ରଧାନ କୁଟୁରାକୁ ନେବା ସହ ଏଭଳି କାମ ପାଇଁ  ବସ୍ତିବାସିନ୍ଦାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୁଟୁରା ଶାବକକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି ।