Advertisement
Article Detail0/zeeodisha/odisha696863
Zee OdishaOdisha Stateକେଉଁଠି ହାତୀ ଉପରେ ବିଶ୍ୱାସଘାତକତା, ଏଠି କୁଟୁରା ଶାବକର ଜୀବନ ବଞ୍ଚାଇଲେ ଗ୍ରାମବାସୀ

କେଉଁଠି ହାତୀ ଉପରେ ବିଶ୍ୱାସଘାତକତା, ଏଠି କୁଟୁରା ଶାବକର ଜୀବନ ବଞ୍ଚାଇଲେ ଗ୍ରାମବାସୀ

କୁଟୁରା ଶାବକଟି କୌଣସି କାରଣରୁ ଲକ୍ଷାରୀ ଅଭୟାରଣ୍ୟରୁ ପଳାଇଆସି ହରିଜନ ସାହିର ଏକ କୂଅରେ ପଡ଼ିଯାଇଥିଲା । ତେବେ ଏହି ନିରୀହ ବନ୍ୟପ୍ରାଣୀର ଜୀବନ ବଞ୍ଚାଇ ଦେଇଛନ୍ତି ଚନ୍ଦ୍ରଗିରି ହରିଜନ ସାହି ବାସିନ୍ଦା ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରେମାନନ୍ଦ ପୂଜାରୀ, ମୋହନା: କେରଳରେ ହାତୀ ସହ ମଣିଷର କ୍ରୁରତା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । କେବଳ ଏ ଗୋଟିଏ ଘଟଣା କାହିଁକି, ବିଭିନ୍ନ ସମୟରେ ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାର କରିଆସିଛି ମଣିଷ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ, ଯେଉଁଠି କିଛି ପଶୁପ୍ରେମୀ ମଣିଷ ଏକ କୁଟୁରା ଶାବକର ଜୀବନ ବଞ୍ଚାଇଛନ୍ତି । ଗଜପତି ମୋହନା ବ୍ଳକ ଚନ୍ଦ୍ରଗିରି ଗ୍ରାମର ହରିଜନ ସାହିରେ ଦେଖିବାକୁ ମିଳିଛି ଏମିତି କିଛି । 

କୁଟୁରା ଶାବକଟି କୌଣସି କାରଣରୁ ଲକ୍ଷାରୀ ଅଭୟାରଣ୍ୟରୁ ପଳାଇଆସି ହରିଜନ ସାହିର ଏକ କୂଅରେ ପଡ଼ିଯାଇଥିଲା । ତେବେ ଏହି ନିରୀହ ବନ୍ୟପ୍ରାଣୀର ଜୀବନ ବଞ୍ଚାଇ ଦେଇଛନ୍ତି ଚନ୍ଦ୍ରଗିରି ହରିଜନ ସାହି ବାସିନ୍ଦା । କୂଅ ଭିତରେ ଶାବକଟି ପଡ଼ି ଛଟପଟ ହେଉଥିବା ବେଳେ ଦୀର୍ଘ ଏକ ଘଣ୍ଟାର ପରିଶ୍ରମ କରି ତାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଦୌଡ଼ି ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । 

ପରେ ଚନ୍ଦ୍ରଗିରି ବନବିଭାଗକୁ ଜଣାଇ କୁଟୁରା ଶାବକକୁ ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ବନବିଭାଗ କର୍ମଚାରୀ ଭୋଗମୟୀ ପ୍ରଧାନ କୁଟୁରାକୁ ନେବା ସହ ଏଭଳି କାମ ପାଇଁ  ବସ୍ତିବାସିନ୍ଦାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୁଟୁରା ଶାବକକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି । 

Add Zee News as a Preferred Source
About the Author