Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2241887

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. Akshay Tritiya: ଆଜି ଅକ୍ଷୟ ତୃତୀୟା
ଆଜି ଅକ୍ଷୟ ତୃତୀୟା। ଆଜିର ଦିନରେ ପୁରୀରେ ରଥଯାତ୍ରା ପାଇଁ କାମ ଅନୁକୂଳ ହୋଇଥାଏ। ଏହାସହ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାଙ୍କ ଲାଗି ୨୧ ଦିନିଆା ଚନ୍ଦନଯାତ୍ରା ଆରମ୍ଭ ହୁଏ। ଏଥିଲାଗି ନରେନ୍ଦ୍ର ପୋଖରୀକୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ, ଭୂଦେବୀ, ମଦନ ମୋହନ ସହ ପୁରୀର ପଞ୍ଚ ମହାଦେବ ଚାପ ବିଜେ କରିବେ। ଏଥିଲାଗି ଦୁଇଟି ଡଙ୍ଗା ନନ୍ଦା ଓ ଭଦ୍ରାକୁ ନରେନ୍ଦ୍ର ପୋଖରିରୁ ଉଦ୍ଧାର କରାଯାଇ ସାଜସଜ୍ଜା କରାଯାଇଛି। 

H2. PM’s Roadshow in Bhubaneswar: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜି ନିର୍ବାଚନ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରଠାରେ ଅପରାହ୍ଣରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ଏହି ରୋଡ ଶୋ’ ଆୟୋଜନ କରାଯାଇଛି।  ରାତି ସାଢ଼େ ଆଠଟାରେ ଏହି ରୋଡ୍‍ ଶୋ’ ଅନୁଷ୍ଠିତ ହେବ।  ଏହାପରେ ଭୁବନେଶ୍ୱରରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ। ଏହାପରେ ଶନିବାର ଦିନ କନ୍ଧମାଳ, ବଲାଙ୍ଗୀର ଏବଂ ବରଗଡ଼ ଗସ୍ତରେ ଯିବେ। ସେଠାରେ ନିର୍ବାଚନ ସଭାକୁ ଭାଷଣ ଦେବେ। 

H3. Traffic restrictions in Bhubaneswar: ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ' ପାଇଁ ଟ୍ରାଫିକ କଟକଣା
ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ’ ଦେଖିବା ଲାଗି ହଜାର ହଜାର ସମର୍ଥକଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ଏଥିଲାଗି ରାଜ୍ୟ ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୨ଟାରୁ ଟ୍ରାଫିକ କଟକଣା ଆରମ୍ଭ ହେବ। ଜନପଥରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। ଏହାସହ ଏହି ମୁଖ୍ୟ ରାସ୍ତାକୁ ସଂଲଗ୍ନ କରୁଥିବା ରାସ୍ତାସବୁରୁ ଜନପଥକୁ କୌଣସି ଯାନବାହାନ ବାହାରିବାକୁ ବାରଣ କରାଯାଇଛି। ଏଣୁ ବିକଳ୍ପ ରାସ୍ତାରେ ଯିବା ଲାଗି କମିଶନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଛି।
 
H4. Mo Bus Route changed: ରୋଡ ଶୋ' ପାଇଁ ମୋ ବସ ସେବାକୁ ବାରଣ
ଏହି କଟକଣାକୁ ଦେଖି ସହର ପରିବହନର ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ମୋ’ ବସ୍‍ ସେବାକୁ ମଧ୍ୟ ବାରଣ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ୍‍ରୁ ରାଜମହଲ ଯାଉଥିବା ପ୍ରତିଟି ମୋ’ ବସ୍‍କୁ ଅପରାହ୍ଣ ୨ଟାରୁ ରାଜମହଲରୁ ଏଜି ଛକ ମୁହାଁ କରାଯାଇ ଆଚାର୍ଯ୍ୟ ବିହାର ଯାଏ ଚଳାଚଳ କରାଯିବ। ଏହାଦ୍ୱାରା ରୁଟ୍‍ ସଂଖ୍ୟା ୯,୧୧, ୧୨, ୧୬, ୨୦, ୨୫, ୨୬, ୩୨, ୩୬, ୩୮ ଏବଂ ୮୨ ନମ୍ବର ବସ୍‍ ପ୍ରଭାବିତ ହେବ ବୋଲି କ୍ରୁଟ୍‍ ପକ୍ଷରୁ କୁହାଯାଇଛି। 

H5. BJD releases Manifesto: ବିଜେଡ଼ିର ନିର୍ବାଚନୀ ଇସ୍ତାହାର
ବିଜେଡି ଏହାର ନିର୍ବାଚନ ଇସ୍ତାହାରରେ ଅନେକ ମାଗଣା ଉପହାର ଘୋଷଣା କରିଛି। ଷଷ୍ଠଥର ପାଇଁ ସରକାରକୁ ଆସିଲେ ୧୦୦ ୟୁନିଟ୍‍ ଯାଏ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମାଗଣା ବିଜୁଳିଏସ୍‍ଏଚ୍‍ଜିଙ୍କୁ ବିନା ସୁଧରେ ୧୫ ଲକ୍ଷଟଙ୍କା ଋଣ, ଓଡ଼ିଆ ଓ ପଶ୍ଚିମାଞ୍ଚଳ ଭାଷାର ବିକାଶ ପାଇଁ ପ୍ୟାକେଜ, ଯୁବକମାନଙ୍କ ପାଇଁ ସ୍ୱତନ୍ତ୍ର ୧ଲକ୍ଷ କୋଟି, ୧୦୦ ସ୍ଥାନରେ ପରିବେଶ ଅନୁକୂଳ ପର୍ଯ୍ୟଟନ, ଗୃହଋଣ ସୁଧ ଉପରେ ରିହାତି, ମଧ୍ୟବିତ୍ତଙ୍କୁ ବିଏସକେଓ୍ୱାଇ, ଖାଦ୍ୟ ସୁରକ୍ଷା, ଆଦିବାସୀଙ୍କ ବିକାଶ ଲାଗି ବିଜେଡି ଏହାର ଇସ୍ତାହାରରେ ଅନେକ ଉପହାର ଘୋଷଣା କରିଛି। 

H6. Gadkari on Road and Transport in Odisha: ନୀତିନ ଗଡ଼କରୀଙ୍କର ମଧ୍ୟ ନିର୍ବାଚନୀ ପ୍ରଚାର
ସେହିପରି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ଆଜି ରାଜ୍ୟରା ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ବିଷୟରେ କହିଛନ୍ତି। ନିର୍ବାଚନ ପରେ ଗୋପାଳପୁର-ସାତପଡ଼ା ସେତୁ କାମ ହେବ ବୋଲି ସେ କୃଷ୍ଣପ୍ରସାଦଠାରେ ଆୟୋଜିତ ସଭାରେ କହିଛନ୍ତି। ରାମେଶ୍ୱର-ପୁରୀ-କୋଣାର୍କ-ପାରାଦୀପ-ରତନପୁର ରାସ୍ତା ପାଇଁ ୮୫୦ କୋଟି ଟଙ୍କା, କଟକ-ପାରାଦୀପ ରାସ୍ତା ଲାଗି ୨୩୭୦ କୋଟି ଟଙ୍କା ଦିଆଯାଇଥିବା ସୂଚନା ଦେଇଛନ୍ତି ନିତିନ। ଏହା ସହ ଆଗକୁ ଭୁବନେଶ୍ୱରରେ ୬ ଥାକିଆ ରିଂ ରୋଡ୍‍ କରାଯିବ ବୋଲି ସେ କହିଛନ୍ତି। 

H7. Fine imposed on CG CM’s Copter: ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଜୋରିମାନା
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସେଏଙ୍କ ହେଲିକପ୍ଟରକୁ ୧୫୪୦୦ ଟଙ୍କା ଜରିମାନା ଲାଗିଛି। ବିନା ସୂଚନାରେ ଜରୁରୀ ଅବତରଣ କରିଥିବା ହେତୁ ଜୟପୁରୁ ବିମାନ ଘାଟି କର୍ତ୍ତୃପକ୍ଷ ଏହି ଜରିମାନା ଲାଗୁ କରିଛନ୍ତି। ନିର୍ବାଚନ ପ୍ରଚାର ଲାଗି ଶ୍ରୀ ସାଏ ଓଡ଼ିଶାଗସ୍ତରେ ଅଛନ୍ତି। ତାଙ୍କ ହେଲିକପ୍ଟରର ଇନ୍ଧନ ଶେଷ ହେବା କାରଣରୁ ସେ ଜରୁରୀ ଅବତରଣ କରିଥିଲେ। ହେଲେ ବିନା ସୂଚନାରେ ଏପରି କାର୍ଯ୍ୟ ବେଆଇନ ହୋଇଥିବାରୁ ନିୟମ ମୁତାବକ ଜରିମାନା ଲାଗୁ ହୋଇଛି। 

H8. Two Odias Felicitated by President: ପଦ୍ମଶ୍ରୀରେ ସମ୍ମାନୀତ ହେଲେ ଦୁଇ ଓଡ଼ିଆ
କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପୂର୍ବ ଘୋଷିତ ଦୁଇଜଣ ଓଡ଼ିଆଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଛନ୍ତି। ସେମାନେ ହେଲେ ପଟ୍ଟଚ୍ଚିତ୍ରଶିଳ୍ପୀ ବିନୋଦ ମହାରଣା ଏବଂ ଲୋକକଳା ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେମାନଙ୍କ ସହ ୫୫ ଜଣଙ୍କୁ ପଦ୍ମଶ୍ରୀ, ୯ଜଣଙ୍କୁ ପଦ୍ମଭୂଷଣ ଏବଂ ୨ଜଣଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। 

H9. SC Bars  on Aravali Mining: ଖଣିଜ ଖନନ ପାଇଁ ସୁପ୍ରିମକୋର୍ଟଙ୍କ ବାରଣ
ଆରାବଳୀ ପାର୍ବତ୍ୟାଞ୍ଚଳରେ ନୂଆକରି କୌଣସି ଖଣିଜ ଖନନ ଅନୁମତି ପ୍ରଦାନ ଲାଗି ବାରଣ କରିଛନ୍ତି ସୁପ୍ରିମକୋର୍ଟ। ଏଥିନେଇ ବିଧିବଦ୍ଧ ଭାବେ ୪ ରାଜ୍ୟ ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରାଯାଇଛି । ବେଆଇନ ଖଣିଜ କାରବାରକୁ ରୋକିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। 

H10. SC to hear Kejriwal’s Bail Plea: କେଜରିୱାଲଙ୍କ ଶୁଣାଣୀ
ଦିଲ୍ଲୀ ମଦ ଦୁର୍ନୀତି ପ୍ରସଙ୍ଗରେ ଛନ୍ଦି ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କ ଜାମିନ ଆବେଦନର ଶୁଣାଣି ଆଜି ରହିଛି। ସୁପ୍ରିମ କୋର୍ଟ ଏହି ଶୁଣାଣି କରିବେ। ପୂର୍ବରୁ ଜାମିନ ମିଳିବା ଉପରେ ଶୁଣାଣି ବେଳେ କୋର୍ଟ ତାଙ୍କ ମୁଖ୍ୟମନ୍ତ୍ରୀ ପଦରେ ରହିବା ମାମଲାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ।