ବୋଲେରୋ ଚୋରି ଘଟଣାରେ ୩ କୁଖ୍ୟାତ ଡକାୟତ ଗିରଫ
Advertisement
Article Detail0/zeeodisha/odisha1202564

ବୋଲେରୋ ଚୋରି ଘଟଣାରେ ୩ କୁଖ୍ୟାତ ଡକାୟତ ଗିରଫ

 ଗିରଫ ସମୟରେ ପୋଲିସ ସେମାନଙ୍କ ନିକଟରୁ ଦୁଇଟି ଚୋରା ବୋଲେରୋ, ଗୋଟିଏ ଚୋରା ବାଇକ, ଗୋଟିଏ ଦାମୀ ମୋବାଇଲ ଏବଂ ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ ଜବତ କରିଛି। 

ବୋଲେରୋ ଚୋରି ଘଟଣାରେ ୩ କୁଖ୍ୟାତ ଡକାୟତ ଗିରଫ

ଖୋର୍ଦ୍ଧା: ଚାରି ଚକିଆ ଯାନ ଚୋରି ଅଭିଯୋଗରେ ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି ଜଟଣୀ କମିଶନରେଟ ପୋଲିସ। ଗିରଫ ସମୟରେ ପୋଲିସ ସେମାନଙ୍କ ନିକଟରୁ ଦୁଇଟି ଚୋରା ବୋଲେରୋ, ଗୋଟିଏ ଚୋରା ବାଇକ, ଗୋଟିଏ ଦାମୀ ମୋବାଇଲ ଏବଂ ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ଶେଖ ଇନାଦୁଲା ଏବଂ ମହମଦ ସମସେର।  ସେହପରି ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ପିପିଲି ଥାନା ଦାନଗହୀର ଅଞ୍ଚଳର ମହମଦ ନୁରୁଲ।

ଗତ ୧୪ ତାରିଖରେ ଜଟଣୀ ଅଞ୍ଚଳର ଦିଲୀପ ଭୁଜବଳ ନାମକ ଜଣେ ବ୍ୟକ୍ତିଙ୍କ ବୋଲେରୋ କେହି ଦୁର୍ବୃତ୍ତ ଚୋରି କରିନେଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଜଟଣୀ ପୋଲିସ ଏହାକୁ ଗୁରୁତର ଭାବେ ନେଇ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ବେଣାପାଞ୍ଜରୀ ଗ୍ରାମରେ ଚଢ଼ାଉ କରିବା ପରେ ବୋଲେରୋ ଗାଡ଼ି ଚୋରି ଘଟଣା ପଦାକୁ ଆସିଥିଲା। ଗାଡି଼ ଚୋରି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି।