ବାହାରେ ପାଣି ପିଉଥିଲେ ସାବଧାନ!! ଜଳଛତ୍ରର ବିଷାକ୍ତ ପାଣି ପିଇ ନାବାଳିକା ସମେତ ତିନି ଗୁରୁତର
Advertisement
Article Detail0/zeeodisha/odisha1159953

ବାହାରେ ପାଣି ପିଉଥିଲେ ସାବଧାନ!! ଜଳଛତ୍ରର ବିଷାକ୍ତ ପାଣି ପିଇ ନାବାଳିକା ସମେତ ତିନି ଗୁରୁତର

ବିଷ ପାଣି (Toxic water) ପିଇ ଥିବା ବ୍ୟକ୍ତିମାନଙ୍କର ବାନ୍ତି ମୁଣ୍ଡ ବୁଲାଇବା ଦୁର୍ବଳ ଲଗିଲା ଦେହ ଥରିବା ଭଳି ଲକ୍ଷଣ ଦେଖାଯାଉଛି l ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ଅସୁସ୍ଥମାନେ- ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣା ପଡିଛି।

ଡିଜାଇନ୍ ଫଟୋ

ମାଲାକାନଗିରି: ଜିଲ୍ଲାର ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ଏକ ଜଳଛତ୍ର କେନ୍ଦ୍ରର ମାଠିଆ ପାଣି ଭିତରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିଲେ। ସେହି ପାଣି ପିଇ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଷ ପାଣି (Toxic water) ପିଇ ଥିବା ବ୍ୟକ୍ତିମାନଙ୍କର ବାନ୍ତି ମୁଣ୍ଡ ବୁଲାଇବା ଦୁର୍ବଳ ଲଗିଲା ଦେହ ଥରିବା ଭଳି ଲକ୍ଷଣ ଦେଖାଯାଉଛି l ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ଅସୁସ୍ଥମାନେ- ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣା ପଡିଛି। ଏମାନଙ୍କ ମଧ୍ୟକୁ ଜଣଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ମାଲକାନଗିରି (Malkangiri) ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯଆଇଛି।

Also Read: ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ଘଟଣା: ୮ ସହପାଠୀ ବିଦା, ବଳି ପଡ଼ିବେ ୱାର୍ଡନ

ସୂଚନାନୁସାରେ, ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକ ଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର (Jala Chatra) କେନ୍ଦ୍ର ଖୋଲାଯାଇଥିଲା। ଏହି ଜଳଛତ୍ର କେନ୍ଦ୍ରର ରକ୍ଷଣା ବେକ୍ଷଣ ଓ ପ୍ରତ୍ୟେକ ଦିନ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ସନ୍ଧ୍ୟା ରାଣୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ନିୟୋଜନ କରାଯାଇଥିଲା। ପଞ୍ଚାୟତ ତରଫରୁ ମହିଳାକୁ ପାରିଶ୍ରମିକ ଦେବା ପାଇଁ ମଧ୍ୟ ସ୍ଥିର କରାଯାଇଥିଲା। 

ମହିଳା ଜଣଙ୍କ ପ୍ରତ୍ୟେକ ଦିନ ଭଳି ବୁଧବାର ମଧ୍ୟ ମାଠିଆରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ। ଏହି ସମୟରେ ସେଠାରେ ଲୋକମାନେ ଜଳଛତ୍ର କେନ୍ଦ୍ରରୁ ପାଣି ପିଇ ଥିଲେ। ପାଣି (Drinking Water) ପିଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ପରେ ଗାଁ ଲୋକ ସେଠାରେ ପହଞ୍ଚି ମାଠିଆ ପାଣି ଯାଂଚ କରିବା ପରେ ସେଥିରେ ବିଷ ମିଶି ଥିବା ଜାଣିବାକୁ ପାଇଥିଲେ।

Also Read: ଭଉଣୀ ପାଇଁ ଭିକ୍ଷାବୃତ୍ତି; ମାମାକୁ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛି ବବଲୁ

ଜଳଛତ୍ର ପାଣିରେ କୀଟନାଶକ ଔଷଧ ମିଶା ଯାଇଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି। ତେବେ ଏଭଳି ଜଘନ୍ୟ କାମ କିଏ କରିଛି ସେ ନେଇ ଗ୍ରାମବାସୀମାନେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି। ବିଷାକ୍ତ ପାଣିରୁ ଯାଞ୍ଚ ପାଇଁ ଲ୍ୟାବକୁ ପଠା ଯାଇଛି। ରିପୋର୍ଟ ଆସିଲା ପରେ ସେଥିରେ କେଉଁ ବିଷାକ୍ତ ଦ୍ରବ୍ୟ ମିଶାଯାଇଥିଲା, ତାହା ଜଣା ପଡିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଲଗାତର ଗ୍ରୀଷ୍ମ ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ତଥା ବାଟୋଇଙ୍କୁ ମୁନ୍ଦେ ପାଣି ଯୋଗାଇ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥାନେ ସ୍ଥାନେ ଜଳଛତ୍ରମାନ ତିଆରି କରାଯାଇଛି। ପ୍ରାୟତଃ ସ୍ଥାନରେ ଖୋଲା ମାଠିଆରେ ପାଣି ରଖାଉଛି। ତାହାକୁ ଦେଖିବାକୁ ମଧ୍ୟ କେହି ରହୁନଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ତେଣୁ ରାସ୍ତା କଡରେ ପାଣିଛତ୍ର ଲଗାଇବା ସହ ସେଠାରେ ଜଣଙ୍କୁ ନୁଯୁକ୍ତ କରିବାକୁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।