sarmila snake attack: ସାପ ଉଜାଡିଲା ଗାଁର ସପନ
Advertisement
Article Detail0/zeeodisha/odisha1342228

sarmila snake attack: ସାପ ଉଜାଡିଲା ଗାଁର ସପନ

Tribal Girl Die On Snake Attack: ୧୬ ବର୍ଷିୟା ଆଦିବସୀ ଝିଅ (Tribal Girl) ହେଉଛି ସର୍ମିଲା କହଁର (Sarmila Kahanr) । ସେ ପାଠ (Study)ରେ ଯେମିତି ନାଚ-ଗୀତରେ ମଧ୍ୟ ଠିକ୍ ସେମିତି ।

sarmila snake attack: ସାପ ଉଜାଡିଲା ଗାଁର ସପନ

Tribal Girl Die On Snake Attack: ୧୬ ବର୍ଷିୟା ଆଦିବସୀ ଝିଅ (Tribal Girl) ହେଉଛି ସର୍ମିଲା କହଁର (Sarmila Kahanr) । ସେ ପାଠ (Study)ରେ ଯେମିତି ନାଚ-ଗୀତରେ ମଧ୍ୟ ଠିକ୍ ସେମିତି । ତାଙ୍କର ଲକ୍ଷ (Aim) ଥିଲା ପାଠ ପଢି ଉଚ୍ଚ ଶିକ୍ଷିତ ହେବ ଆଉ ଆଦିବାସୀ ପିଲାଙ୍କୁ ମାଗଣାରେ ପାଠ ପଢାଇ (Free Education) ଶିକ୍ଷିତ କରିବ। କେବଳ ସର୍ମିଲା ଏକା ଯେ ଏହା ଚାହୁଁଥିଲେ ତାହା ନୁହେଁ ବରଂ ସର୍ମିଲାଙ୍କ ଗରିବ ବାପାମାଆ ଓ ପରିବାର ସମେତ ପୂରା ଗାଁ ସର୍ମିଲାଙ୍କ ଠାରୁ ଏୟା ହିଁ ଆଶା ରଖିଥିଲେ। ହେଲେ ଏତେସବୁ ଭାବନାରେ ହଠାତ ପଡିଗଲା ପୂର୍ଣ୍ଣଚ୍ଛେଦ। ଅନ୍ୟକୁ ଆଲୋକିତ କରିବାର ସ୍ବପ୍ନ ରଖିଥିବା ଦୀପଶିଖାଟି ହଠାତ ଲିଭିଗଲା। ସର୍ମିଲାଙ୍କ ଜୀବନ ଦୀପ ଲିଭିଗଲା ପରେ ଭାଙ୍ଗିପଡିଲେ ପରିବାର ଓ ପ୍ରିୟଜନ। 

ଗାଁ ଦାଣ୍ଡ ହେଉ କି ଘର ଅଗଣା, ଏହି ଖବର ଶୁଣିବା କ୍ଷଣି କେହି ବି ନିଜ ଆଖିର ଲୁହକୁ ଅଟକାଇ ପାରୁନଥିଲେ । ବାରିଙ୍ଗ ଗ୍ରାମବାସୀ ଏହି ଖବର ଶୁଣିବା ପରେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଡି ପଡିଥିଲା। କାରଣ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ପ୍ରାୟ ୪ ଫୁଟ ଲମ୍ବର ବିଷାକ୍ତ ପାହାଡିଆ ଚିତି ସାପ ସର୍ମିଲାଙ୍କୁ କାମୁଡି ଦେଇଥିଲା। ନିଘୋଡ ନିଦରେ ଶୋଇଥିବା ବେଳେ ସର୍ମିଲାଙ୍କ ବାମ ହାତର କାଣି ଆଙ୍ଗୁଠିକୁ ସାପଟି କାମୁଡି ଦେଇଥିଲା । ଯେତେବେଳେ ଆଙ୍ଗୁଠି ବଥା ହେବାକୁ ଆରମ୍ଭ କରିଥିଲା, ତାଙ୍କ ନିଦ ଭାଙ୍ଗିଥିଲା। ଦେଖିବା ବେଳକୁ ୪ ଫୁଟ ଲମ୍ବର ବିଷାକ୍ତ ପାହାଡିଆ ଚିତି ସାପଟି ତାଙ୍କ ଆଙ୍ଗୁଠିକୁ କାମୁଡି ଧରିଛି । ଏହାପରେ ସେ ଚିତ୍କାର କରିବା ସହ ସାପଟିକୁ ଯୋରରେ ଟାଣି ଆଙ୍ଗୁଠିରୁ ଅଲଗା କରିଥିଲେ ।

ଏହାପରେ ପରିବାର ଲୋକେ ସର୍ମିଲାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଜୁରୀପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ଅବସ୍ଥା ଦେଖି ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଆଜି ଚିକିତ୍ସା ହେଉଥିବା ସମୟରେ ସର୍ମିଲାଙ୍କ ମୃତ୍ୟୁ ହୋଇଛି । ଖବର ଜଣାପଡିବା ପରେ ସମଗ୍ର ବାରିଙ୍ଗ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଛନ୍ତି ।

୪ ଫୁଟ ଲମ୍ବର ପାହାଡିଆ ଚିତି ସାପଟି ଯେ କେବଳ ସର୍ମିଲାଙ୍କ ଜୀବନ ନେଲା ତାହା ନୁହେଁ, ରରଂ ପରିବାର, ପ୍ରିୟଜନ ଓ ଗାଁ ଲୋକଙ୍କ ସବୁ ସ୍ବପ୍ନକୁ ଭାଙ୍ଗିଦେଇଥିବା ନେଇ ଗ୍ରାମବାସୀ କହିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣୀଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାରିଙ୍ଗ ଗ୍ରାମର ମୁରଲି କହଁରଙ୍କ ଝିଅ ଥିଲା ସର୍ମିଲା। ସର୍ମିଲାଙ୍କ ବୟଷ ସିନା ମାତ୍ର ୧୬ ବର୍ଷ ହେଲେ ଗ୍ରାମବାସୀଙ୍କ ଅତି ପ୍ରିୟ ଥିଲା ଏହି ଆଦିବାସୀ ଝିଅଟି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୪୬ ମାର୍କ ରଖି ଉତିର୍ଣ୍ଣ ହୋଇଥିଲା। ଆଉ କଲେଜରେ ପାଠ ପଢିବା ପାଇଁ ଗତ ୨୮/୦୮/୨୦୨୨ ରିଖରେ ନୟାଗଡ ଜିଲ୍ଲା ଦଶପଲ୍ଲା ସ୍ଥିତ କୃଷ୍ଣପ୍ରିୟା ଦେବୀ ମହିଳା କଲେଜରେ ନାମ ଲେଖାଇଥିଲା। କଲେଜରେ ପାଠ ପଢି ନିଜର, ପରିବାର ଓ ଗ୍ରାମବାସୀଙ୍କ ସ୍ୱପ୍ନକୁ ସାକାର କରିବା ପୁର୍ବରୁ ଲିଭିଯାଇଛି ସର୍ମିଲାଙ୍କ ଜୀବନ ଦୀପ ।