ଧାମରାରୁ ୭୦ କିମି ଦୂରରେ ବାତ୍ୟା ୟାସ୍, ଲ୍ୟାଣ୍ଡଫଲରେ ହୋଇପାରେ ବିଲମ୍ୱ
Advertisement
Article Detail0/zeeodisha/odisha907386

ଧାମରାରୁ ୭୦ କିମି ଦୂରରେ ବାତ୍ୟା ୟାସ୍, ଲ୍ୟାଣ୍ଡଫଲରେ ହୋଇପାରେ ବିଲମ୍ୱ

ବାତ୍ୟା ୟାସ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ପବନ ବହିବା ସହ ମୂଷଳଧାରା ବର୍ଷା ହେବାରେ ଲାଗିଛି । 

ଧାମରାରୁ ୭୦ କିମି ଦୂରରେ ବାତ୍ୟା ୟାସ୍, ଲ୍ୟାଣ୍ଡଫଲରେ ହୋଇପାରେ ବିଲମ୍ୱ

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ମାଡ଼ି ଆସୁଛି ବାତ୍ୟା 'ୟାସ୍' (Yaas) । ଭଦ୍ରକର ଧାମରା ଠାରୁ ମାତ୍ର ୭୦ କିଲୋମିଟର ଦୂରରେ ୟାସ୍ ରହିଛି । ବର୍ତ୍ତମାନ ସମୟରେ ପାରାଦ୍ୱୀପରୁ ୯୦ କିଲୋମିଟର ଓ ବାଲେଶ୍ୱରରୁ ୧୩୦ କିଲୋମିଟର ଦୂରରେ ଏହା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଏହା ସ୍ଥଳ ଭାଗ ଆଡ଼କୁ ମୁହାଁ ହେଉଛି । ସମୁଦ୍ରରେ ଏବା ୧୩୦ରୁ ୧୫୦ କିଲୋମିଟର ବେଗରେ ପବନ ବହୁଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ କମିବ ବୋଲି ଅନୁମାନ କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ । ଦ୍ୱିପ୍ରହରରେ ଧାମରା-ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ୟାସ୍ । ଦିନ ୯ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରାଯାଉଛି । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍ । 

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ଅତିରିକ୍ତ ଦରମା! ଜାଣନ୍ତୁ କାହିଁକି...

ବାତ୍ୟା ୟାସ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ପବନ ବହିବା ସହ ପ୍ରବଳ ବର୍ଷା ହେବାରେ ଲାଗିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ଜାରି ରହିଛି । ଏହି ୪ଟି ଜିଲ୍ଲାରେ ୬୦ରୁ ୯୦ କିଲୋମିଟର ବେଗରେ ପବନ ବହୁଛି । ସେପଟେ ବାତ୍ୟା ୟାସର ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକରେ ୨ରୁ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ ବୋଲି ପୂର୍ବାନୁମାନ କରାଯାଉଛି । 

ସୂଚନାଯୋଗ୍ୟ, ଓଡିଶାରେ NDRF, ODRAF, ଅଗ୍ନିଶମ ସେବା ଏବଂ ପୋଲିସର ୪,୦୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୫୨ NDRF, ୫୦ ODRAF, ୨୦୬ ଅଗ୍ନିଶମ ସେବା, ଜଙ୍ଗଲ ବିଭାଗର ୮୬ଟି ଦଳ ସେବାରେ ଅଛନ୍ତି ବୋଲି ଓଡିଶା SRC ପକ୍ଷରୁ ସୂଚନା ଦିଆଯାଇଛି ।