Corona Terror: Quarantine Center ପରିସରରୁ ଚମ୍ପଟ ମାରିଲେ ୨ Migrant
Advertisement

Corona Terror: Quarantine Center ପରିସରରୁ ଚମ୍ପଟ ମାରିଲେ ୨ Migrant

କୋରୋନା ଆକ୍ରାନ୍ତ ହେବା ଭୟରେ ସଙ୍ଗରୋଧ କେନ୍ଦ୍ରରୁ ଚମ୍ପଟ ମାରିଛନ୍ତି ଦୁଇ ପ୍ରବାସୀ।

 

 

Corona Terror: Quarantine Center ପରିସରରୁ ଚମ୍ପଟ ମାରିଲେ ୨ Migrant

ପ୍ରେମାନନ୍ଦ ପୂଜାରୀ,ମୋହନା: ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ସ୍ଥିତ ସଙ୍ଗରୋଧ କେନ୍ଦ୍ରରୁ ପୁଣି ଚମ୍ପଟ ମାରିଲେ ଦୁଇ ତେଲେଙ୍ଗାନା ଫେରନ୍ତା ପ୍ରବାସୀ। ସେ ଦୁଇ ଜଣ ହେଲେ ମୋହନା ବ୍ଳକ ବଡଖଣି ପଞ୍ଚାୟତ ରେକେମେରା ଗାଁର କୁନା ମଲ୍ଲିକ ଏବଂ ଅନ୍ୟ ଜଣେ ବଡସିନ୍ଧବା ପଞ୍ଚାୟତ ବାଦପୁର ଗାଁର ମିଟୁ ନାୟକ। ଗତ ୮ ତାରିଖରେ ଭଭୟେ ତେଲେଙ୍ଗାନାରୁ ଫେରିଥିବା ବେଳେ ଲୁହାଗୁଡି ସ୍ଥିତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। 

ଦୁଇ ଦିନ ତଳେ ପ୍ରବାସୀଙ୍କ ଆରଟିସିଆର ଟେଷ୍ଟ (RTPCR Test) କରାଯାଇଥିଲା। ଶନିବାର ରିପୋର୍ଟ ଆସିବା ପରେ କୋରୋନା ଆକ୍ରାନ୍ତ (Corona Positive) ହେବା ଭୟରେ ସକାଳୁ ଲୁହାଗୁଡି ସ୍ଥିତ ସଙ୍ଗରୋଧ କେନ୍ଦ୍ରରୁ (Quarantine Center) ଦୁଇ ଅନ୍ତେବାସୀ କେଉଁଆଡେ ଫେରାର ହୋଇଯାଇଥିଲେ। ଉଭୟେ କେଉଁ ଆଡେ ଗଲେ ତାହା ଏ ପର୍ଯ୍ୟନ୍ତ ଜଣା ପଡୁନଥିବା ବେଳେ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ନୋଡାଲ ଅଫିସର ଦୟାନିଧି ନାୟକ ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

Also Read: ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ବିରୋଧରେ ପ୍ରବାସୀଙ୍କ ପ୍ରତିବାଦ

ସମ୍ପୃକ୍ତ ଦୁଇ ଅନ୍ତେବାସୀଙ୍କ ଆରଟିପିସିଆର ରିପୋର୍ଟରେ ପଜିଟିଭି ରହିଥିବା ଜଣାପଡିଛି। ଯାହା ପ୍ରଶାସନର ଚିନ୍ତା ବଢାଇଛି। ପୂର୍ବରୁ ଗତ ୧୧ ତାରିଖରେ ଜଣେ ପ୍ରବାସୀ ଫେରାର ହୋଇଥିଲେ। ପ୍ରାୟ ୨ ଦିନ ଧରି  ପୋଲିସ ପ୍ରଶାସନ ଖୋଜାଖୋଜି କରିବା ପରେ ସେ ନମିଳିବାରୁ ଥାନାରେ ଏତଲା ଦିଆଯିବା ପରେ ଫେରାର ପ୍ରବାସୀ ଅଡବା ଥାନାରେ ଆତ୍ମସମର୍ପଣ କରିବା ସହ ସଙ୍ଗରୋଧରେ ରହିଥିଲେ। ଏବେ ଏପରି ଘଟଣାର ପୁନରାବୃତ୍ତି ପୁଣି ଥରେ ଘଟିଥିବା ବେଳେ ଘଟଣାସ୍ଥଳରେ ମୋହନା ଅତିରିକ୍ତ ତହସିଲଦାର ଆଶିସ କୁମାର ପ୍ରଧାନ ଏବଂ ମେଡିକାଲ ଟିମ ପହଞ୍ଚି ତଦନ୍ତ କରିଛନ୍ତି। 

ଏ ଘଟଣା ବାବଦରେ ଜଣାପଡିବା ପୂର୍ବରୁ ଗଜପତି ଜିଲ୍ଲା ଡିଆରଡିଏ ପିଡି ଅନାମ ଚରଣ ପାତ୍ର ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ ମଧ୍ୟ ଏନେଇ ଜାଣିପାରିନଥିଲେ। ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ରିପୋର୍ଟ ଆସିବା ପରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଜଣଙ୍କୁ କାଳିଆପଟା କୋଭିଡ କେୟାର ପଠାଯାଇଥାଇଥିବା ବେଳେ ଭୟଭୀତ ହୋଇ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି।

Also Read: କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜରିମାନା

ସଙ୍ଗରୋଧ କେନ୍ଦ୍ରରେ ଶନିବାର ମଧ୍ୟାହ୍ନ ଭୋଜନ ଦେବା ପାଇଁ ନାମ ଡକାଯାଇଥିବା ବେଳେ ଫେରାର ଦୁଇ ପ୍ରବାସୀଙ୍କ ପତା ମିଳିନଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ପ୍ରଶାସନର ଢିଲା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅପରପକ୍ଷେ ମୋହନା ବ୍ଲକରେ ସ୍ଥାୟୀ ବିଡିଓ ଯୋଗଦେଇ ନଥିବା ବେଳେ ଦାୟିତ୍ୱ ଥିବା ବିଡିଓ ଲୋକନାଥ ଦଳବେହେରା ଅନୁପସ୍ଥିତ ହେବା ଏବଂ ଦାୟିତ୍ୱହୀନତା କାର୍ଯ୍ୟଶୈଳୀ କାରଣରୁ ଏପରି ଘଟଣା ଘଟିଚାଲିଛି। ଏ ଘଟଣା ବାବଦରେ ଆମେ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ରହିଥିବା ଅଧିକାରୀ ବିଡିଓଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ରଖିନାହାଁନ୍ତି।