ପୁଣି ମହାନଦୀ ନେଲା ଦୁଇ ଜୀବନ, ଗାଧୋଇବାକୁ ଆସି ବୁଡିଗଲେ ଯୁକ୍ତ ଦୁଇ ଛାତ୍ର
Advertisement
Article Detail0/zeeodisha/odisha1152377

ପୁଣି ମହାନଦୀ ନେଲା ଦୁଇ ଜୀବନ, ଗାଧୋଇବାକୁ ଆସି ବୁଡିଗଲେ ଯୁକ୍ତ ଦୁଇ ଛାତ୍ର

ମହାନଦୀରେ ଗାଧୋଇବା କାଳ ହୋଇଛି। ଜଗତସିଂହପୁର କୁଜଙ୍ଗ ବ୍ଲକ ମହାନଦୀରେ ବୁଡ଼ି ୨ ଜଣ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। 

ପ୍ରତିକାତ୍ମକ ଫଟୋ

ଜଗତସିଂହପୁର: କୁଜଙ୍ଗ ବ୍ଲକରେ ମହାନଦୀରେ ଅଘଟଣ। ଗାଧୋଇବାକୁ ଆସି ନଦୀରେ ଭାସିଗଲେ ଦୁଇ ଜଣ ଛାତ୍ର। ସ୍ଥାନୀୟ ଲୋକଙ୍କ ଉଦ୍ଧାର ପରେ ଚିକିତ୍ସା ବେଳେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା।

ମହାନଦୀରେ ଗାଧୋଇବା କାଳ ହୋଇଛି। ଜଗତସିଂହପୁର କୁଜଙ୍ଗ ବ୍ଲକ ମହାନଦୀରେ ବୁଡ଼ି ୨ ଜଣ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପଙ୍କପାଳ ନିକଟସ୍ଥ ମହାନଦୀର ବଡ଼ପାଳ ଘାଟରେ ଏହି ଅଘଟଣ ଘଟିଛି। ମୃତକମାନେ ପଥୁରିଆ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। 

ଗୁରୁବାର ସକାଳେ ଛାତ୍ର ଦୁଇ ଜଣ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୁର୍ଘଟଣା ବଶତଃ ଖୋରସ୍ରୋତାରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କୁଜଙ୍ଗ ମେଡିକାଲ ଆଣିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Also Read: ହସ୍ପିଟାଲରେ ମାଆ-ଛୁଆକୁ ଛାଡି ସ୍ୱାମୀ ଓ ପରିବାର ଫେରାର, କାରଣ ଜାଣିଲେ କହିବେ...

ପୋଲିସ ଏହାର ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ମୃତ ଦୁଇ ଜଣ ଛାତ୍ରଙ୍କ ପୋଷ୍ଟମର୍ମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ମହାନଦୀରେ ଲଗାତର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଛି। ଗତ ସପ୍ତାହରେ କଟକ ଯୋବ୍ରା ନିକଟରେ ବୁଡି ତିନି ଜଣ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ନରାଜରେ ଚାରିଜଣ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଚଳିତ ବର୍ଷ ହୋଲିରେ ରାଜ୍ୟର ବିଭିନ୍ନ ଜଳାଶୟରେ ୧୭ ଜଣ ପ୍ରାଣ ହରାଇଥିଲେ।