ଗୁଣି ଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା
Advertisement

ଗୁଣି ଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ମାଲକାନଗିରି: ଗୁଣି ଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ହତ୍ୟା ।  ମାଲକାନଗିରି  ଥାନା ଅନ୍ତର୍ଗତ ପେଣ୍ଡାଲଗୁଡ଼ା ଗ୍ରାମର ଘଟିଛି ଏହି ଘଟଣା । ଗାଁର ଗୋଟିଏ ପରିବାରର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ମୃତକ ଦୁଇଜଣ ହେଲେ ସୋମା ମାଡ଼ି ଓ ତାଙ୍କ ସ୍ତ୍ରୀ ସୁକ୍ରି ମାଡ଼ି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

ସୂଚନା ମୁତାବକ, ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା । ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ପେଣ୍ଡାଲଗୁଡ଼ା ଗାଁରେ ଘଟିଛି ହତ୍ୟାକାଣ୍ଡ । ଉଭୟ ସ୍ୱାମୀ  ସୋମା ମାଡ଼ି ଓ ତାଙ୍କ ସ୍ତ୍ରୀ ସୁକ୍ରି ମାଡ଼ିଙ୍କୁ ହତ୍ୟା କରାଯାଇଛି । ଉଭୟଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । 

ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି ।