Jamkani Coal Mining: ଶେଷରେ ଅପେକ୍ଷାର ଘଟିଲା ଅନ୍ତ । ବେଦାନ୍ତ କର୍ତ୍ତୃପକ୍ଷଙ୍କ କଥା ରଖିଲେ ବିସ୍ଥାପିତ । ବେଦାନ୍ତକୁ ମିଳିଥିବା ଜାମକାନି କୋଇଲା ଖଣି ଭୂମିପୂଜନ ଆରମ୍ଭ ଦିନଠାରୁ ବିସ୍ଥାପିତଙ୍କ ଧାରଣା ଦିର୍ଘ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ଏନେଇ ଆଜି ବେଦାନ୍ତ କମ୍ପାନୀର ଜାମକାନି କୋଇଲା ଖଣିର ଆନ୍ଦୋଳନ ସ୍ଥଳରେ ବିସ୍ଥାପିତ ମାନଙ୍କ ଦାବି ନେଇ କମ୍ପାନୀ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ବିସ୍ଥାପିତ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏହି ବୌଠକରେ ଆନ୍ଦୋଳନରେ ବସିଥିବା ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଅଧିକାରୀ। ବିସ୍ଥାପିତଙ୍କ ସହ ହୋଇଥିବା ଏହି ଆଲୋଚନା ସଫଳ ହୋଇଥିବା ଜଣାପଡିଛି।
Trending Photos

ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇ ଏକ ସୁସ୍ଥ ବାତାବରଣରେ ସମସ୍ତଙ୍କ ସହମତିରେ ଚୁକ୍ତିନାମା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଖଣି କାର୍ଯ ଆରମ୍ଭ କରାଯାଇଛି। ତେବେ, ଏହି ବୈଠକରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ସମତେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଏବଂ ଝରପଲଂ ଗାଁର ୧୫ ଶହରୁ ଉର୍ଦ୍ଧ ଗ୍ରାମବାସୀ ସଭାରେ ଯୋଗ ଦେଇଥିଲେ। ପ୍ରମୁଖ ଚୁକ୍ତିଗୁଡିକ ମଧ୍ୟରୁ ପ୍ରତି ପରିବାର ସର୍ଭେ କରି ବର୍ତ୍ତମାନ ୧୮ ବର୍ଷରୁ ଉର୍ଦ୍ଧ ପୁଅ ଏବଂ ଝିଅଙ୍କୁ ତାଲିମର ବ୍ୟବସ୍ଥା କରି ନିଯୁକ୍ତି ଦେବା, ସ୍ଥାନୀୟ ବେକାରୀମାନଙ୍କୁ ନିଯୁକ୍ତି ଦେବା ନିଷ୍ପତି ସହିତ ବିସ୍ଥାପିତ ପରିବାରରୁ ଉଚ୍ଚ ଶିକ୍ଷିତ ଏବଂ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା, ବିସ୍ଥାପିତ ହେବାକୁ ଥିବା ପ୍ରତ୍ୟକ ପରିବାରର ଗୃହକୁ ସର୍ଭେ କରି ନୃତନ ଭାବରେ ନିର୍ମିତ ହୋଇଥିବା ଘରର କ୍ଷତିପୂରଣ ଦିଆଯିବ ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।
ଏହାବି ପଢନ୍ତୁ : Draupadi Murmu: ଓଡ଼ିଶାରେ ମ୍ୟାଡମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି ଦ୍ବିତୀୟ ଦିନର କାର୍ଯ୍ୟସୂଚୀ?
ଏହାବି ପଢନ୍ତୁ :Puri Srimandir: ବିପଦରେ ଶ୍ରୀମନ୍ଦିର! ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ, ରକ୍ଷଣାବେକ୍ଷଣାକୁ ନେଇ ଉଠିଲା ପ୍ରଶ୍ନ
ସୁନ୍ଦରଗଡ଼ ଜାମକାନି କୋଇଲା ଖଣି କେତେକ ସ୍ଥାନୀୟ କାରଣ ପାଇଁ ଖନନ ହୋଇପାରୁ ନ ଥିଲା। ଏପରିକି ଖଣି ଖନନ ସ୍ଥଳରେ ସ୍ଥାନୀୟ ବାସିନ୍ଦ ଦୀର୍ଘଦିନ ହେବ ଆନ୍ଦୋଳନ କରିଆସୁଥିଲେ। ପୂର୍ବରୁ ଏହି ଜାମକାନି କୋଇଲା ଖଣିକୁ ପ୍ରଥମେ ଭୂଷଣ କମ୍ପାନୀକୁ ଆବଣ୍ଟିତ ହୋଇଥିଲା। ସେତେବେଳେ ଇଡ୍କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇ ୨୦୦୬ ଜମି ଅଧଗ୍ରହଣ ନୀତି ଅନୁଯାୟୀ ବିସ୍ଥାପିତଙ୍କୁ କ୍ଷତି ପ୍ରଦାନ ହୋଇଛି। ମାତ୍ର ପରବର୍ତ୍ତୀ ସମୟରେ ଏହି କୋଲ ବ୍ଲକ ଭୂଷଣ କମ୍ପାନୀକୁ ବାତିଲ ପରେ ୨୦୨୦ରେ ବେଦାନ୍ତ କମ୍ପାନୀକୁ ଏହି ଖଣି ଆବଣ୍ଟିତ ହୋଇଥିଲା।
ଖଣି କାର୍ଯ୍ୟ ଆରମ୍ଭ ପୂର୍ବରୁ ବେଦାନ୍ତ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ତରଫରୁ ଏହି ଦାବିନେଇ ବହୁବାର ବିସ୍ଥାପିତଙ୍କ ସହ ଆଲୋଚନା ହୋଇଛି। ଖଣି କାର୍ଯ୍ୟ ବିଳମ୍ବ ହୋଇଥିବାରୁ ଏପରିକି କମ୍ପାନୀ ପକ୍ଷରୁ ଏକର ପିଛା ୬ଲକ୍ଷ ଟଙ୍କା ପ୍ରଦାନ ସହ ଅନ୍ୟାନ୍ୟ ପାରିପାଶର୍ବିକ ଉନ୍ନୟନ କାର୍ଯ୍ୟ କରିଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ବିସ୍ଥାପିତମାନେ ନୂତନ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ଯୋଗାଇ ଦେବା ଦାବି କରିଥିଲେ । ନ ହେଲେ ଭିଟାମାଟି ମାଟି ଛାଡ଼ିବେ ନାହିଁ ବୋଲି ନିଜ ଜିଦ୍ରେ ଅଟଳ ଥିଲେ। ହେଲେ ଦିର୍ଘ ଦିନର ଧାରଣା ପରେ ଶୁକ୍ରବାର ଦିନ ଆନ୍ଦୋଳନ ସ୍ଥଳରେ ବିସ୍ଥାପିତମାନଙ୍କ ଦାବି ନେଇ କମ୍ପାନୀ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ବିସ୍ଥାପିତ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୌଠକ ହୋଇଥିଲା। ଏପରିକି ଉଭୟ ପକ୍ଷର ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।