ଶିବଲିଙ୍ଗ ଉପରେ ବିବାଦୀୟ ମନ୍ତବ୍ୟ ରଖି ଯୁବକ ଗିରଫ
Advertisement
Article Detail0/zeeodisha/odisha1189025

ଶିବଲିଙ୍ଗ ଉପରେ ବିବାଦୀୟ ମନ୍ତବ୍ୟ ରଖି ଯୁବକ ଗିରଫ

ଗିରଫ ହୋଇଥିବା ଯୁବକ ବବଲୁ ଭୋଇ ପୂର୍ବରୁ  ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ନାମରେ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ପୋଷ୍ଟ କରିବାର ନଜିର ରହିଛି।

ଶିବଲିଙ୍ଗ ଉପରେ ବିବାଦୀୟ ମନ୍ତବ୍ୟ ରଖି ଯୁବକ ଗିରଫ

ଝାରସୁଗୁଡା: ଶିବଲିଙ୍ଗକୁ ନେଇ ସୋସିଆଲ ମିଡ଼ିଆରେ ଅସଭ୍ୟ ଭାଷା ପ୍ରୟୋଗ କରିବା ପଡିଲା ମହଙ୍ଗା। ଶିବଲିଙ୍ଗକୁ ନେଇ ସୋସିଆଲ ମିଡିଆରେ ଅସଭ୍ୟ ଲେଖା ପୋଷ୍ଟ କରିବା ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ପୁରୁଣାବସ୍ତି ଅଞ୍ଚଳର ଯୁବକ ବବଲୁ ଭୋଇକୁ ଗିରଫ କରିଛି  ପୋଲିସ।  ବଜରଙ୍ଗ ଦଳ ତଥା ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ କ୍ରମେ  ଅଭିଯୁକ୍ତ ଗିରଫ କରିଛି ପୋଲିସ।

ଗିରଫ ହୋଇଥିବା ଯୁବକ ବବଲୁ ଭୋଇ ପୂର୍ବରୁ  ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ନାମରେ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ପୋଷ୍ଟ କରିବାର ନଜିର ରହିଛି। ବବଲୁ ନିଜେ ପୂଜା ଦୋକାନ କରି ରୋଜଗାର କରୁଥିବା ବେଳେ କାହିଁକି ସେ  ହିନ୍ଦୁ ଦେବାଦେବୀଙ୍କ ବାବଦରେ ଏଭଳି ଅସଭ୍ୟ ଭାଷା ଲେଖିଛି ତାହା ଏବେ ସନ୍ଦେହ ଘେରରେ ରହିଛି। କାହାରି ପ୍ରଲୋଭନ ଅଥବା ଆର୍ଥିକ ଲୋଭ କାରଣରୁ ସେ ଏପରି ବିବାଦୀୟ  କରୁଥିଲା କିମ୍ବା ହିନ୍ଦୁ ଦେବାଦେବୀଙ୍କୁ ନେଇ ଅଭଇଯୁକ୍ତ ମନରେ ଆକ୍ରୋଶ ରହିଛି ତାକୁ ନେଇ ସନ୍ଦେହ କରୁଛନ୍ତି ହିନ୍ଦୁ ସଙ୍ଗଠନ।