India Post GDS 2022: ପୋଷ୍ଟ ଅଫିସରେ ଏହି ପଦବୀ ପାଇଁ ଆଜି ହିଁ କରନ୍ତୁ ଆବେଦନ; ମିଳିବ ୩୦,୦୦୦ ଟଙ୍କା ଦରମା
Advertisement
Article Detail0/zeeodisha/odisha1196106

India Post GDS 2022: ପୋଷ୍ଟ ଅଫିସରେ ଏହି ପଦବୀ ପାଇଁ ଆଜି ହିଁ କରନ୍ତୁ ଆବେଦନ; ମିଳିବ ୩୦,୦୦୦ ଟଙ୍କା ଦରମା

India Post GDS Recruitment 2022: ଆବେଦନ କରିବା ପୂର୍ବରୁ ଆଗ୍ରହୀ ପାର୍ଥୀମାନଙ୍କୁ ପୋଷ୍ଟଅଫିସ ତରଫରୁ ଦିଆଯାଇଥିବା ବିଜ୍ଞପ୍ତିକୁ ଯତ୍ନର ସହ ପଢିବା ଜରୁରୀ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଆପଣ ଇଣ୍ଡିଆ ପୋଷ୍ଟରେ ଚାକିରି ପାଇପାରିବେ ।

ସାଙ୍କେତିକ ଫଟୋ

India Post GDS Recruitment 2022​: ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଏଥିପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଲିମିଟେଡ (IPPB) ପୋଷ୍ଟ ବିଭାଗ, ଯୋଗାଯୋଗ ମନ୍ତ୍ରଣାଳୟରେ ଗ୍ରାମିଣ ଡାକ ସେବକ (GDS) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯାହାର ଅବଦାନ କରିବାକୁ ସମୟ ମାତ୍ର ୩ ଦିନ ବାକି ଅଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିନାହାଁନ୍ତି ସେମାନେ IPPB ର ଅଫିସିଆଲ୍ ୱେବସାଇଟ୍  ippbonline.com ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୭ ମଇ ରହିଛି ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://ibpsonline.ibps.in/ippbgdsapr22/ ମାଧ୍ୟମରେ ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ । ଆହୁରି ମଧ୍ୟ, ଏହି ଲିଙ୍କ୍ https://www.ippbonline.com/documents/31498/132994 ଉପରେ କ୍ଲିକ୍ କରି ଆପଣ ଅଫିସିଆଲ୍ ବିଜ୍ଞପ୍ତି ଯାଞ୍ଚ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୬୫୦ ଟି ପଦବୀ ପୂରଣ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ 
ଅନଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ୧୦ ମଇ ୨୦୨୨ 
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ - ୨୭ ମଇ ୨୦୨୨  

ଖାଲି ଥିବା ପଦବୀ ବିବରଣୀ
ଗ୍ରାମୀଣ ଡାକ ସେବକ - ୬୫୦

ଯୋଗ୍ୟତା ମାନଦଣ୍ଡ
ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନ / ବୋର୍ଡରୁ ସ୍ନାତକ ହେବା ଜରୁରୀ । ଆହୁରି ମଧ୍ୟ, GDS ଭାବରେ ସର୍ବନିମ୍ନ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଉଚିତ୍ ।

ବୟସ ସୀମା
ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୩୫ ବର୍ଷ ମଧ୍ୟରେ ରହିବା ଉଚିତ୍ ।

ଆବେଦନ ଶୁଳ୍କ 
ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ବାବଦକୁ ୭୦୦ ଟଙ୍କା ଦେବାକୁ ପଡିବ ।

ଦରମା 
ପ୍ରାର୍ଥୀମାନଙ୍କୁ ବେତନ ବାବଦରେ ପ୍ରତି ମାସରେ ୩୦,୦୦୦ ଟଙ୍କା ଦିଆଯିବ ।

ଏହା ବି ପଢ଼ନ୍ତୁ: ଚାଞ୍ଚଲ୍ୟକର ଖୁଲାସା; ନିଜ ଭାଇ ଏବଂ ଭଉଣୀଙ୍କୁ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ପଠାନ୍ତି ଦାଉଦ

ଏହା ବି ପଢ଼ନ୍ତୁ: ମଣ୍ଡପରେ ଖସିପଡ଼ିଲା ବରର ୱିଗ୍; ଚନ୍ଦା ସ୍ୱାମୀଙ୍କୁ ଦେଖି ରାଗିଗଲେ କନିଆଁ, ଆଉ ତା'ପରେ ...