ESIC Recruitment 2023: ଅନେକ ପୋଷ୍ଟ ଗୁଡିକରେ ନିଯୁକ୍ତି ଦେବା ପାଇଁ ESIC ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥି ପାଇଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ସାଇଟ୍ ଭିଜିଟ୍ କରି ଆବେଦନ କରିପାରିବେ ।
Trending Photos
ESIC Jobs 2023: କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ଦ୍ୱାରା ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଅନୁଯାୟୀ, ଅନେକ ପଦବୀରେ ନିଯୁକ୍ତି ହେବାକୁ ଯାଉଛି । ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ପ୍ରଥମେ ଏହାର ଅଫିସିଆଲ୍ ସାଇଟ୍ esic.gov.in ଭିଜିଟ୍ କରିବାକୁ ପଡିବ । ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ଅକ୍ଟୋବର ୨୦୨୩ ରଖାଯାଇଛି । ପ୍ରାର୍ଥୀମାନେ ଏଠାରେ ଦିଆଯାଇଥିବା ଷ୍ଟେପ୍ ଫଲ୍ଲୋ କରି ଏହି ପଦବୀ ଗୁଡିକ ପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୨୭୫ ପଦବୀରେ ନିଯୁକ୍ତ ଦିଆଯିବ । ଏହା ମାଧ୍ୟମରେ ପାରାମେଡିକାଲ୍ ପୋଷ୍ଟଗୁଡିକ ପୂରଣ ହେବ ।
ଆବେଦନ ଶୁଳ୍କ
ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ । ଏହି ଅନୁଷ୍ଠାନ ତରଫରୁ ଆବେଦନ ଶୁଳ୍କ ୫୦୦ ଟଙ୍କା ରଖାଯାଇଛି । ଏହି ଅଭିଯାନ ପାଇଁ ଆବେଦନ କରୁଥିବା SC / ST / PWBD / ବିଭାଗୀୟ ପ୍ରାର୍ଥୀ, ମହିଳା ପ୍ରାର୍ଥୀ ଏବଂ ପୂର୍ବତନ ସେବାୟତଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା ରଖାଯାଇଛି ।
ଚୟନ ପକ୍ରିୟା
ଯେଉଁ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିବେ । ସେମାନଙ୍କୁ ଲିଖିତ ପରୀକ୍ଷାରେ ହାଜର ହେବାକୁ ପଡ଼ିବ । ଏହି ପରୀକ୍ଷାରେ କାର୍ଯ୍ୟଦକ୍ଷତା ଆଧାରରେ ଚୂଡ଼ାନ୍ତ ଚୟନକୁ ବିଚାର କରାଯିବ । ଯେତେବେଳେ କି, ମେଡିକାଲ୍ ରେକର୍ଡସ୍ ଆସିଷ୍ଟାଣ୍ଟ ପଦ ପାଇଁ ଅନ୍ତିମ ଚୟନ ଲିଖିତ ପରୀକ୍ଷା ଏବଂ ଟାଇପିଂ / ଡାଟା ଏଣ୍ଟ୍ରି ପରୀକ୍ଷା ଉପରେ ଆଧାରିତ ହେବ । ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ର ସାହାଯ୍ୟ ନେଇପାରିବେ ।
ଏପରି କରନ୍ତୁ ଆବେଦନ