BSE Odisha 2022: ରାଜ୍ୟରେ ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ ଦେଇନାହାଁନ୍ତି ନବମ ଶ୍ରେଣୀ ପରୀକ୍ଷା
Advertisement

BSE Odisha 2022: ରାଜ୍ୟରେ ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ ଦେଇନାହାଁନ୍ତି ନବମ ଶ୍ରେଣୀ ପରୀକ୍ଷା

BSE Odisha 2022: ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ତରଫରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ଛାତ୍ରଛାତ୍ରୀ ନବମ ଶ୍ରେଣୀ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ଶ୍ରେଣୀ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । 

 

ସାଙ୍କେତିକ ଫଟୋ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ ହଜାର ହଜାର ସଂଖ୍ୟାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇନଥିବା ଖବର ଆସିଥିଲା । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ମଧ୍ୟ ହୋଇଥିଲେ । ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ମାଟ୍ରିକ ପରୀକ୍ଷା ଭଳି ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା  ମଧ୍ୟ  ହଜାର ହଜାର ଛାତ୍ରଛାତ୍ରୀ ଦେଇ ନାହାଁନ୍ତି । 

ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ତରଫରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ଛାତ୍ରଛାତ୍ରୀ ନବମ ଶ୍ରେଣୀ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ଶ୍ରେଣୀ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । 

ବୋର୍ଡ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ମୋଟ ୫୬୬୨୬୯ ଜଣ ଛାତ୍ରଛାତ୍ରୀ ନବମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବାବେଳେ ୫୫୧୩୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଦେଇଥିଲେ ଓ ୧୪ ହଜାର ୯୩୫ ଜଣ ଅନୁପସ୍ଥିତ ରହିଥିଲେ । ଏଥିସହିତ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ଯେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଦଶମକୁ ଉନ୍ନୀତ ହେବେ ଏବଂ F(II) ପାଇଥିବା ୩୦, ୧୩୮ ପିଲାଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡ଼ିବ । 

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ସମ୍ପର୍କରେ ପୂର୍ବରୁ ବୋର୍ଡ଼ ସଭାପତି କହିଥିଲେ ଯେ, ଏହି ଘଟଣାରେ ବୋର୍ଡର କୌଣସି ଭୂମିକା ନାହିଁ । କେତେ ପିଲା ପରୀକ୍ଷା ଦେଇ ନାହାଁନ୍ତି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ଆସିନାହିଁ ।

ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ କେଉଁ କାରଣ ପାଇଁ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉନାହାଁନ୍ତି । ପିଲାମାନେ ପରୀକ୍ଷା ଦେବାକୁ ସ୍କୁଲ ଆସିଲେନି ନା ଏମାନେ ଅଧାରୁ ପାଠ ପଢା ଛାଡି ଦେଇଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ । ମାଟ୍ରିକ ପରୀକ୍ଷା ସମୟରେ ୪୩ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ନଥିଲେ । ଏହାପରେ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନେ କାହିଁକି ପାଠ ପଢା ଛାଡୁଛନ୍ତି ତାକୁ ଅନୁଶୀଳନ କରି ସମାଧାନ କରିବା ଉପରେ ପୂର୍ବରୁ ଗୁରୁତ୍ୱ ଦେଇ ସାରିଛନ୍ତି ।

ଏହା ବି ପଢ଼ନ୍ତୁ: ଓଡ଼ିଶାରେ ଏହି ତାରିଖ ସୁଦ୍ଧା ପହଞ୍ଚିବ ମୌସୁମୀ, ପାଣିପାଗ ବିଭାଗ ଦେଲା ସୂଚନା

ଏହା ବି ପଢ଼ନ୍ତୁ: ରେଳ ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ! ଜୁନ୍ ୮ ପର୍ଯ୍ୟନ୍ତ ବାତିଲ୍ ହେଲା ଏସବୁ ଟ୍ରେନ୍, ଦେଖନ୍ତୁ ପୂରା ଲିଷ୍ଟ