OTET EXAM 2024: ଏହି ଦିନ ହେବ ଓଟିଇଟି ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା
Advertisement
Article Detail0/zeeodisha/odisha2351935

OTET EXAM 2024: ଏହି ଦିନ ହେବ ଓଟିଇଟି ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

OTET EXAM 2024: ଶିକ୍ଷକ ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ଘୁଞ୍ଚିଲା ଓଟିଇଟି ତାରିଖ । 

OTET EXAM 2024: ଏହି ଦିନ ହେବ ଓଟିଇଟି ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

OTET EXAM 2024: ଶିକ୍ଷକ ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ଘୁଞ୍ଚିଲା ଓଟିଇଟି ତାରିଖ । ଅଗଷ୍ଟ ୯ରେ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୩କୁ ଅଗଷ୍ଟ ୧୭କୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ପରୀକ୍ଷା ତାରିଖ ଘୁଞ୍ଚାଇ ଦିଆଯାଇଥିଲେ ମଧ୍ୟ ସମୟ ନିର୍ଘଣ୍ଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି, ଦ୍ବିତୀୟ ପେପର ଅପରାହ୍ନ ୨ଟା ରୁ  ୪ଟା ୩୦ ପର୍ଯ୍ୟନ୍ତ ଚାଲିବ।  ୧୫୦ ନମ୍ବର ଲେଖାଏଁ  ୨ଟି ଯାକ ପେପର ପରୀକ୍ଷା ଓଏମ୍ଆର୍ ରେ ହେବ। 

ALSO READ: Gajkesari Yog 2024: ଶ୍ରାବଣ ଦ୍ବିତୀୟ ସୋମବାରରେ ଗଜକେଶରୀ ଯୋଗ, ଏହି ରାଶିଙ୍କୁ ଧନବାନ୍ କରାଇବେ ମହାଦେବ!

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ମିଳିଥିବା ସୂଚନା ଅନୁସାରେ,ଓଟିଇଟି -୨୦୨୩ ଲାଗି ରାଜ୍ୟରେ ମୋଟ୍ ୧ ଲକ୍ଷ ୨୫ ହଜାର ରୁ ଅଧିକ ପରୀକ୍ଷାର୍ଥୀ ବୋର୍ଡ଼ରେ ଆବେଦନ କରିଛନ୍ତି। ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲା ସଦର ମହକୁମା ,ସବଡିଭିଜନ୍ ଏବଂ ସହରାଞ୍ଚଳରେ ୪୨୦ଟି ସେଣ୍ଟର ଚୟନ କରାଯାଇଛି। ପରୀକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ଉପରେ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉଛନ୍ତି। ବିଶେଷକରି, ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ଲାଗି ପୂର୍ବ ଥର ପରି ଏଥମ ମଧ୍ୟ ଡିଜି ଲକରରେ ପ୍ରଶ୍ନପତ୍ର ବୋର୍ଡ଼ କାର୍ଯ୍ୟାଳୟରୁ ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି କପି ରୋକିବା ଲାଗି ଅଧିକ ସ୍ବ୍କାର୍ଡ ରୋକିବା ଲାଗି ନିସ୍ପତି ହୋଇଛି। 

ALSO READ: Weather Update: ଭିଜୁଛି ଓଡ଼ିଶା; ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ୱାର୍ଣ୍ଣିଂ ଜାରି...