SBI Recruitment 2022: ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଦିଆଯାଇଥିବା ବିଜ୍ଞପ୍ତିକୁ ଯତ୍ନର ସହିତ ପଢ଼ିବା ଜରୁରୀ । ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ, ପ୍ରାର୍ଥୀମାନେ ଏସବିଆଇରେ ଚାକିରି ପାଇପାରିବେ ।
Trending Photos
SBI Recruitment 2022: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଚ୍ୟାନେଲ ମ୍ୟାନେଜର ଫେସିଲିଟେଟର ଏନିଟାଇମ ଚ୍ୟାନେଲ (CMF-AC), ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ଏନିଟାଇମ ଚ୍ୟାନେଲ (CMS-AC) ଏବଂ ସପୋର୍ଟ ଅଫିସର - ଏନିଟାଇମ ଚ୍ୟାନେଲ (SO-AC) ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ମେ' ୧୮ ରୁ ଆରମ୍ଭ ହୋଇଛି ।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କରେ https://recruitment.bank.sbi/crpd-rs-2022-23-07/apply କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକରେ ଆବେଦନ କରିପାରିବେ । ଏଥିସହ, ଆପଣ ଏହି ଲିଙ୍କ୍ https://sbi.co.in/documents/77530/25386736/17052022_ ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୪୧ ଟି ପଦବୀ ପୂରଣ ହେବ ।
ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ କରିବାର ତାରିଖ - ୧୮ ମଇ ୨୦୨୨
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ - ୦୭ ଜୁନ୍ ୨୦୨୨
ଖାଲିଥିବା ପଦବୀ ବିବରଣୀ
ଚ୍ୟାନେଲ ମ୍ୟାନେଜର ଫେସିଲିଟେଟର ଏନିଟାଇମ ଚ୍ୟାନେଲ (CMF-AC) - ୫୦୩
ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ଏନିଟାଇମ ଚ୍ୟାନେଲ (CMS-AC) - ୧୩୦
ସପୋର୍ଟ ଅଫିସର - ଏନିଟାଇମ ଚ୍ୟାନେଲ (SO-AC) - ୮
ବୟସ ସୀମା
ପ୍ରାର୍ଥୀଙ୍କ ବୟସ ସୀମା ୬୦ ବର୍ଷ ହେବା ଉଚିତ୍
ଚୟନ ପ୍ରକ୍ରିୟା
ନିମ୍ନଲିଖିତ ଆଧାରରେ ଚୟନ କରାଯିବ:
ସର୍ଟଲିଷ୍ଟିଙ୍ଗ
ଇଣ୍ଟରଭ୍ୟୁ
ମେରିଟ ଲିଷ୍ଟ
ଏହା ବି ପଢ଼ନ୍ତୁ: IPL 2022: ୩ ସ୍ପଟ୍ ପାଇଁ ୭ ପ୍ରତିଯୋଗୀ, ଜାଣନ୍ତୁ ପ୍ଲେ ଅଫର ପୂରା ସମୀକରଣ
ଏହା ବି ପଢ଼ନ୍ତୁ: Health Benefits of Mango: ଖରାଦିନେ ଖାଆନ୍ତୁ ଅଧିକ ଆମ୍ବ; ମିଳିବ ଏସବୁ ରୋଗ ଠାରୁ ମୁକ୍ତି!