Shop for prisoners: ଜେଲରେ ମଧ୍ୟ ରହିଛି ଦୋକାନ, ସେଠାରୁ ଏପରି ଜିନିଷ କିଣିଥାନ୍ତି କଏଦୀ! ଜାଣନ୍ତୁ କେଉଁଠାରୁ ଆଣନ୍ତି ଟଙ୍କା?
Advertisement

Shop for prisoners: ଜେଲରେ ମଧ୍ୟ ରହିଛି ଦୋକାନ, ସେଠାରୁ ଏପରି ଜିନିଷ କିଣିଥାନ୍ତି କଏଦୀ! ଜାଣନ୍ତୁ କେଉଁଠାରୁ ଆଣନ୍ତି ଟଙ୍କା?

Shop for prisoners in India: ଆପଣ ଜାଣନ୍ତି କି ଜେଲରେ ମଧ୍ୟ ଏକ ଦୋକାନ ଥାଏ, ଯେଉଁଠାରୁ କୌଣସି କଏଦୀ ନିଜ ପାଇଁ ଜିନିଷ କିଣି ପାରିବେ । କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ ଏହି ଦୋକାନଗୁଡ଼ିକରେ କ’ଣ ସବୁ ମିଳିଥାଏ? ତେବେ ଆସନ୍ତୁ ଜାଣିବା ବିସ୍ତୃତ ଭାବରେ ।

ସୌ: ସୋସିଆଲ ମିଡିଆ

Shop for prisoners in India: ଏହା ସତ୍ୟ ଯେ ଜଣେ ମଣିଷକୁ ତା'ର ଅପରାଧ ପାଇଁ ନ୍ୟାୟାଳୟ ଜେଲ ଦଣ୍ଡ (Court imprisonment) ହୋଇଥାଏ, କିନ୍ତୁ ଜେଲରେ ସେମାନଙ୍କର ମାନବିକ ଅଧିକାରର (Human rights) ମଧ୍ୟ ଯତ୍ନ ନିଆଯାଇଥାଏ । କଏଦୀମାନଙ୍କୁ ମଧ୍ୟ ଜେଲରେ ଆବଶ୍ୟକୀୟ ସୁବିଧା ଦିଆଯାଏ ଓ ସେମାନଙ୍କର ମାନସିକ ଅବସ୍ଥାର ଯତ୍ନ ନିଆଯାଏ । ଆପଣ ଜେଲରେ ଖାଦ୍ୟ ଓ ଧାର୍ମିକ ସ୍ୱାଧୀନତା ବିଷୟରେ ଆପଣ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଜେଲରେ ଦୋକାନ ମଧ୍ୟ ଥାଏ, ଯେଉଁଠାରୁ କଏଦୀମାନେ ଜିନିଷ କିଣି ପାରନ୍ତି । ହଁ ଆଜ୍ଞା, ବନ୍ଦୀମାନେ ଜେଲ୍ ଦୋକାନରୁ ଜିନିଷ କିଣନ୍ତି ଓ ଏଥିପାଇଁ ସେମାନେ ଟଙ୍କା ମଧ୍ୟ ଦେଇଥାନ୍ତି ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ଦୋକାନଗୁଡିକରେ କି ପ୍ରକାର ଜିନିଷ ଉପଲବ୍ଧ ଥାଏ, ଯାହାକୁ ବନ୍ଦୀମାନେ କିଣନ୍ତି, ଓ ସେମାନେ ଏହି ଜିନିଷ କିଣିବା ପାଇଁ କେଉଁଠାରୁ ଟଙ୍କା ପାଆନ୍ତି । ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଜେଲ୍ ଦୋକାନ ସହିତ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବୁ, ଯାହାଫଳରେ ଆପଣ ଜେଲ୍ ଦୋକାନର ଅର୍ଥ ବୁଝିପାରିବେ । ତେବେ ଜେଲରେ ଥିବା ଦୋକାନ ବିଷୟରେ ଜାଣିବା...

ବାସ୍ତବରେ, କେତେକ ଜେଲରେ ବନ୍ଦୀମାନଙ୍କ ପାଇଁ ଏକ କ୍ୟାଣ୍ଟିନ ରହିଛି, ଯେଉଁଠାରୁ ବନ୍ଦୀମାନେ ମଧ୍ୟ ଜିନିଷ କିଣି ପାରନ୍ତି । ଏହି କ୍ୟାଣ୍ଟିନରେ କେବଳ କିଛି ସୀମିତ ଆଇଟମ୍ ଉପଲବ୍ଧ ଓ ଏହା ବ୍ୟତୀତ ଆଇଟମ୍ କିଣିବା ଓ ବିକିବା ସମ୍ବନ୍ଧରେ କିଛି ନିୟମ ସ୍ଥିର କରାଯାଇଛି । ଏହା ଏକ ଦୋକାନ ପରି, ଯେଉଁଠାରୁ ବନ୍ଦୀମାନେ କିଛି ଜିନିଷ କିଣି ପାରନ୍ତି ।

କିପରି ଜିନିଷ କଏଦୀ କିଣନ୍ତି?
ଏହି ଦୋକାନଗୁଡ଼ିକରୁ ଜିନିଷ କିଣିବା ପାଇଁ ବନ୍ଦୀମାନଙ୍କୁ ଅଲଗା ଅଲଗା କୁପନ୍ ଦିଆଯାଏ ଓ  ଏହି କୁପନ୍ ମାଧ୍ୟମରେ ସେମାନେ ଜିନିଷ କିଣିଥାନ୍ତି । ଭାରତୀୟ ଟଙ୍କା ଜେଲରେ ଚାଲେ ନାହିଁ । ଏଥିପାଇଁ କେବଳ କୁପନ୍ ଅଛି ଓ ଜଣେ କଏଦୀ ଏହି କୁପନକୁ ଟଙ୍କା ଭାବରେ ବ୍ୟବହାର କରିଥାନ୍ତି । ଜେଲରେ ଟଙ୍କା ରଖିବା ଅପରାଧ ବୋଲି ବିବେଚନା କରାଯାଏ । ସେଥିପାଇଁ ଜେଲରେ ଜିନିଷ କିଣିବା ପାଇଁ କୁପନ୍ ଦିଆଯାଏ ।

ବାସ୍ତବରେ, ଜେଲରେ ବ୍ୟବହୃତ ଟଙ୍କା କୁପନ୍ ଆକାରରେ ଥାଏ ଓ ସେଗୁଡ଼ିକ ବିଭିନ୍ନ ମୂଲ୍ୟକୁ ସୂଚାଏ । ଏହି ଜେଲ୍ କୁପନ୍ ଗୁଡିକ ପୁରୁଣା ସିନେମା ଟିକେଟ୍ ପରି ଓ ଏହାର ମୂଲ୍ୟ ୧, ୨, ୫, ୧୦, ୨୦ ଥାଏ । ଜେଲରେ କାମ କରୁଥିବା କଏଦୀଙ୍କୁ ଟଙ୍କା ବଦଳରେ କୁପନ ଦିଆଯାଏ ଓ କିଛି ପରିବାର ସଦସ୍ୟ ମଧ୍ୟ ଯେଉଁ ଟଙ୍କା ଦିଅନ୍ତି ତାକୁ କଏଦୀଙ୍କୁ  କୁପନ ଆକାରରେ ମିଳିଥାଏ ।

ଜେଲର ଏହି କ୍ୟାଣ୍ଟିନରେ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପଲବ୍ଧ । ସାବୁନ, ଟୁଥପେଷ୍ଟ, ଅଣ୍ଡର ୱୟାର ପୋଷାକ ପରି ଅନେକ ଜିନିଷ କଏଦୀ ଏଠାରୁ କିଣିଥାନ୍ତି । ଏସବୁ କିଣିବା ପାଇଁ ଟଙ୍କା ବଦଳରେ ସେମାନେ କୁପନ୍ ଦେଇଥାନ୍ତି ।

ଏହା ବି ପଢ଼ନ୍ତୁ: ଆପଣ ଜାଣନ୍ତି କି ସଂସଦରେ ନାହିଁ 420 ନମ୍ବର ସିଟ୍? ଏହି ସିଟ୍ ନମ୍ବରକୁ ଦିଆଯାଇଛି ଅନ୍ୟ ଏକ ନମ୍ବର, ଏହା ରହିଛି କାରଣ