ଯୁବପିଢିଙ୍କ ପାଇଁ ଖୁସି ଖବର! ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ International Skill India Centre
Advertisement

ଯୁବପିଢିଙ୍କ ପାଇଁ ଖୁସି ଖବର! ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ International Skill India Centre

ବିଦେଶରେ ଚାକିରି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ ଭୁବନେଶ୍ୱରରେ ଦେଶର ପ୍ରଥମ 'International Skill India Centre' ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଅନଜାତୀୟ ଦକ୍ଷତା ବିକାଶ ନିଗମ (NSDC) ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠାନ (SDI) ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ସୌ- ଟ୍ୱିଟର @dpradhanbjp

 

ଭୁବନେଶ୍ୱର: ଯୁବପିଢିଙ୍କ ପାଇଁ ଖୁସି ଖବର! ଭୁବନେଶ୍ୱରରେ ଦେଶର ପ୍ରଥମ International Skill India Centre ପ୍ରତିଷ୍ଠା ହେବ। ଯୁବକମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦେବାର ଅନେକ ଲାଭ ଅଛି। ଏହା ସେମାନଙ୍କୁ ଦେଶରେ ଉନ୍ନତମାନର ନିଯୁକ୍ତି ସୁଯୋଗ ଦେଇଥାଏ। ଏହା ସହିତ ବିଦେଶରେ ମଧ୍ୟ ଚାକିରିର ବାଟ ଖୋଲିଥାଏ। ବିଦେଶରେ ଚାକିରି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ ଭୁବନେଶ୍ୱରରେ ଦେଶର ପ୍ରଥମ 'International Skill India Centre' ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଅନଜାତୀୟ ଦକ୍ଷତା ବିକାଶ ନିଗମ (NSDC) ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠାନ (SDI) ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

International Skill India Centre ପ୍ରତିଷ୍ଠା ନେଇ ଶନିବାର NSDC ଏବଂ SDI ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ OSDAର ଅଧ୍ୟକ୍ଷ ସୁବ୍ରତ ବାକଚି ଉପସ୍ଥିତ ଥିଲେ। ଏହି ଚୁକ୍ତିନାମା ଅନୁଯାୟୀ, ବିଦେଶରେ କାମ କରିବାକୁ ଚାହୁଁଥିବା ଯୁବକମାନଙ୍କୁ ଆନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର ଗୁଣାତ୍ମକ ତାଲିମ ପ୍ରଦାନ କରିବ। ଏହା ଆନ୍ତର୍ଜାତୀୟ ନିଯୁକ୍ତିଦାତାଙ୍କ ଚାହିଦା ମଧ୍ୟ ପୂରଣ କରିବା ପାଇଁ ଦକ୍ଷତା ପ୍ରଦାନ କରିପାରିବ। ଏହାପରେ ସେମାନେ କାନାଡା, ଅଷ୍ଟ୍ରେଲିଆ ଏବଂ ମଧ୍ୟପାଶ୍ଚ୍ୟ ଦେଶରେ କାମ କରିପାରିବେ। 

Also Read: ବିବାଦରେ ମାଇକ୍! Loudspeakerକୁ ନେଇ ଆମ ଦେଶରେ କଣ ରହିଛି ଆଇନ?

ଏହି କେନ୍ଦ୍ରରେ ମୋବାଇଲାଇଜେସନ୍, କାଉନସେଲିଂ, ସ୍କିଲ୍ ଟ୍ରେନିଂ, ବିଦେଶୀ ଭାଷା ତାଲିମ, ରୋଜଗାର ଏବଂ ଇମିଗ୍ରେସନ ଏବଂ ଚାକିରି ପରବର୍ତ୍ତୀ ସହାୟତା ଭଳି ସେବା ଯୋଗାଇଦିଆଯିବ। SDI କ୍ୟାମ୍ପସରେ କୁଶଳୀ ଶିକ୍ଷକଙ୍କ ପାଇଁ ଏକ ଜାତୀୟ ଏକାଡେମୀ ମଧ୍ୟ ପ୍ରତିଷ୍ଠା କରାଯିବ। ଆନ୍ତର୍ଜାତୀୟ ତାଲିମ କେନ୍ଦ୍ର ଏବଂ ଦୁଇଟି ବିଶ୍ୱ ସ୍ତରୀୟ ଜାତୀୟ ଏକାଡେମୀ ଦକ୍ଷ କର୍ମଜୀବୀ ସୃଷ୍ଟି କରିବା ପାଇଁ ଭାରତର ଅଭିଳାଷକୁ ପୂରଣ କରିବେ। ଏହା କେବଳ ଦେଶର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଭାରତକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।