Entertainment: ଶାହରୁଖ ଖାନଙ୍କୁ ସ୍ପର୍ମ ମାଗିଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ, ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha1974858

Entertainment: ଶାହରୁଖ ଖାନଙ୍କୁ ସ୍ପର୍ମ ମାଗିଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ, ଜାଣନ୍ତୁ କାହିଁକି?

Entertainment: ବିବାଦୀୟ ଅଭିନେତ୍ରୀ ବା ଡ୍ରାମା କ୍ୱିନ୍ ଭାବରେ ବେଶ୍ ଜଣାଶୁଣା ରାକ୍ଷୀ ସାୱନ୍ତ। ଅନେକ ସମୟରେ ଅଜବ ଗଜବ କାଣ୍ଡ କରି ସେ ଚର୍ଚ୍ଚାରେ ରହିଥାନ୍ତି। କେବେ ସେ ନିଜର ପୁରୂଣା ସ୍ୱାମୀ ରିତେଶଙ୍କୁ ନେଇ ତ ଆଉ କେତେବେଳେ ଆଦିଲଙ୍କୁ(Aadil) ନେଇ ଏମିତି କିଛି କିଛି ମନ୍ତବ୍ୟ ଦେଇଥାନ୍ତି ଯାହାକୁ ନେଇ ବିବାଦ ଘେରରେ ଘେରି ହୋଇ ରହିଥାନ୍ତି ରାକ୍ଷୀ।

Entertainment: ଶାହରୁଖ ଖାନଙ୍କୁ ସ୍ପର୍ମ ମାଗିଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ, ଜାଣନ୍ତୁ କାହିଁକି?

Entertainment: ବିବାଦୀୟ ଅଭିନେତ୍ରୀ ବା ଡ୍ରାମା କ୍ୱିନ୍ ଭାବରେ ବେଶ୍ ଜଣାଶୁଣା ରାକ୍ଷୀ ସାୱନ୍ତ। ଅନେକ ସମୟରେ ଅଜବ ଗଜବ କାଣ୍ଡ କରି ସେ ଚର୍ଚ୍ଚାରେ ରହିଥାନ୍ତି। କେବେ ସେ ନିଜର ପୁରୂଣା ସ୍ୱାମୀ ରିତେଶଙ୍କୁ ନେଇ ତ ଆଉ କେତେବେଳେ ଆଦିଲଙ୍କୁ(Aadil) ନେଇ ଏମିତି କିଛି କିଛି ମନ୍ତବ୍ୟ ଦେଇଥାନ୍ତି ଯାହାକୁ ନେଇ ବିବାଦ ଘେରରେ ଘେରି ହୋଇ ରହିଥାନ୍ତି ରାକ୍ଷୀ। ନିକଟରେ ଏକ ପୋଡକାଷ୍ଟ ସମୟରେ ରାକ୍ଷୀ ସାୱନ୍ତ ତାଙ୍କ ପିଲାଙ୍କ ବିଷୟରେ ଏପରି କଥା କହିଛନ୍ତି ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ବିବୃତିକୁ ନେଇ ସୋସିଆଲ ମିଡିଆରେ ଏବେ ତାଙ୍କୁ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଛି।

ରାକ୍ଷୀ ସାୱନ୍ତ ଏକ ଇଣ୍ଟରଭ୍ୟରେ ଖୋଲାଖୋଲି ଭାବରେ କହିଛନ୍ତି ଯେ 'ମୁଁ କାହାର ଶୁକ୍ରାଣୁରୁ ଏକ ସନ୍ତାନ ଜନ୍ମ ଦେଇପାରେ। ସେ ବଲିଉଡ ତାରକା ହୁଅନ୍ତୁ କିମ୍ବା ହଲିଉଡ ତାରକା, ଯଦି ସେ ତାଙ୍କର ଶୁକ୍ରାଣୁ(Sperm) ଦାନ କରିପାରିବେ ତେବେ ମୁଁ ଏକ ସନ୍ତାନ ଜନ୍ମ ଦେଇପାରିବି।

ଶାହାରୁଖ ଖାନଙ୍କଠାରୁ ଶୁକ୍ରାଣୁ ମାଗିଛନ୍ତି:

ଯେତେବେଳେ ରାକ୍ଷୀ ସାୱନ୍ତଙ୍କୁ କାହାର ଶୁକ୍ରାଣୁରେ ସେ ପିଲା ଜନ୍ମ କରିବାକୁ ଚାହୁଁଛନ୍ତି ବୋଲି ପଚରାଯାଇଥିଲା ସେ ଅଭିନେତା ଶାହାରୁଖ ଖାନ(Shahrukh Khan)ଙ୍କ ନାଁ ନେଇଥିଲେ। ସେ କହିଥିଲେ ଯଦି ଶାହାରୁଖ ନିଜର ସ୍ପର୍ମ ତାଙ୍କୁ ଦାନ କରନ୍ତି ତାହେଲେ ସେ ଆରୟନ୍ ଭଳି ଏକ ସ୍ମାର୍ଟ ପିଲା ଜନ୍ମ କରି ପାରିବେ ଓ ସରୋଗେସି କରି ପାରିବେ। ରାକ୍ଷୀଙ୍କର ଏହି ବିବୃତ୍ତି ସୋସିଆଲ ମିଡିଆରେ ଏବେ ଚହଳ ସୃଷ୍ଟି କରିଛି।

 

ରାକ୍ଷୀଙ୍କୁ ଟ୍ରୋଲିଂ:

ରାକ୍ଷୀଙ୍କର ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଏବେ ଭୟଙ୍କର ଭାବରେ ଟ୍ରୋଲ କରିବାରେ ଲାଗିଛନ୍ତି ସୋସିଆଲ ମିଡିଆ ୟୁଜର।

Also Read: Entertainment News: ଖୁବଶିଘ୍ର ପରଦାକୁ ଆସିବ ଓଡି଼ଆ ଫିଲ୍ମ ‘ଧର୍ମପଦ’