ଏହା ପରେ ଉର୍ଫି ସେହି ବେଲ୍ଟଟିକୁ ଅଣ୍ଟାରେ ବାନ୍ଧିବାକୁ ଇସାରା କରୁଛନ୍ତି, କିନ୍ତୁ ହଠାତ୍ ଉର୍ଫି ଏହି କଳା ରଙ୍ଗର ବେଲ୍ଟକୁ ବ୍ରାଲେଟ୍ ପରି ପିନ୍ଧୁଛନ୍ତି।
Trending Photos
ନୂଆଦିଲ୍ଲୀ: ଅଭିନେତ୍ରୀ ଉର୍ଫି ଜାଭେଦ ପ୍ରତିଦିନ ତାଙ୍କର କିଛି ନା କିଛି ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। ତାଙ୍କର ଏହି ବୋଲ୍ଡ ଅବତାର ତାଙ୍କର ପ୍ରଶଂସକଙ୍କୁ ବେଶ ବିସ୍ମିତ କରୁଛି। ସୋସିଆଲ ମିଡିଆରେ ସେ ଫଟୋ ଅପଲୋଡ କରିବା ମାତ୍ରେ ତାହା ଖୁବ ସମୟ ମଧ୍ୟରେ ଭାଇରାଲ୍ ହୋଇଯାଉଛି। ଉର୍ଫିଙ୍କ ନିଆରା ଅନ୍ଦାଜର ଫ୍ୟାଶନ୍ ଲୁକ୍ ଦେଖିବାକୁ ତାଙ୍କର ଏନେକ ପ୍ରଶଂସକ ଚାହିଁ ବସିଥାନ୍ତି। କାରଣ ଉର୍ଫି ଜାଭେଦଙ୍କ ନିଆରା ଓ ଷ୍ଟାଇଲିସ ଫ୍ୟାଶନ୍ ଲୁକ୍ ଦେଖି ଅଣଦେଖା କରିବା ସମ୍ଭବ ନୁହେଁ। ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ତାଙ୍କର ନୂଆ ଲୁକ୍ ସହ ବୋଲ୍ଡ ଫଟୋ ଅପଲୋଡ କରିଛନ୍ତି। ତେବେ ସେ ବୋଲ୍ଡ ଫଟୋ ଅପଲୋଡ କରିବା ସହ ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି।
'ବିଗ୍ ବସ୍ OTT' ପ୍ରତିଯୋଗୀ ଉର୍ଫି ଜାଭେଦଙ୍କ(Urfi Javed) ଏକ ନୂଆ ଭିଡିଓ ପୁଣିଥରେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ଉର୍ଫି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଉର୍ଫି ଜାଭେଦ କଳା ରଙ୍ଗର ବିକିନି ବ୍ରା ପିନ୍ଧି କ୍ୟାମେରା ଆଗରେ ନୃତ୍ୟ କରୁଛନ୍ତି। ପରେ କେହି ଜଣେ ତାଙ୍କୁ ଅଣ୍ଟାରେ ବାନ୍ଧୁଥିବା ଏକ ବେଲ୍ଟ ଦେଉଛନ୍ତି। ଏହା ପରେ ଉର୍ଫି ସେହି ବେଲ୍ଟଟିକୁ ଅଣ୍ଟାରେ ବାନ୍ଧିବାକୁ ଇସାରା କରୁଛନ୍ତି, କିନ୍ତୁ ହଠାତ୍ ଉର୍ଫି ଏହି କଳା ରଙ୍ଗର ବେଲ୍ଟକୁ ବ୍ରାଲେଟ୍ ପରି ପିନ୍ଧୁଛନ୍ତି।
Also Read: ପରଦାରେ ଜୟୀ ରାଜଗୁରୁଙ୍କ ବୀରତ୍ୱର ଗାଥା, ଆସୁଛି ନୂଆ ଚଳଚ୍ଚିତ୍ର
ପରେ ଉର୍ଫି ଏହାକୁ ଭିନ୍ନ ଶୈଳୀରେ ପିନ୍ଧି ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓଟିକୁ ଏବେ ତାଙ୍କର ଅନେକ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି। ଉର୍ଫିଙ୍କର ଏହି ଭିଡିଓ(Video) ଉପରେ ତାଙ୍କର ବହୁ ପ୍ରଶଂସକ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ବେଳେ ଅନେକ ଲାଇକ କରୁଛନ୍ତି। ଅନେକ ଲୋକ ଏହି ଭିଡିଓ ଦେଖିବା ପରେ ଉର୍ଫି ଜାଭେଦଙ୍କୁ ଟ୍ରୋଲ କରୁଥିବା ବେଳେ ଆଉ କିଛି ତାଙ୍କର ଏହି ଲୁକକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଭିଡିଓଟି ଉପରେ କମେଣ୍ଟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, 'ତୋବା-ତୋବା ସାରା ମୁଡ ଖରାବ କରଦିୟା'। ଭିଡିଓଟି ଉପରେ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ୟୁ ଆର୍ ସୋ ଗର୍ଜିଅସ୍', ଆଇ ଲାଇକ ଦିସ୍ ହଟ୍ ଲୁକ୍।
Also Read: ମାଡ଼ ଖାଇବା ପରେ ରିଆକ୍ସନ, ଏମିତି କହିଲେ କ୍ରିସ୍ ରକ୍
ଉର୍ଫି ଜାଭେଦ ହେଉଛନ୍ତି ଲକ୍ଷ୍ନୌର ବାସିନ୍ଦା। ୨୦୧୬ ମସିହାରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଉର୍ଫି ଜାଭେଦ। ୨୦୧୬ ମସିହାରେ ସୋନି ଟିଭିରେ ପ୍ରସାରିତ ସୋ 'ବଡେ ଭୈୟା କି ଦୁଲହନିଆ'ରେ ଅବନୀ ପନ୍ତ ଚରିତ୍ରରେ ନଜର ଆସିଥିଲେ। ଏଥି ସହିତ ୨୦୧୬-୨୦୧୭ରେ ଷ୍ଟାର୍ ପ୍ଲସରେ ପ୍ରସାରିତ ସୋ 'ଚନ୍ଦ୍ର ନନ୍ଦନୀ'ରେ ଛାୟା ଭୂମିକାରେ ଅଭିନୟ କରିଥିଲେ ଉର୍ଫି ଜାଭେଦ। ଏହା ସହ 'ମେରୀ ଦୁର୍ଗା' ସିରିଏଲରେ ଉର୍ଫି ଅଭିନୟ କରିଥିବା ଆରତୀ ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲେ। ସେ ତାଙ୍କ ଜାଦୁଗରୀ ଅଭିନୟରେ ଦର୍ଶକଙ୍କ ମନ ଜିଣିବାରେ ବେଶ ସକ୍ଷମ। 'ସାତ ଫେରୋଁ କି ହେରାଫେରି', 'ବେପନାହ', 'ଜିଜି ମା', 'ଡାୟନ', 'ୟେ ରିସ୍ତା କିୟା କହଲାତା ହୈ' ଏବଂ 'କାସୌଟି ଜିନ୍ଦେଗି'ରେ ଉର୍ଫି ଜାଭେଦ ନିଖୁଣ ଅଭିନୟ ସହ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ।