ମାଡ଼ ଖାଇବା ପରେ ରିଆକ୍ସନ, ଏମିତି କହିଲେ କ୍ରିସ୍ ରକ୍
Advertisement

ମାଡ଼ ଖାଇବା ପରେ ରିଆକ୍ସନ, ଏମିତି କହିଲେ କ୍ରିସ୍ ରକ୍

ଏହା ପୂର୍ବରୁ ୱିଲ୍ ସ୍ମିଥ୍ ଆଉ ତାଙ୍କ ପତ୍ନୀ ଜେଡା ପିଙ୍କେଟ୍ ସ୍ମିଥ୍ ( Jada Pinket Smith ) ଏନେଇ ତାଙ୍କ ପ୍ରତିକ୍ରିୟା ରଖିସାରିଛନ୍ତି । କ୍ରିସ୍ କହିଛନ୍ତି ଯାହା ବି ଘଟିଛି ସେ ବିଷୟରେ କଥା ହେବା ପାଇଁ ମୋ ପାଖରେ ଫୁରସତ ନାହିଁ । ମୋ ପାଖରେ ଗୋଟିଏ ସୋ ଅଛି ଯାହା ମୁଁ ଏହି ୱିକେଣ୍ଡ ପୂର୍ବରୁ ଲେଖିଥିଲି ।

ମାଡ଼ ଖାଇବା ପରେ ରିଆକ୍ସନ, ଏମିତି କହିଲେ କ୍ରିସ୍ ରକ୍

ନୂଆଦିଲ୍ଲୀ: ସମସ୍ତଙ୍କୁ ସବୁଠାରୁ ବଡ଼ ମହୋତ୍ସବ ଓସ୍କାର ୨୦୨୨ ମନେରହିବ । ୱିଲ୍ ସ୍ମିଥ୍ ରାଗିଯାଇ କ୍ରିସ୍ ରକ୍ ଙ୍କୁ ଓସ୍କାର ଷ୍ଟେଜରେ ଚାପୁଡ଼ା ମାରିଥିଲେ । ଓସ୍କାର ୨୦୨୨ ମାର୍ଚ୍ଚ ୨୮ ତାରିଖରେ ଲସ ଆଞ୍ଜେଲସ୍ ର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଥିଲା । ହେଲେ କ୍ରିସ୍ ରକ୍ ଙ୍କୁ  ୱିଲ୍ ସ୍ମିଥ୍  ଚାପୁଡ଼ା ମାରିବା ଘଟଣା ଆଜି ବି ଚର୍ଚ୍ଚାରେ ରହିଛି । ହେଲେ ୱିଲ୍ ସ୍ମିଥ୍ ନିଜ ଭୁଲ୍ ପାଇଁ କ୍ଷମା ମାଗିସାରିଛନ୍ତି । ହେଲେ ଏହି ବିବାଦ ଏବେବି ଥମିନି । ନିକଟରେ କ୍ରିସ୍ ପ୍ରଥମ ଥର ପାଇଁ ଏହି ଚାପୁଡ଼ା ମରା କାଣ୍ଡ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଏହା ପୂର୍ବରୁ ୱିଲ୍ ସ୍ମିଥ୍ ଆଉ ତାଙ୍କ ପତ୍ନୀ ଜେଡା ପିଙ୍କେଟ୍ ସ୍ମିଥ୍ ( Jada Pinket Smith ) ଏନେଇ ତାଙ୍କ ପ୍ରତିକ୍ରିୟା ରଖିସାରିଛନ୍ତି । କ୍ରିସ୍ କହିଛନ୍ତି ଯାହା ବି ଘଟିଛି ସେ ବିଷୟରେ କଥା ହେବା ପାଇଁ ମୋ ପାଖରେ ଫୁରସତ ନାହିଁ । ମୋ ପାଖରେ ଗୋଟିଏ ସୋ ଅଛି ଯାହା ମୁଁ ଏହି ୱିକେଣ୍ଡ ପୂର୍ବରୁ ଲେଖିଥିଲି । ମୁଁ ଏବେ ବି ଭାବୁଛି ଯେ କଣ ହୋଇଥିଲା । ସେଥିପାଇଁ କୌଣସି ଅନ୍ୟ ସ୍ଥାନରେ ମୁଁ ଏହି ଘଟଣା ସମ୍ପର୍କରେ କହିବି । ଯାହା ସିରିୟସ୍ ଆଉ ମଜାଦାର ଉଭୟ ହେବ ।ଏହା ତ ଥିଲା କ୍ରିସ୍ ରକ୍ ଙ୍କ ପ୍ରତିକ୍ରିୟା , ତେବେ ୱିଲ୍ ସ୍ମିଥ୍ (Will Smith)ଙ୍କ ଠାରୁ ମାଡ଼ ଖାଇବା ପରେ କରେ କ୍ରିସ୍ ରକ୍ ଙ୍କ ଭାଗ୍ୟ ବଦଳିଯାଇଛି । କ୍ରିସ୍ ରକ୍ ଙ୍କ କମେଡି ଶୋ ଏବଂ ଟୁର୍ ସେଲ୍ସର ଟିକେଟ ଦାମ ବଢିଯାଇଛି । ଟିକେଟର ଦାମ ପୂର୍ବରୁ ଯାହା ଥିଲା ତାହାଠାରୁ ଢେରଗୁଣା ଅଧିକ ବଢିଯାଇଛି । 

Also Read: ଓସ୍କାର ଷ୍ଟେଜରେ ବିବାଦ: କ୍ରିସ୍ ରକଙ୍କୁ ଚାପୁଡ଼ା ମାରିଲେ ୱିଲ୍ ସ୍ମିଥ୍

ଯେଉଁ ଟିକେଟର ଦାମ ୩, ୫୦୦ ଟଙ୍କା ଥିଲା ତାହା ଏବେ ବଢି ୩୧,୨୭୪ ହୋଇଯାଇଛି । ଏହି ଶୋ କୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ  ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ ।କାହିଁକି ନା ଷ୍ଟେଜ ଉପରେ କମେଡିଆନ ତଥା ଅଭିନେତା କ୍ରିସ୍ ୱିଲ୍ ସ୍ମିଥ୍ ଙ୍କ ପତ୍ନୀ ଜେଡା ପିଙ୍କେଟ ସ୍ମିଥ୍ଙ୍କୁ ନେଇ ଥଟ୍ଟା ପରିହାସ କରିଥିଲେ । ଯାହାକୁ ସହ୍ୟ କରିପାରିନଥିଲେ ୱିଲ୍ ସ୍ମିଥ୍ ସେ ସିଧା ଷ୍ଟେଜ ଉପରକୁ ଯାଇ କ୍ରିସ୍ ରକ୍ ଙ୍କୁ ଚାପୁଡ଼ା ମାରିଥିଲେ ।

Also Read: ଚାରିଆଡ଼େ ସାଉଥ୍ ଫିଲ୍ମର ଜଲୱା, ବଲିଉଡକୁ ପଚାରେ କିଏ ?

 ଏହି ଘଟଣା ପରେ କ୍ରିସ ରକଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଗୋଟିଏ ପଟେ ଗୁଗଲରେ ସମସ୍ତେ ତାଙ୍କ ବିଷୟରେ  ଜାଣିବାପାଇଁ ଚେଷ୍ଟା କରୁଥିବାବେଳେ ତାଙ୍କ ଷ୍ଟାଣ୍ଡ ଅପ ଶୋ'ରେ (Standup Show)ମଧ୍ୟ ତାଙ୍କ ପାରିଶ୍ରମିକ ବଢିଯାଇଛି।