Bollywood : ଘଣ୍ଚାରେ ତିଆରି ସ୍କର୍ଟ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ
Advertisement
Article Detail0/zeeodisha/odisha1375949

Bollywood : ଘଣ୍ଚାରେ ତିଆରି ସ୍କର୍ଟ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

Actress Urfi Javed : ବଲିଉଡର ଜଣାଶୁଣା ନାଁ ଉର୍ଫି ଜାଭେଦ୍ (Actress Urfi Javed) । ସେ ନିଜ ଅଭିନୟ ପାଇଁ ନୁହେଁ ବରଂ ଅଡ୍ ଫ୍ୟାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କର ବୋଲ୍ଡ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି। 

ସୌଜନ୍ୟ : ସୋସିଆଲ ମିଡିଆ

Actress Urfi Javed : ବଲିଉଡର ଜଣାଶୁଣା ନାଁ ଉର୍ଫି ଜାଭେଦ୍ (Actress Urfi Javed) । ସେ ନିଜ ଅଭିନୟ ପାଇଁ ନୁହେଁ ବରଂ ଅଡ୍ ଫ୍ୟାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କର ବୋଲ୍ଡ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି। ଏବେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଜଣକ ଏକ ପିଙ୍କ୍ କର୍ଲର ଟପ୍ ପିନ୍ଧିଥିବା ବେଳେ ବିଭିନ୍ନ ପ୍ରକାର ପୁରୁଣା ଘଣ୍ଟାରେ ତିଆରି ହୋଇଥିବା ଏକ ସ୍କର୍ଟ ପିନ୍ଧିଛନ୍ତି (Wears a skirt made of watches) । ଯେଉଁଥି ପାଇଁ ସେ ପୁଣି ଥରେ ଟ୍ରୋଲ ହୋଇଛନ୍ତି ।  ତେବେ, ଏ ଫଟୋରେ ଫ୍ୟାନସ୍ ଙ୍କ କାଫି କମେଣ୍ଟ ମଧ୍ୟ ଆସିଛି । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଉର୍ଫି ଅସାଧାରଣ ଜିନିଷରେ ତିଆରି ହୋଇଥିବା ପୋଷାକ ପିନ୍ଧିଛନ୍ତି।  ପୂର୍ବରୁ ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି। 

ଗତ କିଛି ଦିନ ତଳେ ,ଉର୍ଫି ନିଜର ଏକ ନିଜର ଭିଡିଓ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ଡିସକୋ ବଲରେ ନିଜ  ମୁହଁରେ ଘୋଡାଇବା ସହ ଛାତିକୁ ଡିସକୋ ବଲରେ ସଜେଇ ଥିଲେ । ତେବେ ସେ ଏଭଳି କିଛି ଫ୍ୟାସନ ଆପଣେଇ ସବୁବେଳେ ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ ଅଭିନେତ୍ରୀ ଚାହାତ ଖାନ୍ନା ମଧ୍ୟ ତାଙ୍କୁ ସମାଲୋଚନା କରିବାକୁ କେବେ ପଛେଇ ନାହାଁନ୍ତି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଣ୍ଟ୍ରୋଭର୍ସି । ତେବେ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ଉର୍ଫିଙ୍କ ଡ୍ରେସିଙ୍ଗ ଷ୍ଟାଇଲକୁ ପସନ୍ଦ ମଧ୍ୟ କରିଛନ୍ତି । 

ଏହାବି ପଢନ୍ତୁ : Richa Chadha Ali Fazal Pre Wedding : ରିଚା ଚଢା -ଅଲ୍ଲୀ ଫୈଜଲ୍ ଙ୍କ ଫଟୋ ଭାଇରାଲ

ଗତ କିଛି ଦିନ ତଳେ କଫି ଉଇଥ୍ କରନ ଶୋ'( Koffee With Karan season 7)କୁ ଯାଇଥିଲେ ହ୍ୟାଣ୍ତସମ୍ ହଙ୍କ୍ ରଣବୀର ସିଂ ଓ ଆଲିଆ ଭଟ୍ଟ । ତେବେ, ଶୋରେ କରନ୍ ଓ ରଣବୀରଙ୍କ ମଧ୍ୟରେ କିଛି ସମୟ ଗସିପ୍ ହୋଇଥିଲା। ଏଥିରେ  ଉର୍ଫିଙ୍କ ଫ୍ୟାସନ୍ କଥା ମଧ୍ୟ ଉଠି ଥିଲା। ଦିର୍ଘ ସମୟ ଧରି ଉର୍ଫିଙ୍କ ଫ୍ୟାସନ ବିଷୟରେ ଚର୍ଚ୍ଚା ହୋଇଥିଲା । ଆଉ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର।  ଉର୍ଫି ନିକଟରେ ଏକ ନୂଆ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ କ’ଣ ପିନ୍ଧୁଛନ୍ତି ତାହା ବୁଝିବା କଷ୍ଟକର ଥିଲା । ସେକ୍ସି ବିକିନି ପିନ୍ଧି ଉର୍ଫି ତାଙ୍କ ପାଦ ବାନ୍ଧି ଏକ ବୋଲ୍ଡ ଭିଡିଓ ତିଆରି କରିଥିଲେ। ଏହି ଡ୍ରେସଅପରେ ତାଙ୍କର ଚାଲିବା ମଧ୍ୟ କଷ୍ଟକର ଥିବା ଦେଖିବାକୁ ମିଳିଥିଲା।