Box Officeରେ ଧୁମ୍ ମଚେଇବ ପ୍ରଭାସଙ୍କ ଫିଲ୍ମ Adipurush, ଆଯୋଧ୍ୟାରେ ଲଞ୍ଚ ହେବ ଟିଜର
Advertisement

Box Officeରେ ଧୁମ୍ ମଚେଇବ ପ୍ରଭାସଙ୍କ ଫିଲ୍ମ Adipurush, ଆଯୋଧ୍ୟାରେ ଲଞ୍ଚ ହେବ ଟିଜର

Actor Prabhas: ସାଉଥ ଇଣ୍ତଷ୍ଟ୍ରିର ସୁପର ଷ୍ଚାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର (Adipurush) ଆଦିପୁରୁଷ ଖୁବଶିଘ୍ର ପରଦାକୁ ଆସିବ। ଫିଲ୍ମଙ୍କ ଫିଲ୍ମକୁ ନେଇ ଖୁବ୍ ଏକ୍ସସାଇଟେଡ ଅଛନ୍ତି ଫ୍ୟାନ୍ସ।

ସୌଜନ୍ୟ : ସୋସିଆଲ ମିଡିଆ

Actor Prabhas: ସାଉଥ ଇଣ୍ତଷ୍ଟ୍ରିର ସୁପର ଷ୍ଚାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର (Adipurush) ଆଦିପୁରୁଷ ଖୁବଶିଘ୍ର ପରଦାକୁ ଆସିବ। ଫିଲ୍ମଙ୍କ ଫିଲ୍ମକୁ ନେଇ ଖୁବ୍ ଏକ୍ସସାଇଟେଡ ଅଛନ୍ତି ଫ୍ୟାନ୍ସ। ପ୍ରଭାସଙ୍କ ଏ ମୁଭିଟି ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ୍ (Om Raut)।  ଫିଲ୍ମର ପ୍ରଥମ ଟିଜର ଆସନ୍ତା ମାସ ୩ ତାରିଖରେ ଲଞ୍ଚ ହେବ। ଏକ ଆଉଟଲେଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ଆଦିପୁରୁଷର ନିର୍ମାତା ନବରାତ୍ରୀ ଉତ୍ସବରେ ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଏକ ଗ୍ରାଣ୍ଡ ଟିଜର ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ଯାହା ଫିଲ୍ମର ପ୍ରମୋସନକୁ ବଢାଇବ। ଏନେଇ ଅଯୋଧ୍ୟାରେ ବ୍ୟାପକ ଆୟୋଜନ କରାଯିବା ନେଇ ସୂଚନା ମିଳିଛି।

ତେବେ, ଅକ୍ଟୋବର 5 ରେ ନୂଆଦିଲ୍ଲୀରେ ଲବକୁଶ ରାମଲୀଲା କମିଟି (Lav Kush Ramlila committee)ର ଦଶହରା ଉପଲକ୍ଷେ ଏକ ରବାଣ ପୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠାକୁ ଅତିଥି ଭାବରେ ଯିବେ ପ୍ରଭାସ। ଲବକୁଶ ରାମଲୀଲା କମିଟି ମୁଖ୍ୟ ଅର୍ଜ୍ଜୁନ କପୁରଙ୍କ କହିବା ଅନୁସାରେ, ପ୍ରଭାସ ଆଦିପୁରୁଷ ମୁଭିରେ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ ପ୍ରଭାସ । ରାବଣକୁ ବଧ କରିବା ପାଇଁ ରାମଙ୍କର ହିଁ ପ୍ରୟୋଜନ ରହିଛି । ପ୍ରଭାସ ହିଁ ଏ କାର୍ଯ୍ୟକୁ ସଫଳତାର ସହ କରିବେ ବୋଲି ସେ କହିଛନ୍ତି। ତେବେ, ଚଳିତ ଥର କମିଟି ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଥଙ୍କର ତିନୋଟି  ୧୦୦ ଫୁଟିଆ କୁଶ ପୁତ୍ତଳିକା ତିଆରି କରିବ । ସେସବୁ କୁଶପୁତ୍ତଳିକାକୁ ଦାହ କରିବେ ପ୍ରଭାସ। 

ଏହାବି ପଢନ୍ତୁ : Ayushmann Khurrana birthday, ଜାଣନ୍ତୁ ଅଭିନେତାଙ୍କ ସଂଘର୍ସମୟ କାହାଣୀ

ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ।  ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନୋନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ।  ଫିଲ୍ମଟି ହିନ୍ଦି ଓ ତେଲୁଗା ଭାଷାରେ ରିଲିଜ ହେବା ସହ ଫିଲ୍ମର ବଜେଟ ରହିଛି ୫୦୦ କୋଟି। 

ଚଳିତ ବର୍ଷ ପ୍ରଭାସଙ୍କ ଫିଲ୍ମ ରାଧେଶ୍ୟାମ (Radhe Shyam) ପରଦାକୁ ଆସିଥିଲା।  ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ ହୋଇଥିଲା। ରୋମାଣ୍ଟିକ ମୁଭିରେ ପ୍ରଭାସଙ୍କ ସହ ନଜର ଆସିଥିଲେ (Pooja Hegde) ପୂଜା ହେଗଡେ। ଫିଲ୍ମଟି ହିନ୍ଦି ଓ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା । ଫିଲ୍ମର ବଜେଟ ଥିଲା ୩୦୦-୩୫୦ କୋଟି । ଫିଲ୍ମଟି ବକ୍ସ ଅଫିସରେ ୧୫୧-୨୧୪ କୋଟି ବ୍ୟବସାୟ କରିଥିଲା।  ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ରହିଥିଲେ ରାଧାକ୍ରିଷ୍ଣ କୁମାର(Radha Krishna Kumar) ତେବେ, ପ୍ରଭାସଙ୍କ ଆଗାମୀ ଫିଲ୍ମ ଆଦିପୁରୁଷ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଟିମ୍।