Drishyam 2 Ott Release: ସୁପରହିଟ୍ 'ଦୃଶ୍ୟମ ୨' ! ଏହି ଦିନ ଓଟିଟିରେ ହେବ ରିଲିଜ୍
Advertisement
Article Detail0/zeeodisha/odisha1451319

Drishyam 2 Ott Release: ସୁପରହିଟ୍ 'ଦୃଶ୍ୟମ ୨' ! ଏହି ଦିନ ଓଟିଟିରେ ହେବ ରିଲିଜ୍

Drishyam 2 Ott Release: ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ୍ ୨' ନଭେମ୍ବର ୧୮ରେ ରିଲିଜ୍ ହୋଇଛି । ଫିଲ୍ମକୁ ଦର୍ଶକଙ୍କ କାଫି ଭଲ ରେସପନ୍ସ ମିଳୁଛି । ବକ୍ସ ଅଫିସରେ ମୁଭିଟି ଭଲ କଲେକସନ୍ ମଧ୍ୟ କରୁଛି । ଚଳଚ୍ଚିତ୍ରଟି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିବା ଜଣାପଡିଛି ।

Drishyam 2 Ott Release: ସୁପରହିଟ୍ 'ଦୃଶ୍ୟମ ୨' ! ଏହି ଦିନ ଓଟିଟିରେ ହେବ ରିଲିଜ୍

Drishyam 2 Ott Release: ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ୍ ୨' ନଭେମ୍ବର ୧୮ରେ ରିଲିଜ୍ ହୋଇଛି । ଫିଲ୍ମକୁ ଦର୍ଶକଙ୍କ କାଫି ଭଲ ରେସପନ୍ସ ମିଳୁଛି । ବକ୍ସ ଅଫିସରେ ମୁଭିଟି ଭଲ କଲେକସନ୍ ମଧ୍ୟ କରୁଛି । ଚଳଚ୍ଚିତ୍ରଟି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିବା ଜଣାପଡିଛି । ଅଜୟ ଦେବଗନଙ୍କ ଫିଲ୍ମ ହେଉଛି ଚଳିତ ବର୍ଷର ଦ୍ୱିତୀୟ ବୃହତ୍ତମ ଓପନର୍ ଫିଲ୍ମ । ଏହି ଚଳଚ୍ଚିତ୍ରରେ ତବୁ ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମଟି ଖୁବଶିଘ୍ର ଓଟିଟିରେ ରିଲିଜ୍ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ତେବେ ଆସନ୍ତୁ ଜାଣିବା ଡିଜିଟାଲ୍ ପ୍ଲାଟଫର୍ମରେ କେବେ 'ଦୃଶ୍ୟମ୍ ୨' ରିଲିଜ୍ ହେବ। 

ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ଫିଲ୍ମ :
ଅଜୟ ଦେବଗନ୍, ତବୁ ଏବଂ ଅକ୍ଷୟ ଖାନ୍ନାଙ୍କ ଫିଲ୍ମ 'ଦୃଶ୍ୟମ୍ ୨' ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ମିଡିଆ ରିପୋର୍ଟ ଅନୁଯାୟୀ, ଆମାଜନ ପ୍ରାଇମ ଭିଡିଓ ଫିଲ୍ମର ଡିଜିଟାଲ ଅଧିକାର କିଣିଛି।

ଫିଲ୍ମଟି ଓଟିଟିରେ କେବେ ରିଲିଜ୍ ହେବ :
ଯଦି ଆପଣ ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ୍ ୨' ଥିଏଟରରେ ଦେଖି ନାହାଁନ୍ତି, ତେବେ ଆପଣ ଏହାକୁ ଖୁବଶୀଘ୍ର ଓଟିଟିରେ ଦେଖିପାରିବେ । ଏହି ଫିଲ୍ମ ଖୁବ୍ ଶୀଘ୍ର ଓଟିଟିରେ ରିଲିଜ୍ ହେବ । ଖବର ଅନୁଯାୟୀ, ଫିଲ୍ମଟି ୬ ସପ୍ତାହ ପରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏହାର ଅର୍ଥ ହେଉଛି ଫିଲ୍ମ 'ଦୃଶ୍ୟମ୍ ୨' ଡିସେମ୍ବର କିମ୍ବା ଜାନୁଆରୀ ଆରମ୍ଭରେ ମୁକ୍ତିଲାଭ କରିବ।

'ଦୃଶ୍ୟମ୍ ୨' ର କାହାଣୀ କ’ଣ ?
'ଦୃଶ୍ୟମ୍ ୨' ର କାହାଣୀ ୨୦୧୫ ବର୍ଷରୁ ଆରମ୍ଭ ହୁଏ, ଯେଉଁଠାରେ ପ୍ରଥମ ଭାଗର କାହାଣୀ ସମାପ୍ତ ହୋଇଥିଲା । ଏ-ହି ଚଳଚ୍ଚିତ୍ରର କାହାଣୀ ହେଉଛି ଏକ ସାଧାରଣ ପରିବାରର କାହାଣୀ, ଯାହା ଆଇଜି ମିରାଙ୍କ ପୁଅ ହତ୍ୟା ମାମଲାରେ ଫସି ରହିଥାଏ । ନିଜ ପରିବାରକୁ ବଞ୍ଚାଇବା ପାଇଁ ବିଜୟ ଯଥାସମ୍ଭବ ଚେଷ୍ଟା କରନ୍ତି। ଫିଲ୍ମର ଦ୍ୱିତୀୟ ଭାଗକୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି ଦର୍ଶକ । 

ଏହାବି ପଢନ୍ତୁ : Manushi Chhillar: ଏହି ବିଜନେସ୍ ମ୍ୟାନଙ୍କ ପ୍ରେମରେ ପାଗଳ ବିଶ୍ବ ସୁନ୍ଦରୀ ମାନୁଷୀ, ଜାଣନ୍ତୁ ସେ କିଏ ?

ଏହାବି ପଢନ୍ତୁ : Bholaa Motion Poster: 'ଭୋଲା'ର ମୋସନ ପୋଷ୍ଟର ରିଲିଜ୍ ପରେ ଅଜୟଙ୍କୁ ଟ୍ରୋଲ କଲେ ୟୁଜର୍ସ, କହିଲେ ବନ୍ଦ କର...

ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା

ଏହାବି ପଢନ୍ତୁ : Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି