Animal Cast Fees: ଫିଲ୍ମ ‘ଆନିମଲ୍‌’ପାଇଁ କିଏ ନେଇଛନ୍ତି କେତେ କୋଟି, ଜାଣନ୍ତୁ
Advertisement
Article Detail0/zeeodisha/odisha1980974

Animal Cast Fees: ଫିଲ୍ମ ‘ଆନିମଲ୍‌’ପାଇଁ କିଏ ନେଇଛନ୍ତି କେତେ କୋଟି, ଜାଣନ୍ତୁ

Animal Cast Fees: ଆଗକୁ ଆସୁଛି ରଣବୀର କପୁର (Ranbir Kapoor) ଓ ରଶ୍ମିକା ମନ୍ଦାନାଙ୍କ (Rashmika Mandanna) ଅଭିନୀତ ଫିଲ୍ମ ‘ଆନିମଲ୍‌’ (Animal )। ଯାହାକୁ ନେଇ ଲାଇମ୍ ଲାଇଟରେ ଅଛନ୍ତି ଅଭିନେତା। ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମ ପାଇଁ କିଏ କେତେ କୋଟି (Animal Cast Fees) ନେଇଛନ୍ତି। 

Animal Cast Fees: ଫିଲ୍ମ ‘ଆନିମଲ୍‌’ପାଇଁ କିଏ ନେଇଛନ୍ତି କେତେ କୋଟି, ଜାଣନ୍ତୁ

Animal Cast Fees: ଆଗକୁ ଆସୁଛି ରଣବୀର କପୁର (Ranbir Kapoor) ଓ ରଶ୍ମିକା ମନ୍ଦାନାଙ୍କ (Rashmika Mandanna) ଅଭିନୀତ ଫିଲ୍ମ ‘ଆନିମଲ୍‌’ (Animal )। ଯାହାକୁ ନେଇ ଲାଇମ୍ ଲାଇଟରେ ଅଛନ୍ତି ଅଭିନେତା। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ଚରିତ୍ରରେ ନଜର ଆସିଛନ୍ତି। ଯାହାକୁ ଦେଖିଲା ପରେ ଦର୍ଶକମାନେ ରଣବୀରଙ୍କ ଅଭିନୟ ଦେଖିବା ପାଇଁ ସିନେମା ଘରକୁ ଟାଣି ହୋଇଯିବେ। ତେବେ, ଏହି ଫିଲ୍ମରେ ରଣବୀରଙ୍କ ସହ ବବି ଦେଓଲ  ସ୍କ୍ରିଂନ ସେୟାର କରିଛନ୍ତି । ବବିଙ୍କ ବ୍ୟତିତ ଅନୀଲ କପୁର ଓ ରଶ୍ମିକା ମନ୍ଦାନାଙ୍କୁ ବି ଦେଖିବାକୁ ମିଳିବ । ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମ ପାଇଁ କିଏ କେତେ କୋଟି (Animal Cast Fees) ନେଇଛନ୍ତି। 

Also Read: Odisha News: କିଏ ଏହି ଓଡ଼ିଆ ଝିଅ ମୋନିକା? ଯାହାଙ୍କୁ ନେଇ ଏବେ ଟଲିଉଡରେ ଏତେ ଚର୍ଚ୍ଚା

ରଣବୀର କପୁର:
 ଏହି ଫିଲ୍ମର ଲିଡ଼ ରୋଲରେ ଅଭିନେତା ରଣବୀର କପୁର ନଜର ଆସିବ। ଅଭିନେତାଙ୍କୁ ଏଥିରେ କିଲର୍ ଲୁକ୍ ରେ ଦେଖିବାକୁ ମିଳିବ। ତେବେ, ଏହି ଫିଲ୍ମ ପାଇଁ ରଣବୀର ୭୦ କୋଟି ନେଇଥିବା ଚର୍ଚ୍ଚା ହେଉଛି ।

ଅନୀଲ କପୁର୍: ଏହି ଫିଲ୍ମରେ ରଣବୀରଙ୍କ ବାପା ତଥା ବିଜନେସ୍ ଟାଇକୁନ୍ କଲବିର ସିଂ ଭୂମିକାରେ ନଜର ଆସିବେ ଅନୀଲ କପୁର। ସେ ଏହି ଫିଲ୍ମ ପାଇଁ ୨ କୋଟି ନେଇଛନ୍ତି।

ବବି ଦେଓଲ୍: ସେହିପରି ଏହି ଫିଲ୍ମରେ ବବି ଦେଓଲଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଖୁବ୍ କମ୍ ପାରିଶ୍ରମିକ ନେଇଛନ୍ତି।  ସେ ମାତ୍ର ୪-୫ ଲକ୍ଷ ଟଙ୍କା ନେଇଥିବା ଜଣାପଡିଛି। 

ରଶ୍ମିକା ମନ୍ଦନା: ରଶ୍ମିକା  ଏହି ଚଳଚ୍ଚିତ୍ର ପାଇଁ ୨ କୋଟି ଟଙ୍କା ନେଇଛନ୍ତି। ଏହି ଚଳଚ୍ଚିତ୍ରରେ ରଶ୍ମିକା ରଣବୀର କପୁରଙ୍କ ପତ୍ନୀ ଗୀତାଞ୍ଜଳି ଭୂମିକାରେ ଅଭିନୟ କରିଛନ୍ତି।

ଶକ୍ତି କପୁର :  ଏହି ଫିଲ୍ମରେ ଶକ୍ତିଙ୍କୁ ବି ଦେଖିବାକୁ ମିଳିବ। ପ୍ରକାଶ ଯେ, ସେ ଏହି ଚଳଚ୍ଚିତ୍ର ପାଇଁ ସେ ୩୦ ଲକ୍ଷ ଟଙ୍କା ନେଇଛନ୍ତି।  

ତୃପ୍ତି ଡିମ୍ରି (Trupti Dimri): ଏହି ଫିଲ୍ମ ପାଇଁ ତୃପ୍ତି ମାତ୍ର ୪୦ ଲକ୍ଷ ଟଙ୍କା ନେଇଛନ୍ତି। 

ସିଦ୍ଧାନ୍ତ କର୍ଣ୍ଣିକ:  ଫିଲ୍ମ ଆନିମଲରେ ଅଭିନେତା ସିଦ୍ଧାନ୍ତ କର୍ଣ୍ଣିକ,(actor Siddhant Karnick) ମଧ୍ୟ ନଜର ଆସିବେ। ସେ ଏହି ଫିଲ୍ମରେ ଏକ ଛୋଟ ଭୂମିକା ଗ୍ରହଣ କରିଛନ୍ତି । କୁହାଯାଉଛି ଯେ, ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କା ପାରିଶ୍ରମିକ ଦିଆଯାଇଛି।

ତେବେ,ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ନଭେମ୍ବର ୨୩ରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା।  ଆନିମଲର ଟ୍ରେଲର ରିଲିଜ୍ ହେବାର ପ୍ରଥମ ୨୧ ଘଣ୍ଟାରେ ୪୯ ମିଲିୟନରୁ ଅଧିକ ଭ୍ୟୁ ଏବଂ ଏକାଧିକ ଲାଇକ୍ ମିଳିଥିଲା। ତେବେ ଏହି ଫିଲ୍ମଟି  ୧ ଡିସେମ୍ବରରେ ରିଲିଜ ହେବ।