Anubhav Barsha Case: ଫ୍ୟାମିଲି କୋର୍ଟ ରେ ହାଜର ହେଲେ ଅନୁଭବ-ବର୍ଷା
Advertisement
Article Detail0/zeeodisha/odisha1351650

Anubhav Barsha Case: ଫ୍ୟାମିଲି କୋର୍ଟ ରେ ହାଜର ହେଲେ ଅନୁଭବ-ବର୍ଷା

Family Dispute Case:  ପାରିବାରିକ ବିବାଦ ମାମଲାରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ। ଦିନ ଦୁଇଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ନିର୍ଦ୍ଦେଶ ଜାରି କରିଥିଲେ କୋର୍ଟ।

Anubhav Barsha Case: ଫ୍ୟାମିଲି କୋର୍ଟ ରେ ହାଜର ହେଲେ ଅନୁଭବ-ବର୍ଷା

Cuttack Family Court: କଟକ ଫ୍ୟାମିଲି କୋର୍ଟ ରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ପାରିବାରିକ ବିବାଦ ମାମଲାରେ ଉଭୟେ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାମ୍ବରରେ ଆପୋଷ ଆଲଚନା କରାଯାଇଛି। ବୁଧବାର ଦିନ ଦୁଇଟା ରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ପାଖାପାଖି ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ଏହା ପରେ ଅନୁଭବ-ବର୍ଷା କୋର୍ଟ ବାହାରକୁ ବାହାରିଥିବା ବେଳେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଆପୋଷ ଆଲୋଚନା ପରେ ସେମାନେ ବନ୍ଦ କୋଠରୀରେ ବିଚାରପତିଙ୍କ ଆଗରେ ଦସ୍ତାବିଜରେ ଦସ୍ତଖତ କରିଥିଲେ। ଅର୍ଡର୍ କପି ବାହାରିବା ପରେ ସବିଶେଷ ତଥ୍ୟ ଦେଇ ପାରିବେ ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି।

ପାରିବାରିକ ବିବାଦ ମାମଲାରେ (Family Dispute Case) ପୂର୍ବ ନିର୍ଦ୍ଦେଶ ଅନୁସାରେ ବୁଧବାର କଟକ ଫ୍ୟାମିଲି କୋର୍ଟରେ (Cuttack Family Court) ହାଜର ହୋଇଛନ୍ତି ବର୍ଷା-ଅନୁଭବ (Anubhav Barsha)। ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍ ସେମାନଙ୍କୁ ଚ୍ୟାମ୍ବର କୁ  ପଠାଇଥିବା କୁହାଯାଉଛି। ଦିନ ଦୁଇଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ନିର୍ଦ୍ଦେଶ ଜାରି କରିଥିଲେ କୋର୍ଟ। ଦିନ ପ୍ରାୟ ୧୧ ଟାରେ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ବର୍ଷା ପ୍ରିୟଦର୍ଶନୀ (Barsha Priyadarshini )। 

କିଛିଦିନ ପୂର୍ବରୁ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି (Kendrapara MP Anubhav Mohanty) ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ୫ ହଜାର ଲେଖାଏଁ ଟଙ୍କା ଜମା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବା ପାଇଁ ଉଭୟଙ୍କୁ କୁହାଯାଇଥିଲା। ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ମଧ୍ୟ ଗ୍ରହଣ କରିଥିଲେ କୋର୍ଟ। ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ସେହିପରି ସେପ୍ଟେମ୍ବର ୭ ତାରିଖରେ ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ହେଲେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାଏର କରିଥିଲେ। ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ପାରିବାରିକ ଅଦାଲତ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ପାରିବାରିକ ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ହାଇକୋର୍ଟଙ୍କ (High Court) ଦ୍ୱାରସ୍ଥ ହୋଇଥିଲେ।