ପୁଣି ବିବାଦୀୟ ବୟାନ ଦେଲେ ରାମ ଗୋପାଲ ବର୍ମା ; କହିଲେ ଉତ୍ତର ଭାରତର ଷ୍ଟାର ଇର୍ଷା କରନ୍ତି
Advertisement
Article Detail0/zeeodisha/odisha1167326

ପୁଣି ବିବାଦୀୟ ବୟାନ ଦେଲେ ରାମ ଗୋପାଲ ବର୍ମା ; କହିଲେ ଉତ୍ତର ଭାରତର ଷ୍ଟାର ଇର୍ଷା କରନ୍ତି

ହିନ୍ଦୀ ଭାଷାକୁ ନେଇ ଦୁଇ ଷ୍ଟାର ମୁହାଁମୁହିଁ । ଟ୍ୱିଟରରେ ବିବାଦୀୟ ବୟାନ ଦେଲେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା । ଉତ୍ତର ଭାରତର କଳାକାର ଦକ୍ଷିଣ ଭାରତ କଳାକାରଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରନ୍ତି , ତାଙ୍କ ଉପରେ ଇର୍ଷା କରନ୍ତି ।

ପୁଣି ବିବାଦୀୟ ବୟାନ ଦେଲେ ରାମ ଗୋପାଲ ବର୍ମା ; କହିଲେ ଉତ୍ତର ଭାରତର ଷ୍ଟାର ଇର୍ଷା କରନ୍ତି

ନୂଆଦିଲ୍ଲୀ:  ଅଭିନେତା ଅଜୟ ଦେବଗନ (Ajay Devgan) ଆଉ କନ୍ନଡ ଫିଲ୍ମ ଅଭିନେତା କିଚ୍ଚା ସୁଦୀପ (Kicha Sudeep) ଙ୍କ ଟ୍ୱିଟର ୱାର ଚର୍ଚ୍ଚାରେ ରହିଛି । ଉଭୟ ହିନ୍ଦୀ ଭାଷାକୁ ନେଇ ମତାମତ ଦେଇଥିଲେ । ଏବଂ ପରେ ଅଜୟ ଦେବଗନ ଆଉ କିଚ୍ଚା ସୁଦୀପଙ୍କ ଭିତରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଯାଇଛି । ହେଲେ ଏହି ପୁରା ଘଟଣା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା (Ram Gopal Varma) ।ଏହି ପୁରା ପ୍ରସଙ୍ଗରେ ରାମ ଗୋପାଲ ବର୍ମା କିଚ୍ଚା ସୁଦୀପଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଉତ୍ତର ଭାରତ କଳାକାର,  ଦକ୍ଷିଣ ଭାରତ କଳାକାରଙ୍କ ଉପରେ ଇର୍ଷା କରନ୍ତି । ଏହି  ବୟାନ ରାମ ଗୋପାଲ ବର୍ମା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ ସେୟାର କରିଛନ୍ତି ।

ରାମ ଗୋପାଲ ବର୍ମା ବାକି ଫିଲ୍ମ ନିର୍ଦ୍ଦେଶକଙ୍କ ପରି ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି । ଅନେକ ସାମାଜିକ ପ୍ରସଙ୍ଗ , ଫିଲ୍ମ ରିଭ୍ୟୁ ନେଇ ସେ ନିଜ ବୟାନ ରଖନ୍ତି । ଅନେକ ସମୟରେ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସନ୍ତି ।ରାମ ଗୋପାଲ ବର୍ମା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ହିନ୍ଦୀ ଭାଷାକୁ ନେଇ ଦୁଇ ଷ୍ଟାରଙ୍କ ଭିତରେ ହୋଇଥିବା ବିବାଦ ପ୍ରସଙ୍ଗରେ ରାମ ଗୋପାଲ କିଚ୍ଚା ସୁଦୀପଙ୍କୁ ସମର୍ଥନ କରି ଲେଖିଛନ୍ତି ,  ଏହା ସତ୍ୟ  ଯେ ଉତ୍ତର ଭାରତର କଳାକାର ଦକ୍ଷିଣ ଭାରତ କଳାକାରଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରନ୍ତି , ତାଙ୍କ ଉପରେ ଇର୍ଷା କରନ୍ତି କାହିଁକି ନା ଗୋଟିଏ କନ୍ନଡ ଡବିଂ ଫିଲ୍ମ କେଜିଏଫ ଚାପ୍ଟର ୨ ଓପନିଂ ଡେ ରେ ୫୦ କୋଟି ଆୟ କରିଥିଲା । ଆଉ ଆମେ ସମସ୍ତେ ଆଗକୁ ଆସୁଥିବା ସବୁ ହିନ୍ଦୀ ଫିଲ୍ମର ଓପନିଂ ଡେ ଦେଖିବାକୁ ଯାଉଛୁ '। ସୋସିଆଲ ମିଡିଆରେ ରାମଗୋପାଲ ବର୍ମାଙ୍କ ଏହି ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି ।

Also Read: Cannes Film Festival; ଦୀପିକାଙ୍କ ପୂର୍ବରୁ ୯ ଭାରତୀୟ ବନି ସାରିଛନ୍ତି ଜୁରୀ ମେମ୍ବର, ଦେଖନ୍ତୁ ପୁରା ଲିଷ୍ଟ

କଣ ପୁରା ଘଟଣା

ନିକଟରେ କିଚ୍ଚା ସୁଦୀପଙ୍କୁ  ଗୋଟିଏ ଇଭେଣ୍ଟରେ କେଜିଏଫ ଚାପ୍ଟର ୨ର ସଫଳତା ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ଏନେଇ ସୁଦୀପ କହିଥିଲେ ଯେ , କେହି ଜଣେ କହିଛନ୍ତି  ଗୋଟିଏ ପାନ୍ ଇଣ୍ଡିଆ ଫିଲ୍ମ କନ୍ନଡରେ ବନିଥିଲା । ମୁଁ ଗୋଟିଏ ସୁଧାର କରିବାକୁ ଚାହୁଁଛି। ହିନ୍ଦୀ ଏବେ ରାଷ୍ଟ୍ର ଭାଷା ନାହିଁ ।  ବଲିଉଡ ଏବେ ପାନ୍ ଇଣ୍ଡିଆ ଫିଲ୍ମ କରୁଛି । ତେଲୁଗୁ ଆଉ ତାମିଲରେ ଡବିଂ ପାଇଁ ସଂଘର୍ଷ କରୁଛନ୍ତି । ହେଲେ ଏହା ହୋଇପାରିବନାହିଁ । ଆଜି ଆମେ ଏମିତି ଫିଲ୍ମ ତିଆରି କରୁଛୁ ଯାହା ସବୁ ସ୍ଥାନରେ ପହଞ୍ଚି ପାରୁଛି ' । କିଚ୍ଚା ସୁଦୀପଙ୍କ ଏହି ବୟାନ ଉପରେ ଅଜୟ ଦେବଗନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ଜବାବ ରଖିଥିଲେ । ସେ ଲେଖିଥିଲେ 'ମୋ ଭାଇ , ଆପଣଙ୍କ ଅନୁସାରେ ହିନ୍ଦୀ ଯଦି ରାଷ୍ଟ୍ରୀୟ ଭାଷା ନୁହେଁ ତେବେ ଆପଣ ନିଜ ମାତୃଭାଷା ଫିଲ୍ମ ହିନ୍ଦୀରେ ଡବ୍ କରି କାହିଁକି ରିଲିଜ କରୁଛ?  ହିନ୍ଦୀ ଆମର ମାତୃଭାଷା ଆଉ ରାଷ୍ଟ୍ରୀୟ ଭାଷା ଥିଲା , ଆଉ ସର୍ବଦା ରହିବ । ଜନ ଗଣ ମନ

Also Read: ରୋହିତଙ୍କ Cop Universeରେ ସାମିଲ ହେଲେ ଆଉ ଜଣେ ଅଭିନେତା

ଅଜୟଙ୍କ ଏହି ଟ୍ୱିଟ୍ ଉପରେ କିଚ୍ଚା ସୁଦୀପ ନିଜ ଜବାବ ରଖିଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ ' ହେଲୋ , ଅଜୟ ଦେବଗନ ସାର, ମୁଁ ଯେଉଁ ପ୍ରସଙ୍ଗରେ ଏହି କଥା କହିଥିଲି, ମୋତେ ଲାଗୁଛି ତାହା ଆପଣଙ୍କ ପାଖରେ ସେହିଭାବରେ ପହଞ୍ଚିନାହିଁ । ମୁଁ ମୋ କଥା ସେତେବେଳେ କହିବି ଯେତେବେଳେ ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି । ଏହା କାହାକୁ ଦୁଃଖ ପହଞ୍ଚାଇବା କିମ୍ବା ଉସକାଇ କୌଣସି ତର୍କ ଆରମ୍ଭ କରିବା ପାଇଁ ନୁହେଁ । ମୁଁ ଏମିତି କାହିଁକି କରିବି  ' । ନିଜ ଅନ୍ୟ ଟ୍ୱିଟରେ କିଚ୍ଚା ସୁଦୀପ ଲେଖିଛନ୍ତି ଯେ, ଅଜୟ ସାର ଆପଣ ଯେଉଁ ହିନ୍ଦୀ ଟେକ୍ସଟ କରିଛନ୍ତି , ତାହା ମୁଁ ବୁଝି ପାରିଛି , କାହିଁକି ନା ଆମେ ହିନ୍ଦୀ ଭାଷାକୁ ସମ୍ମାନ କରୁ , ଭଲ ପାଉ ଏବଂ ମୁଁ ହିନ୍ଦୀ ଶିଖିଛି । ମୁଁ ଆପଣଙ୍କ ଅପମାନ କରିବା ପାଇଁ ଚାହୁଁନାହିଁ, ହେଲେ ଯଦି ମୁଁ ମୋ ଜବାବ କନ୍ନଡ ଭାଷାରେ ଲେଖିଥାନ୍ତି ତ ?ଏହା ଉପରେ ଅଜୟ ଦେବଗନ ମଧ୍ୟ ଜବାବ ଦେଇ ଲେଖିଛନ୍ତି , କିଚ୍ଚା ସୁଦୀପ ଆପଣ ମୋର ବନ୍ଧୁ , ଦ୍ୱନ୍ଦ୍ୱକୁ ଠିକ୍ କରିବା ପାଇଁ ଧନ୍ୟବାଦ ।  ଫିଲ୍ମ ଇଣ୍ଟ୍ରଷ୍ଟ୍ରୀ ଗୋଟିଏ ବୋଲି ମୁଁ ସବୁବେଳେ ମାନି ଆସିଛି । ଆମେ ସବୁ ଭାଷାକୁ ସମ୍ମାନ କରୁ । ମୁଁ ସମସ୍ତଙ୍କୁ ନିବେଦନ କରୁଛି ସେମାନେ ମଧ୍ୟ ଆମ ଭାଷାକୁ ସମ୍ମାନ କରନ୍ତୁ । ମୋତେ ଲାଗୁଛି ମୋ ପାଖରେ ଠିକ୍ ଅନୁବାଦ ପହଞ୍ଚିନାହିଁ ।'