Bhediya Poster Out : 'ଭେଡିୟା' ଫିଲ୍ମକୁ ନେଇ ବଡ ଖୁଲାସା କଲେ ବରୁଣ
Advertisement

Bhediya Poster Out : 'ଭେଡିୟା' ଫିଲ୍ମକୁ ନେଇ ବଡ ଖୁଲାସା କଲେ ବରୁଣ

Bhediya Poster Out : ବଲିଉଡ ଅଭିନେତା ବରୁଣ ଧାଓ୍ବନ । ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମ 'ଭେଡିୟା' କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବରୁଣଙ୍କ ଅଭିନୀତ ଫିଲ୍ମ 'ଭେଡିୟା'(Bhediya) ଖୁବଶିଘ୍ର ପରଦାକୁ ଆସୁଛି । ଅଭିନେତା ଜଣକ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Bhediya Poster Out : ବଲିଉଡ ଅଭିନେତା ବରୁଣ ଧାଓ୍ବନ । ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମ 'ଭେଡିୟା' କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବରୁଣଙ୍କ ଅଭିନୀତ ଫିଲ୍ମ 'ଭେଡିୟା'(Bhediya) ଖୁବଶିଘ୍ର ପରଦାକୁ ଆସୁଛି । ଏହି ଫିଲ୍ମରେ ବରୁଣଙ୍କୁ ଏକ ନୂଆ ରୂପରେ ଦେଖିବେ ଦର୍ଶକ । ଫିଲ୍ମର ପ୍ରଥମ ପୋଷ୍ଚର ଆଜି ରିଲିଜ୍ ହୋଇଛି । ଅଭିନେତା ଜଣକ ଏହି ପୋଷ୍ଟରକୁ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ଅଭିନେତା ବରୁଣ ଧାଓ୍ବନ ପୂର୍ଣ୍ଣିମା ରାତିରେ ନିଜର ରୂପ ପରିବର୍ତ୍ତନ କରୁଛନ୍ତି । ଆଉ ଯାହାକୁ ଦେଖି ଭୟଭିତ ହୋଉଯାଉଛନ୍ତି କିର୍ତ୍ତୀ ସାନନ, ଅଭିଷେକ ବାନାର୍ଜୀ । ପରବର୍ତ୍ତୀ ମୂହୁର୍ତ୍ତରେ କଣ ହୁଏ । ତାହା ଫିଲ୍ମରେ ଦେଖିବାକୁ ମିଳିବ । ବରୁଣ ଏ ପୋଷ୍ଚରଟି ନିଜ ଇନଷ୍ଟାରେ ସେୟାର କଲାବେଳେ ସେ କ୍ୟାପସନରେ ଲେଖିଛନ୍ତି ଯେ," ଆବ ହୋଗା ଜଙ୍ଗଲ ମେ କାଣ୍ତ , ଭେଡିୟା ଟ୍ରେଲର ୧୯ ଅକ୍ଟୋବରରେ ରିଲିଜ୍ ହେବ "। ହଲିଉଡର ପ୍ରିମିୟର୍ ଇଫେକ୍ଟସ୍ ଷ୍ଟୁଡିଓ ଶ୍ରୀ ଏକ୍ସକୁ ଦର୍ଶାଇ ଅମର କୌଶିକ୍ ନିର୍ଦ୍ଦେଶକ ସୂକ୍ଷ୍ମ ଭିଜୁଆଲ୍ ଇଫେକ୍ଟ ପାଇଁ ଗର୍ବ କରନ୍ତି । ଜାତୀୟ ପୁରସ୍କାର ବିଜେତା ନିରେନ ଭଟ୍ଟଙ୍କ ଦ୍ୱାରା 'ଭେଡିଆ ' ର ସ୍କ୍ରିପ୍ଟିଂ କରାଯାଇଛି । ଫିଲ୍ମଟି ୨୫ ନଭେମ୍ବରରେ ପରଦାକୁ ଆସିବ ।

ଯଦି ଆମେ ବରୁନ ଧାଓ୍ବାନଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା , ତେବେ ବରୁଣଙ୍କ ହାତରେ ଅନେକ ବଡ ପ୍ରଜେକ୍ଟ ରହିଛି । ସେ ଭେଡିୟା ବ୍ୟତିତ ବାଓ୍ବାଲ୍ ମଧ୍ୟ ନଜର ଆସିବେ। ବରୁଣ ଧାଓ୍ବନ ନିଜ ପିଲାଦିନର ବନ୍ଧୁ ତଥା ଗାର୍ଲଫ୍ରେଣ୍ତ ନତାସା ଦଲାଲଙ୍କୁ ୨୦୨୧ ଜାନୁଆରୀ ୨୪ରେ ବିବାହ କରିଥିଲେ । ଏହି ବିବାହକୁ ଉଭୟ ସିକ୍ରେଟ ରଖିଥିଲେ। ଉଭୟ ନିଜ ବୈବାହିକ ଜୀବନକୁ ଏବେ ଉପଭୋଗ କରୁଛନ୍ତି । ବରୁଣ ଧାଓ୍ବନ  ୧୯୮୭ , ଅପ୍ରିଲ ୨୪ରେ ସେ ଜନ୍ମ ଗ୍ରହଣ କରିଥିଲେ।  ସେ ଷ୍ଟୁଡେଣ୍ଟ ଅଫ ଦି ୟିଇରରେ ଡେବ୍ୟୁ କରିଥିଲେ। ଯେଉଁଥିରେ ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା। 

ଏହାବି ପଢନ୍ତୁ : Parineeti Chopra News : ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏମିତି କିଛି କହିଲେ ପରିଣିତି

 

 
 
 
 

 
 
 
 
 
 
 
 
 
 
 

A post shared by VarunDhawan (@varundvn)

ସେହିପରି ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ ମୁଭି ମଧ୍ୟ ସେ ଦେଇ ଆସୁଛନ୍ତି । ଯେପରିକି ବଦରିନାଥ କି ଦୁଲହନିୟା, ବଦଲାପୁର, ସୁଇଧାଘା, ଡିସୁମ୍,ଷ୍ଟିଟ୍ ଡ୍ୟାନସର ୩ଡି, ଦିଲଓ୍ବାଲେ,, ଏବିସିଡି ୨,  ମେ ତେରା ହିରୋ ଓ ଦିଲଓ୍ବାଲେରେ ସେ ଦମଦାର ଅଭିନୟ କରିଛନ୍ତି । 'ଭେଡିୟା' ଫିଲ୍ମଟି ନଭେମ୍ବରରେ ରିଲିଜ୍ ହେବାକୁ ସ୍ଥିର ହୋଇଥିବା ବେଳେ ବକ୍ସ ଅଫିସରେ ରାମ ରାଜ୍ୟ , ନୋ ଏଣ୍ଟ୍ରି ୨, ଫୋନ୍ ଭୂତ, ଡବଲ ଏକ୍ସଲ ସହ ଟକ୍କର ଦେବ। ତେବେ ହରର ମୁଭିଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପୁରା ଷ୍ଟାରକାଷ୍ଚ  ।