Parineeti Chopra News : ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏମିତି କିଛି କହିଲେ ପରିଣିତି
Advertisement

Parineeti Chopra News : ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏମିତି କିଛି କହିଲେ ପରିଣିତି

Parineeti Chopra News : ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra ) । ଗ୍ଲାମରର୍ସ ଚେହେରା ଓ  ଦମଦାର ଅଭିନୟ ପାଇଁ ସେ ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି ।  ନିକଟରେ ତାଙ୍କ ଫିଲ୍ମ  'ଉଞ୍ଚାଇ' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । 

ସୌଜନ୍ୟ : ସୋସିଆଲ ମିଡିଆ

Parineeti Chopra News : ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra ) । ଗ୍ଲାମରର୍ସ ଚେହେରା ଓ  ଦମଦାର ଅଭିନୟ ପାଇଁ ସେ ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି ।  ନିକଟରେ ତାଙ୍କ ଫିଲ୍ମ  'ଉଞ୍ଚାଇ' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଉଞ୍ଚାଇ'(Uunchai) ରେ ପରିଣିତିଙ୍କ ଲୁକ୍ କିପରି ରହିଛି , ସେନେଇ ସେ ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ମଧ୍ୟ ଆସିଛି । ସେ ତାଙ୍କ କ୍ୟାପସନରେ ଲେଖିଛନ୍ତି, ''ଉଞ୍ଚାଇ (Uunchai) ମୋତେ ସୁଯୋଗ ଦେଇଥିବାରୁ ମୁଁ ସ୍ବରାଜ ସାରଙ୍କ ନିକଟରେ କୃତଜ୍ଞ, ସବୁଦିନ ପାଇଁ ରୁଣୀ। ମୁଁ ତାଙ୍କ ଚଳଚ୍ଚିତ୍ର ଦେଖିବାରେ ବଡ ହୋଇଥିଲି,ଏବଂ ଆଜି ମୁଁ ଗୋଟିଏରେ ଅଭିନୟ କରୁଛି .. ଆପଣଙ୍କ ନିକଟ ଥିଏଟରରେ ଏହି ସୁନ୍ଦର ଚଳଚ୍ଚିତ୍ର ୧୧.୧୧.୨୦୨୨ରେ ରିଲିଜ୍ ହେବ'' । 

ନିକଟରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫାର୍ଟ ଲୁକ୍ ଆଜି ଆଉଟ୍ ହୋଇଥିଲା ।  ଅମିତାଭଙ୍କୁ ନିର୍ମାତାମାନେ ତାଙ୍କ ବାର୍ଥ ଡେ ଉପଲକ୍ଷେ ଏଭଳି ଏକ ସରପ୍ରାଇଜ୍ ଗିଫ୍ଟ ଦେଇଥିଲେ । କାହିଁକିନା ଅମିତାଭ ବଚ୍ଚନଙ୍କ ବାର୍ଥ ଡେ'  ଅକ୍ଟୋବର ୧୧ରେ ଥିଲା । ଏନେଇ ତାଙ୍କ ବାର୍ଥଡେ କୁ ଅଧିକ ସେଶ୍ପାଲ କରିବା ନେଇ ଏଭଳି ଏକ ସରପ୍ରାଇଜ ଦେଇଥିଲେ ଫିଲ୍ମର ନିର୍ମାତା । ଫଟୋରେ ଦେଖିବାକୁ ମିଳିଛି ଯେ, ଅମିତାଭ ଏକ ତୁଷାରପାତ ଏରିଆରେ ଠିଆ ହୋଇଛନ୍ତି। ଏବଂ ସେ ଏକ ଗରମ୍ ଜ୍ୟାକେଟ ପିନ୍ଧିଥିବା ବେଳେ ଏକ କ୍ୟାପ ମଧ୍ୟ ଲଗାଇଛନ୍ତି । ଏହାସହ ଏକ ଗମ୍ଭୀର ଲୁକ ମଧ୍ୟ ଦେଇଛନ୍ତି । ଫଟୋଟିକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । 

 
ସେହିପରି ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ଯେ, ତିନି ଜଣ ବରଫ ଅଞ୍ଚଳରେ କାନ୍ଧରେ ବ୍ୟାଗ ପରାଇ ପାହାଡ ଯାତ୍ରା କରୁଛନ୍ତି । ସେହିପରି ଅନ୍ୟଏକ ଫଟୋରେ ଦେଖିବାକୁ ମିଳିଛି ଯେ, ଅନୁପମ ଖେର , ବୋମାନ ଅରାନି ଓ ଅମିତାଭ୍ ଏକ ପାହାଡିଆ ସ୍ଥାନରେ ବସିଛନ୍ତି। ଏହି ଅଫିସିଆଲ ପୋଷ୍ଟରକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । ଏହି ପୋଷ୍ଟରରେ କିଛି କ୍ୟାପସନ ମଧ୍ୟ ଲେଖାଯାଇଛି ।  ଫିଲ୍ମଟି ରାଜଶ୍ରୀ ପ୍ରଡକସନର ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସ୍ବରାଜ ବାରଜାତିଆ ।  ଏହି ଫିଲ୍ମରେ ଅନୁପମ ଖେର , ବୋମାନ ଅରାନି ଓ ଅମିତାଭ ବଚ୍ଚନ ଲିଡ ରୋଲରେ ନଜର ଆସିବେ । ସେହିପରି ଫିଲ୍ମରେ ଡାନ୍ୟା ଡିସୋଜାଗୁପ୍ତା, ସାରିକା, ନୀନା ଗୁପ୍ତା ଓ ପରିଣିତି ଚୋପ୍ରା ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୧୧ରେ ପରଦାକୁ ଆସିବ । ୨୦୧୫ରେ ପ୍ରେମ ରତନ ଧନପାୟୋ ମୁଭିର ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ Sooraj Barjatya।  ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମରେ ଲିଡ ରୋଲରେ ଥିଲେ ସଲମାନ ଖାନ୍, ସୋନମ କପୁର ଓ ଅନୁପମ ଖେର ।