Comedian Passes Away: ସିନେ ଜଗତରେ ଶୋକର ଛାୟା, ଆଉ ନାହାଁନ୍ତି ଏହି ଲୋକପ୍ରିୟ କମେଡିଆନ..
Advertisement
Article Detail0/zeeodisha/odisha2343141

Comedian Passes Away: ସିନେ ଜଗତରେ ଶୋକର ଛାୟା, ଆଉ ନାହାଁନ୍ତି ଏହି ଲୋକପ୍ରିୟ କମେଡିଆନ..

Comedian  Passes Away: ତାଙ୍କର କମେଡି ଏତେ ଜବରଦସ୍ତ ଯେ ଜଣେ ଦୁଃଖରେ ଥିବା ଲୋକ ବି ଖୁସି ହୋଇଯିବ।ଟିଭିର ଟପ୍ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ତାଲିକାରେ ବବ୍ ନ୍ୟୁହାର୍ଟଙ୍କ ନାଁ ଖୁବ୍ ଜଣାଶୁଣା। ସେ ନିଜେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବବ୍ ଜୁଲାଇ ୧୮ ତାରିଖ ଗୁରୁବାର ଦିନ ପ୍ରାଣ ହରାଇଥିବା ନେଇ ପ୍ରକାଶକ ଜେରୀ ଡିଗନି ସେୟାର କରିଥିଲେ। ତାଙ୍କ ପ୍ରଶଂସକମାନେ ଏହା ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି। ବବଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

Comedian  Passes Away: ସିନେ ଜଗତରେ ଶୋକର ଛାୟା, ଆଉ ନାହାଁନ୍ତି ଏହି ଲୋକପ୍ରିୟ କମେଡିଆନ..

Comedian  Passes Away: ସିନେ ଜଗତରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର। ଆମେରିକାର ପ୍ରସିଦ୍ଧ ଷ୍ଟାଣ୍ଡ ଅପ୍ କମେଡିଆନ୍ ଓ ହାସ୍ୟ ଅଭିନେତା ବବ୍ ନ୍ୟୁହାର୍ଟ ୯୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ସମସ୍ତଙ୍କୁ ନିଜ କମେଡିରେ ହସାଉଥିବା ବବ୍ ଆଜି ସମସ୍ତଙ୍କୁ କନ୍ଦାଇ ଛାଡ଼ି ଚାଲି ଯାଇଛନ୍ତି। ବବ୍ ନ୍ୟୁହାର୍ଟଙ୍କ ମୃତ୍ୟୁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ଦେହାନ୍ତରେ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି।

କମେଡି ଦୁନିଆରେ ବବ ନ୍ୟୁହାର୍ଟ ନାଁ ସବୁବେଳେ ଖୁବ୍ ଚର୍ଚ୍ଚାରେ ରହିଥାଏ। ତାଙ୍କର କମେଡି ଏତେ ଜବରଦସ୍ତ ଯେ ଜଣେ ଦୁଃଖରେ ଥିବା ଲୋକ ବି ଖୁସି ହୋଇଯିବ।ଟିଭିର ଟପ୍ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ତାଲିକାରେ ବବ୍ ନ୍ୟୁହାର୍ଟଙ୍କ ନାଁ ଖୁବ୍ ଜଣାଶୁଣା। ସେ ନିଜେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବବ୍ ଜୁଲାଇ ୧୮ ତାରିଖ ଗୁରୁବାର ଦିନ ପ୍ରାଣ ହରାଇଥିବା ନେଇ ପ୍ରକାଶକ ଜେରୀ ଡିଗନି ସେୟାର କରିଥିଲେ। ତାଙ୍କ ପ୍ରଶଂସକମାନେ ଏହା ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି। ବବଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ବବ୍ ନ୍ୟୁହାର୍ଟ ଦୀର୍ଘ ସମୟ ଧରି ଅନେକ ରୋଗରେ ପୀଡିତ ଥିଲେ। ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଥିଲା। ବବ୍ ତାଙ୍କର ଲସ୍ ଆଞ୍ଜେଲସ୍ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କେବଳ ଜଣେ ହାସ୍ୟ ଅଭିନେତା ନୁହଁନ୍ତି, ବବ ଆମେରିକୀୟ ସେନାବାହିନୀରେ ଜଣେ ଦକ୍ଷ ଯବାନ ମଧ୍ୟ ଥିଲେ। ସେ ଆଇନ୍ ବିଭାଗରେ ଡିଗ୍ରୀ ମଧ୍ୟ ହାସଲ କରିଥିଲେ ଏବଂ କୋରିଆ ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।