ଦୁନିଆକୁ ଅନ୍ଧାରରେ ରଖିଥିଲେ 'ଡାର୍କ ଚକୋଲେଟ' ଅଭିନେତ୍ରୀ, ରାଜ୍ ଖୋଲିଲେ ଅନୁପମ ଖେର
Advertisement
Article Detail0/zeeodisha/odisha1213647

ଦୁନିଆକୁ ଅନ୍ଧାରରେ ରଖିଥିଲେ 'ଡାର୍କ ଚକୋଲେଟ' ଅଭିନେତ୍ରୀ, ରାଜ୍ ଖୋଲିଲେ ଅନୁପମ ଖେର

ବଲିଉଡର ଅନେକ ଅଭିନେତ୍ରୀ ମାରାତ୍ମକ କର୍କଟ ରୋଗର ଶିକାର ହୋଇଛନ୍ତି। ୨୦୧୨ ମସିହାରେ ମନୀଷା କୋଇରେଲାଙ୍କୁ ଓଭାରିୟନ କର୍କଟ ରୋଗ ହୋଇଥିଲା। ସେ ନ୍ୟୁୟର୍କରେ କେମୋ ଥେରାପି କରିଥିଲେ, ଯାହା ପରେ ମନିଷା ଆଜିର ଦିନରେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। 

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଂଶଦଶକରେ ବଲିଉଡରେ ଚହଳ ଖେଳାଇଥିବା ଅଭିନେତ୍ରୀ ମହିମା ଚୌଧୁରୀ କର୍କଟ ରୋଗରେ ପୀଡିତ ଅଛନ୍ତି। ଭେଟେରାନ ଅଭିନେତା ଅନୁପମ ଖେର ଏହି ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଅଭିନେତ୍ରୀ ମହିମା ଚୌଧୁରୀ ସ୍ତନ କର୍କଟରେ ପୀଡିତ ହୋଇଛନ୍ତି। ଅନୁପମ, ମହିମାଙ୍କ ଏକ ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ଅଭନତ୍ରୀଙ୍କ କେଶ ସବୁ ଝଡିଯାଇଥିବାର ନଜର ଆସୁଛନ୍ତି। 

ନିକଟରେ ଅନୁପମ ଖେର (Anupam Kher) ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ମହିମା ଝରକା ପାଖରେ ବସିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀଙ୍କ କେଶ ମଧ୍ୟ ଝଡ଼ିଯାଇଥିବାର ନଜର ଆସିଛନ୍ତି। ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, 'ମୋର ୫୨୫ତମ ଚଳଚ୍ଚିତ୍ର 'ଦ ସିଗ୍ନେଚର'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ମୁଁ ଏକ ମାସ ପୂର୍ବରୁ ଆମେରିକାରୁ ମହିମା ଚୌଧୁରୀ (Mahima Chaudhry)ଙ୍କୁ କଲ କରିଥିଲି ଡାକିଥିଲି। ଆମର କିଛି ସମୟର କଥାବାର୍ତ୍ତାରେ ମୁଁ ଜାଣିବାକୁ ପାଇଲି ଯେ, ତାଙ୍କୁ ସ୍ତନ କର୍କଟ ବା Breast Cancer ହୋଇଛି।' 

Also Read: Nayan and Wikki wedding; ସାତ ବର୍ଷ ପରେ ସାତ ଜନ୍ମର ସାଥି ହେଲେ ଅଭିନେତ୍ରୀ, ନିର୍ଦ୍ଦେଶକ

ମହିମାଙ୍କୁ ପ୍ରଶଂସା କରି ବଲିଉଡ ଅଭିନେତା ଲେଖିଛନ୍ତି, 'ମହିମାଙ୍କ ମନୋଭାବ ସମଗ୍ର ବିଶ୍ୱରେ ଅନେକ ମହିଳାଙ୍କୁ ପ୍ରେରଣା ଦେବ। ସେ ଚାହୁଁଥିଲେ ମୁଁ ତାଙ୍କ ବିଷୟରେ ଅର୍ଥାତ୍ ତାଙ୍କ କ୍ୟାନସର ବିଷୟରେ ଦୁନିଆକୁ ଜଣାଇବାର ଏକ ମାଧ୍ୟମ ହୁଏ। ଦର୍ଶକ ଓ ଫ୍ୟାନ୍ସମାନେ ତାଙ୍କ ପ୍ରେମ, ଶୁଭେଚ୍ଛା, ପ୍ରାର୍ଥନା ଏବଂ ଆଶୀର୍ବାଦ ମହିମାଙ୍କୁ ଦିଅନ୍ତୁ।' ଏଖି ଖବର ଶୁଣିଲା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଚହଳ ଖେଳିଯାଇଛି। ସେମାନେ ମହିମାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

 

ପଶ୍ଚିମବଙ୍ଗର ଦାର୍ଜେଲିଂରେ ଜନ୍ମ ଗ୍ରହଣ କରିଥିବା ମହିମା ଚୌଧୁରୀ ୧୯୯୭ରେ ବଲିଉଡ ଡେବ୍ୟୁ କରିଥିଲେ। ପରଦେଶ ଫିଲ୍ମରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଫିମେଲ ଡେବ୍ୟୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିବା ବେଳେ ବେଷ୍ଟ ଆକ୍ଟ୍ରେସ ଆୱାର୍ଡ ପାଇଁ ସେ ନୋମିନେଟ ହୋଇଥିଲେ। ଦାଗ ଦ ଫାୟାର, ଧଡକନ, ଲଜ୍ଜା, ତେରେନାମ, ବାଗବାନ ଭଳି ସୁପର ହିଟ ଫିଲ୍ମରେ ମହିମା କାମ କରିଛନ୍ତି। ଶେଷ ଥର ପାଇଁ ତାଙ୍କୁ ବଙ୍ଗଳା ଫିଲ୍ମ ଡାର୍କ ଚକଲେଟରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମହିମାଙ୍କୁ ୪୯ ବର୍ଷ ବୟସ ହୋଇଛି।

Also Read: ପୁଣି 'ନିଶା'ରେ ଅନୁଭବଙ୍କ ନୂଆ ଭିଡିଓ, କହିଲେ ନିଜ ଶେଷ ଇଚ୍ଛା

ସୂଚନାଯୋଗ୍ୟ, ବଲିଉଡର ଅନେକ ଅଭିନେତ୍ରୀ ମାରାତ୍ମକ କର୍କଟ ରୋଗର ଶିକାର ହୋଇଛନ୍ତି। ୨୦୧୨ ମସିହାରେ ମନୀଷା କୋଇରେଲାଙ୍କୁ ଓଭାରିୟନ କର୍କଟ ରୋଗ ହୋଇଥିଲା। ସେ ନ୍ୟୁୟର୍କରେ କେମୋ ଥେରାପି କରିଥିଲେ, ଯାହା ପରେ ମନିଷା ଆଜିର ଦିନରେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ କର୍କଟ ରୋଗର ମୁକାବିଲା କରିଛନ୍ତି। ଏହି ଅଭିନେତ୍ରୀଙ୍କୁ ମେଟାଷ୍ଟାଟିକ୍ କ୍ୟାନସର ହୋଇଥିଲା। ସେହିପରି ଏକ ସ୍ୱତନ୍ତ୍ର କ୍ୟାନସରରେ ଭେଟେରାନ ଅଭିନେତ୍ରୀ କିରଣ ଖେର ପୀଡିତ ଥିଲେ। ସେ ଚିକିତ୍ସିତ ହୋଇଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।