Ileana D'Cruz: ପୂର୍ବରୁ ବିବାହିତା ଇଲିଆନା ଡି’କ୍ରୁଜ୍! ସାମ୍ନାକୁ ଆସିଲା ବିବାହ ତାରିଖ
Advertisement

Ileana D'Cruz: ପୂର୍ବରୁ ବିବାହିତା ଇଲିଆନା ଡି’କ୍ରୁଜ୍! ସାମ୍ନାକୁ ଆସିଲା ବିବାହ ତାରିଖ

Ileana D'Cruz: ଶନିବାର ଦିନ ଇଲିଆନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଅର ପ୍ରଥମ ଫଟୋ ସେୟାର କରିଥିଲେ। କଳା ଓ ଧଳା ରଙ୍ଗର ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ, 'କୋଆ ଫିନିକ୍ସ ଡୋଲାନଙ୍କୁ ଭେଟନ୍ତୁ’ । ସେ ୧ ଅଗଷ୍ଟରେ ଜନ୍ମ ହୋଇଛନ୍ତି। ପୁଅର ଚେହେରା ଓ ନାମ ଜଣାଇବା ସହ ମାଆ ହୋଇ ସେ କିପରି ଅନୁଭବ କରୁଛନ୍ତି ତାହା ମଧ୍ଯ ଇଲିଆନା ନିଜ ପୋଷ୍ଟରେ ପ୍ରକାଶ କରିଛନ୍ତି ।

ସୌ(ସୋସିଆଲ ମିଡିଆ)

Ileana D'Cruz: ମାଆ ହୋଇଛନ୍ତି ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ (Ileana D'Cruz ) । ସେ ଅଗଷ୍ଟ ୧ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ (Ileana D'Cruz Baby Boy) ଦେଇଛନ୍ତି। ମାଆ ହେବାର ୫ ଦିନ ପରେ ଇଲିଆନା ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ଏହି ଖୁସି ଖବର ଦେଇଛନ୍ତି। ଖାଲି ଏତିକି ନୁହେଁ ସେ ଶିଶୁର ପ୍ରଥମ ଫଟୋ ଓ ନାଁ ମଧ୍ୟ ସେୟାର କରିଛନ୍ତି। ଶନିବାର ଦିନ ଇଲିଆନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଅର ପ୍ରଥମ ଫଟୋ ସେୟାର କରିଥିଲେ। କଳା ଓ ଧଳା ରଙ୍ଗର ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ, 'କୋଆ ଫିନିକ୍ସ ଡୋଲାନଙ୍କୁ (Koa Phoenix Dolan ) ଭେଟନ୍ତୁ’ । ସେ ୧ ଅଗଷ୍ଟରେ ଜନ୍ମ ହୋଇଛନ୍ତି। ପୁଅର ଚେହେରା ଓ ନାମ ଜଣାଇବା ସହ ମାଆ ହୋଇ ସେ କିପରି ଅନୁଭବ କରୁଛନ୍ତି ତାହା ମଧ୍ଯ ଇଲିଆନା ନିଜ ପୋଷ୍ଟରେ ପ୍ରକାଶ କରିଛନ୍ତି ।

ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଆମର ପ୍ରିୟ ପୁଅକୁ ଦୁନିଆରେ ସ୍ୱାଗତ କରିବା ପରେ ଆମେ କେତେ ଖୁସି, ତାହା ବର୍ଣ୍ଣନା କରିବା ପାଇଁ ଶବ୍ଦ ନାହିଁ । ମୋର ହୃଦୟ ପୂର୍ଣ୍ଣ ହୋଇଛି’। ତେବେ Thebump.com ଅନୁଯାୟୀ, କୋଆର ଅର୍ଥ ହେଉଛି ଯୋଦ୍ଧା ବା ସାହସୀ ଅଟେ। ଏତେ ସବୁ ପରେ ବି ଶିଶୁର ପିତାଙ୍କ ନାମ ପ୍ରକାଶ କରିନଥିଲେ ଇଲିଆନା । କିଛି ଦିନ ପୂର୍ବରୁ ଅଭିନେତ୍ରୀ ନିଜ ବୟଫ୍ରେଣ୍ତଙ୍କ ସହ ଡ଼ିନର ଡ଼େଟର ସମୟର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏମିତି କି ସେ ନିଜ ପାର୍ଟନରଙ୍କ ମୁହଁ ମଧ୍ଯ ଦେଖାଇଥିଲେ । କିନ୍ତୁ ଇଲିଆନାଙ୍କ ସାଥୀ କିଏ? ସେ କ’ଣ କରନ୍ତି ? ସେ ବିଷୟରେ ଅଭିନେତ୍ରୀ କୌଣସି ସୂଚନା ଦେଇନଥିଲେ। କିଛି ସମୟ ପୂର୍ବରୁ ଇଲିଆନାଙ୍କ ନିର୍ବନ୍ଧ ଖବର ମଧ୍ୟ ସାମ୍ନାକୁ ଆସିଥିଲା, କିନ୍ତୁ ଅଭିନେତ୍ରୀ ଏହା ଉପରେ ମଧ୍ଯ କୌଣସି ପ୍ରତିକ୍ରିୟା ଦେଇନଥିଲେ। ତେବେ ପୁଅ ଜନ୍ମପରେ ଇଲିଆନାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଲିଆନା ପ୍ରେମିକ ମାଇକେଲ ଡୋଲାନଙ୍କୁ ପୂର୍ବରୁ ବିବାହ କରିଛନ୍ତି । ଅର୍ଥାତ୍ ଅଭିନେତ୍ରୀ ବିବାହିତା ଅଟନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଇଲିଆନା ଓ ମାଇକେଲ ଚଳିତ ବର୍ଷ ମେ ମାସ ୧୩ ତାରିଖରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ । ଯଦିଓ ଦୁହେଁ କେଉଁଠାରେ ବିବାହ କରିଛନ୍ତି ସେନେଇ କୌଣସି ସୂଚନା ନାହିଁ । କିନ୍ତୁ, ଥରେ ଇଲିଆନା ଏକ ଧଳା ରଙ୍ଗର ବିବାହ ଗାଉନ୍ ପିନ୍ଧିଥିବା ଏକ ଫଟୋ ସେୟାର କରିଥିଲେ । କୁହାଯାଉଛି ଯେ, ସେହି ଫଟୋ ଅଭିନେତ୍ରୀଙ୍କ ବିବାହ ଫଟୋ ହୋଇଥାଇପାରେ ।

Also Read- Samantha Ruth Prabhu: ଚିକିତ୍ସା ପାଇଁ ୨୫ କୋଟି ଧାର! ଷ୍ଟୋରୀ ସେୟାର କରି ସମାନ୍ଥା କହିଲେ...

ଗତ ଜୁନ୍ ମାସରେ ଅଭିନେତ୍ରୀ ନିଜ ଇନଣ୍ଟାଗ୍ରାମ ଆକାଉଣ୍ଟରେ ମାଇକେଲଙ୍କ ସହ ଏକ ମୋନୋକ୍ରୋମ୍ ଫଟୋ ସେୟାର କରିଥିଲେ । ଏଥିସହ ତାଙ୍କ ପ୍ରଶଂସା କରି ସେ ଲେଖିଥିଲେ ଯେ- ‘ଯେତେବେଳେ ମୁଁ ନିଜକୁ ଅଣଦେଖା କରିଥାଏ ସେତେବେଳେ ଏହି ସୁନ୍ଦର ମଣିଷ ମୋ ପାଖରେ ଛାୟି ପରି ରହିଥାଏ । ଯେତେବେଳେ ମୁଁ ଭାଙ୍ଗି ପଡ଼ିଥାଏ ସେ ମୋ ଲୁହ ପୋଛିବା ସହ ମୋତେ ହସିବାକୁ ଥଟ୍ଟା କରିଥାଆନ୍ତି’ ।

Also Read-Gadar 2 Advance Booking: ସନ୍ନି ଦେଓଲଙ୍କ 'ଗଦର-୨' ପାଇଁ ବଢିଲାଣି କ୍ରେଜ୍, ଚାଲିଛି ଆଡଭାନ୍ସ ବୁକିଂ