ପ୍ରଯୋଜକଙ୍କ ପରେ ଗାୟକଙ୍କ ନାମରେ ଅଭିଯୋଗ: କହିଲେ ସୌରିନ୍ ମତେ...
Advertisement
Article Detail0/zeeodisha/odisha1734802

ପ୍ରଯୋଜକଙ୍କ ପରେ ଗାୟକଙ୍କ ନାମରେ ଅଭିଯୋଗ: କହିଲେ ସୌରିନ୍ ମତେ...

ପ୍ରସିଦ୍ଧ ଗାୟକ ସୌରିନ ଭଟ୍ଟ (Singer sourin bhatt)ଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ତାଙ୍କ ନାମରେ ଅଭିଯୋଗ ଆଣି ଥାନାର (Police station) ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଗୀତ ଗାଇବାକୁ ସୁଯୋଗ ଦେବାକୁ କହି ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସେ ମତେ ନିର୍ଯ୍ୟାତନା ଦେଇଛନ୍ତି । ପ୍ରଥମେ କଟ

ପ୍ରଯୋଜକଙ୍କ ପରେ ଗାୟକଙ୍କ ନାମରେ ଅଭିଯୋଗ: କହିଲେ ସୌରିନ୍ ମତେ...

Ollywood Casting Couch: ପ୍ରସିଦ୍ଧ ଗାୟକ ସୌରିନ ଭଟ୍ଟ (Singer sourin bhatt)ଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ତାଙ୍କ ନାମରେ ଅଭିଯୋଗ ଆଣି ଥାନାର (Police station) ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଗୀତ ଗାଇବାକୁ ସୁଯୋଗ ଦେବାକୁ କହି ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସେ ମତେ ନିର୍ଯ୍ୟାତନା ଦେଇଛନ୍ତି । ପ୍ରଥମେ କଟକ (Cuttack) ଜଗତପୁର ଥାନାରେ ଅଭିଯୋଗ କରିବା ପରେ ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ପୀଡିତା ।

ସୂଚନା ମୁତାବକ ଅଭିଯୋଗ ଆଣିଥିବା ମହିଳା ଜଣକ ବ୍ୟାଙ୍କ (Bank)ରେ ଚାକିରି କରନ୍ତି । ୮ ବର୍ଷ ପୂର୍ବରୁ ସୌରିନ ଭଟ୍ଟଙ୍କ ସହ ତାଙ୍କର ସମ୍ପର୍କ (Relation) ଆରମ୍ଭ ହୋଇଥିଲା । ସେବେଠାରୁ ସେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ ମହିଳା ଜଣକ କହିଛନ୍ତି ମୁଁ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ କହିବାକୁ ଚାହୁଁନି । ପୋଲିସ ତଦନ୍ତ ସମୟରେ ସବୁ କଥା ମୁଁ ପୋଲିସ ଆଗରେ ପ୍ରକାଶ କରିବି । ତେବେ ସୌରିନ ଭଟ୍ଟଙ୍କ ପ୍ରତିକ୍ରିୟା (Reaction) ନେବା ପାଇଁ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ ।

ସୂଚନାଯୋଗ୍ୟ, ଓଲିଉଡରେ କାଷ୍ଟିଂ କାଉଚକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଆଲୋଚନା ଚାଲିଛି । କିଛିଦିନ ପୂର୍ବରୁ ଅଭିନେତ୍ରୀ ପ୍ରକୃତି ମିଶ୍ର (Actress Prakruti mishra), ଜସ୍ମିନ ରଥ (Jasmin rath) ଓ ପୁପୁଲ ଭୂୟାଁ ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାମରେ ଅନେକ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଓଲିଉଡରେ ଝଡ଼ ଦେଖିବାକୁ ମିଳିଥିଲା । ସଞ୍ଜୟ ନାୟକ (Sanjay nayak) ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଯେ, ମୁଁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ମୋ ନାମରେ ମିଥ୍ୟା ଅଭିଯୋଗ ଆଣି ମୋର ମାନହାନୀ କରାଯାଇଛି । କୌଣସି ସଠିକ ପ୍ରମାଣ କାହା ପାଖରେ ନାହିଁ । କୌଣସି ବ୍ୟକ୍ତିଗତ ଚାଟ୍ (Personal chat) ନୁହେଁ ବରଂ ଏକ ଗ୍ରୁପର ସ୍କ୍ରିନସର୍ଟ ଭାଇରାଲ୍ (Viral) କରାଯାଇଛି । ପ୍ରକୃତିଙ୍କ ନାମରେ ସଞ୍ଜୟ ନାୟକ କହିଥିଲେ ଯେ, ପ୍ରକୃତି ପୂର୍ବରୁ ବିବାଦୀୟ ହୋଇ ରହିଛନ୍ତି । ସେ କିପରି ସାରା ଓଡ଼ିଶା ଜାଣିଛି ।  ଆଉ ମୁଁ କିପରି ବ୍ୟକ୍ତି ତାହା ମଧ୍ୟ ସାରା ଓଡ଼ିଶା ଜାଣିଛି । ମୁମ୍ୱାଇରେ ସେ ରହି କଣ ସବୁ କରୁଛନ୍ତି ତାହା ସମସ୍ତଙ୍କୁ ଜଣା । ସେହିପରି ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ କହିଥିଲେ ମୁଁ ଯାହା କହିଛି ଠିକ୍ କହିଛି । ମୋ ସହ ଖରାପ ହୋଇନଥିଲେ ମଧ୍ୟ ଅନ୍ୟମାନଙ୍କ ସହ ସେ ଖରାପ (bad) ବ୍ୟବହାର ପ୍ରଦର୍ଶନ କରିଥିବାର ପ୍ରମାଣ ମୁଁ ପାଇଛି । ମୁଁ ମୁମ୍ୱାଇରେ ପୋଲିସ ନିକଟରେ ଅଭିଯୋଗ କରିବି କାରଣ ମୋ ବିଷୟରେ ସଠିକ ଭାବରେ ନଜାଣି ସେ ଅନେକ କିଛି ଖରାପ ମନ୍ତବ୍ୟ ଦେଇଛନ୍ତି । ଯାହାଦ୍ୱାରା ମୋର ମଧ୍ୟ ମାନହାନୀ ହୋଇଛି  । 

ଏହି ଘଟଣାକୁ ନେଇ ଓଲିଉଡର ଅନ୍ୟ କଳାକାରଙ୍କ ମଧ୍ୟରେ ମଧ୍ୟ ଆଲୋଚନା ସରଗରମ ହୋଇଯାଇଛି । ଜଣେ ଅଭିନେତା ନିଜର ନାମ ପ୍ରକାଶ କରିବାକୁ ନକହି କହିଛନ୍ତି ଯେ, ଏଠି ସବୁ ଗୋଟିଏ ଚାଉଳରେ ଗଢା । କହିଲେ କୂଳ କୁଟୁମ୍ୱକୁ ଲାଜ ନକହିଲେ କୂଳ ଭାସି ଯାଉଛି । ତେଣୁ ଆପୋଷ ବୁଝାମଣା ମଧ୍ୟରେ ସମାଧାନ ହେବା ଉଚିତ । ନିଜ ଘରର କଳି ଗଣମାଧ୍ୟମରେ ନକହି କିପରି ସହଜରେ ସମାଧାନ ହୋଇପାରିବ ସେଥିପ୍ରତି ସମସ୍ତେ ଭାବିବା ଉଚିତ ।

Also read- ମୁସଲିମ ପୁଅ ସହ ଫେରାର ହେଲା ଝିଅ: ମରିଗଲା କହି ପିଣ୍ଡ ଦେଇଦେଲେ ପରିବାର