Srk And Deepika: 'ପଠାନ୍' ପୂର୍ବରୁ ବଡ ପରଦାରେ ପୁଣି ସ୍କ୍ରିନ୍ ସେୟାର କଲେ ଦୀପିକା-ଶାହରୁକ୍, ଦେଶର ୨୦ଟି ହଲରେ ମୁକ୍ତିଲାଭ କଲା ଫିଲ୍ମ
Advertisement
Article Detail0/zeeodisha/odisha1445671

Srk And Deepika: 'ପଠାନ୍' ପୂର୍ବରୁ ବଡ ପରଦାରେ ପୁଣି ସ୍କ୍ରିନ୍ ସେୟାର କଲେ ଦୀପିକା-ଶାହରୁକ୍, ଦେଶର ୨୦ଟି ହଲରେ ମୁକ୍ତିଲାଭ କଲା ଫିଲ୍ମ

Srk And Deepika: ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଶାହରୁକ୍ ଖାନ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଫ୍ୟାନ୍ସମାନେ ସ୍କ୍ରିନରେ ଉଭୟଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରନ୍ତି । ୨୦୦୭ ମସିହାରେ ଦୀପିକା ' ଓମ୍ ଶାନ୍ତି ଓମ୍' ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା ।

ସୌଜନ୍ୟ : ସୋସିଆଲ ମିଡିଆ

Srk And Deepika: ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଶାହରୁକ୍ ଖାନ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଫ୍ୟାନ୍ସମାନେ ସ୍କ୍ରିନରେ ଉଭୟଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରନ୍ତି । ୨୦୦୭ ମସିହାରେ ଦୀପିକା ' ଓମ୍ ଶାନ୍ତି ଓମ୍' ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ ।  ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା । ପରେ ଦୀପିକା ଆଉ ପଛକୁ ଫେରି ନ ଥିଲେ। ପରେ ଶାହରୁକ୍ ଓ ଦୀପିକା 'ହାପି ନ୍ୟୁ ୟିଅର' ଓ  ଚେନ୍ନାଇ ଏକ୍ସପ୍ରେସରେ ଏକାଠି କାମ କରିଥିଲେ।  ଏହି ଦୁଇଟି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ଯାହା ଦୀପିକାଙ୍କ କ୍ୟାରିୟର ପାଇଁ ମାଇଲଖୁମ୍ଟ ସାଜିଥିଲା।  ବର୍ତ୍ତମାନ ପ୍ରଶଂସକମାନେ, ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ପଠାନ୍'କୁ ଅପେକ୍ଷା କରିଛନ୍ତି ଯାହା ଆସନ୍ତା ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିବ।

ପୁଣି ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରାଇବ 'ଓମ୍ ଶାନ୍ତି ଓମ୍':

ଏହି ସମୟରେ ଦୀପିକା ଏବଂ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସୁଛି। ବାସ୍ତବରେ, 'ପଠାନ୍' ରିଲିଜ୍ ହେବା ପୂର୍ବରୁ ପ୍ରଶଂସକମାନେ ପୁଣି ଥରେ ବଡ ପରଦାରେ ଶାହରୁଖ ଖାନ (SRK) ଏବଂ ଦୀପିକାଙ୍କୁ ଦେଖିପାରିବେ । ମିଡିଆ ରିପୋର୍ଟ ଅନୁଯାୟୀ ଉଭୟଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଓମ୍ ଶାନ୍ତି ଓମ୍' ଆଜି ପ୍ରେକ୍ଷାଳୟରେ ପୁଣି ଥରେ ମୁକ୍ତିଲାଭ କରୁଛି। ଏହି ଚଳଚ୍ଚିତ୍ର ଦିଲ୍ଲୀ, ମୁମ୍ବାଇ, କୋଲକାତା, ପାଟନା, ଅହମ୍ମଦାବାଦ ଏବଂ ଭୋପାଳ ଭଳି ଦେଶର ୨୦ ରୁ ଅଧିକ ସହରରେ ମୁକ୍ତିଲାଭ କରୁଛି।

ଏହାବି ପଢନ୍ତୁ : Drishyam 2: ପୁରୁଣା ରେକର୍ଡ ଭାଙ୍ଗିବ କି 'ଦୃଶ୍ୟମ୍ ୨' ? ରିଲିଜ୍ ପୂର୍ବରୁ ଏତିକି କୋଟି କଲାଣୀ କଲେକସନ୍

ଏହାବି ପଢନ୍ତୁ : Rahul Gandhi: ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଏହାବି ପଢନ୍ତୁ : Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ

ଏହାବି ପଢନ୍ତୁ :Tamannaah Bhatia: ହାତକୁ ଦି' ହାତ ହେବେ ତମନ୍ନା ! ସେୟାର କଲେ ଏଭଳି ଭିଡିଓ

ଏହି ଦିନ ମୁକ୍ତିଲାଭ କରିବ 'ପଠାନ' :

ଏହା ବ୍ୟତୀତ ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ରିଲିଜ୍ ହେବ । ଯେଉଁଥିରେ ଜନ୍ ଆବ୍ରାହମ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟିଜର କିଙ୍ଗ ଖାନଙ୍କ ୫୭ ତମ ଜନ୍ମଦିନରେ ମୁକ୍ତିଲାଭ କରିଥିଲା, ଯାହାକୁ ଫ୍ୟାନ୍ସ ମାନଙ୍କ ଠାରୁ ଭଲ ରେସପନ୍ସ ପାଇଥିଲା। ଏହି ଚଳଚ୍ଚିତ୍ରଟି ଆଦିତ୍ୟ ଚୋପ୍ରାଙ୍କ ବ୍ୟାନର ଯଶ ରାଜ ଫିଲ୍ମସ୍ ଅଧୀନରେ ନିର୍ମାଣ ହୋଇଛି । ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ।