Gadar 2 Box Office Collection: ବକ୍ସ ଅଫିସରେ ଖସିନି ' ଗଦ୍ଦର-୨' ର କ୍ରେଜ୍, ଜାଣନ୍ତୁ ସପ୍ତମ ଦିନରେ ଆୟ କଲା କେତେ କୋଟି?
Advertisement
Article Detail0/zeeodisha/odisha1829994

Gadar 2 Box Office Collection: ବକ୍ସ ଅଫିସରେ ଖସିନି ' ଗଦ୍ଦର-୨' ର କ୍ରେଜ୍, ଜାଣନ୍ତୁ ସପ୍ତମ ଦିନରେ ଆୟ କଲା କେତେ କୋଟି?

Gadar 2 Box Office Collection Day 7: ବକ୍ସ ଅଫିସରେ ' ଗଦ୍ଦର-୨' ର କ୍ରେଜ୍ । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ପାଉଛି ।  ଦିର୍ଘ ୨୨ ବର୍ଷ ପରେ ତାରା ସିଂ ଓ ସକିନାଙ୍କ ରୋମାନ୍ସ ଦର୍ଶକଙ୍କୁ ବିମୋହିତ କରିଛି। ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମ ରିଲିଜ୍ ହେବାର ସପ୍ତମ ଦିନରେ କେତେ କଲେକସନ୍ କରିଛି  । 

ସୌଜନ୍ୟ- ସୋସିଆଲ ମିଡି଼ଆ

Gadar 2 Box Office Collection Day 7: ବକ୍ସ ଅଫିସରେ  ' ଗଦ୍ଦର-୨' (Gadar 2 ) ର କ୍ରେଜ୍ । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ପାଉଛି । ଫିଲ୍ମରେ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ପ୍ରେମ କାହାଣୀକୁ ପୁଣି ଥରେ ଦର୍ଶକ ଦେଖିବାକୁ ପାଇଛନ୍ତି।  ଦିର୍ଘ ୨୨ ବର୍ଷ ପରେ ତାରା ସିଂ ଓ ସକିନାଙ୍କ ରୋମାନ୍ସ ଦର୍ଶକଙ୍କୁ ବିମୋହିତ କରିଛି। ତେବେ,  ଗଦ୍ଦର-୨' ର (Gadar 2 ) ପ୍ରଥମ ଭାଗ ୨୦୦୧ ମସିହାରେ ରିଲିଜ୍ ହୋଇଥିଲା।  ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେହି ସମୟରେ ବି ରେକର୍ଡ ଭାଙ୍ଗିଥିଲା। ଫିଲ୍ମରେ ସନ୍ନି ଦେଓଲଙ୍କ (Sunny Deol) ଦମଦାର୍ ଆକ୍ସନ ଦର୍ଶକଙ୍କ ମନ କିଣିଛି। ' ଗଦ୍ଦର-୨' (Gadar 2 ) ଚଳିତ ମାସ  ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି ।  ପ୍ରଥମ ଦିନରୁ ଫିଲ୍ମ ବହୁତ ଭଲ କଲେକ୍ସନ୍ କରୁଛି(Gadar 2 Box Office Collection Day 7) । ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମ ରିଲିଜ୍ ହେବାର ସପ୍ତମ ଦିନରେ କେତେ କଲେକସନ୍ କରିଛି (Gadar 2 Box Office Collection Day 7) । 

 

ରିଲିଜ୍ ହେବାର ସପ୍ତମ ଦିନରେ କେତେ କୋଟି ରୋଜଗାର କଲା ' ଗଦ୍ଦର-୨'?

'ଗଦ୍ଦର-୨' ରିଲିଜ୍ (Gadar 2 ) ହେବା ଦିନ ଅର୍ଥାତ୍ ଅଗଷ୍ଟ ୧୧ରେ ୪୦.୧୦ କୋଟି ରୋଜଗାର କରିଛି । ସେହିପରି  ଶନିବାର ଦିନ ୪୩.୮୩ କୋଟି ରୋଜଗାର କରିଥିବା ବେଳେ  ରବିବାର ଦିନ ଛୁଟି ଦିନ ଥିବାରୁ ୫୧.୭୦ କୋଟି ରୋଜଗାର କରିଛି । ସେହିପରି ସୋମବାର ଦିନ ଫିଲ୍ମଟି ୩୮.୭୦ ଓ ମଙ୍ଗଳବାର ଦିନ  ଅର୍ଥାତ୍ ଅଗଷ୍ଟ ୧୫ ରେ ଫିଲ୍ମଟି ୫୫.୫୦ କୋଟି କଲେକସନ୍ କରିଛି । ବୁଧବାର ଦିନ ଅର୍ଥାତ୍ ରିଲିଜ୍ ହେବାର ଷଷ୍ଠ ଦିନରେ 'ଗଦ୍ଦର-୨' ୩୩.୫୦ କୋଟି ରୋଜଗାର୍ କରିଛି। ସେହିପରି ସପ୍ତମ ଦିନରେ ୨୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ତେବେ, ଗଦ୍ଦର-୨ ମୋଟ୍ ୨୮୩.୩୫ କୋଟି କଲେକସନ୍ କରିଛି।  ତେବେ, ସପ୍ତାହ ଶେଷ ସୁଧା ଫିଲ୍ମଟି ୩୦୦କୋଟି ପାର କରିବ ବୋଲି ଆଶା କରାଯାଉଛି।  ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ କାମ ଦେଇଛି ବୋଲି କୁହାଯାଇପାରିବ । ତେବେ ଏହି ଫିଲ୍ମର ଲିଡ୍ ରୋଲରେ ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମାଙ୍କୁ ଦେଖିବାକୁ ମିଳିଛି ।  ଏବଂ ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଅନୀଲ ଶର୍ମା । ଏହି ଫିଲ୍ମଟି ୮୦ କୋଟି ବଜେଟରେ ନିର୍ମାଣ ହୋଇଛି । 

'ଗଦ୍ଦର-୨' ୨୦୨୩ ର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ: ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ 'ପଠାନ୍ ' ଫିଲ୍ମ ସର୍ବାଧିକ ଆୟ କରିଥିବା ଫିଲ୍ମ ଭାବରେ ଆଗରେ ରହିଛି । ଏହାପରେ, 'ଗଦ୍ଦର-୨'  (Gadar 2 Box Office Collection Day 7) ଦ୍ବିତୀୟ ସ୍ଥାନରେ ରହିଛି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଶାହରୁଖ ଖାନଙ୍କ 'ପଠାନ' ଭାରତରେ ୫୪୩.୦୫ କୋଟି ଟଙ୍କା ଆୟ କରିଛି। ଏଥି ସହିତ, 'ଗଦ୍ଦର-୨' ଦ୍ବିତୀୟ ସ୍ଥାନରେ ରହିଛି। 'କେରଳ ଷ୍ଟୋରୀ' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ବେଳେ  ୨୪୨.୪୦ କୋଟି ଟଙ୍କା ରୋଜଗାର କରିଥିଲା ​​। ଯାହା ତୃତୀୟ ସ୍ଥାନରେ ରହିଥିଲା ।