Gadar 2 Day 9 Collection: ବକ୍ସ ଅଫିସରେ 'ଗଦ୍ଦର ୨'ର ଧୂଆଁଧାର କଲେକସନ୍, ନବମ ଦିନରେ ଆୟ କଲା ଏତେ କୋଟି
Advertisement
Article Detail0/zeeodisha/odisha1832624

Gadar 2 Day 9 Collection: ବକ୍ସ ଅଫିସରେ 'ଗଦ୍ଦର ୨'ର ଧୂଆଁଧାର କଲେକସନ୍, ନବମ ଦିନରେ ଆୟ କଲା ଏତେ କୋଟି

Gadar 2 Day 9 Collection:  'ଗଦ୍ଦର ୨' କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦ୍ଦର ୨'କୁ ନେଇ କ୍ରେଜ୍ ବଢୁଛି। ବକ୍ସ ଅଫିସରେ ଫିଲ୍ମଟି ମଧ୍ଯ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମଟି ବର୍ତ୍ତମାନ ସୁଧା ୩୦୦ କୋଟି ରୋଜଗାର କରିସାରିଛି । ତେବେ, ଆସନ୍ତୁ ଜାଣିବା 'ଗଦ୍ଦର ୨' ନବମ ଦିନରେ କେତେ କଲେକସନ୍ କରିଛି ।

ସୌଜନ୍ୟ- ସୋସିଆଲ ମିଡି଼ଆ

Gadar 2 Day 9 Collection: ସନ୍ନି ଦେଓଲଙ୍କ (Gadar 2 Day 9 Collection) ଅଭିନୀତ 'ଗଦ୍ଦର ୨' (Gadar 2 )କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦ୍ଦର ୨'କୁ ନେଇ କ୍ରେଜ୍ ବଢୁଛି। ବକ୍ସ ଅଫିସରେ ଫିଲ୍ମଟି ମଧ୍ଯ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । 'ଗଦ୍ଦର ୨' (Gadar 2) ଦେଖିବା ପାଇଁ ହଲରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ଭଲ ପାଇବା ସହ ବକ୍ସ ଅଫିସରେ ମଧ୍ଯ ଭଲ ରୋଜଗାର କରୁଛି । ଫିଲ୍ମଟି ବର୍ତ୍ତମାନ ସୁଧା ୩୦୦ କୋଟି ରୋଜଗାର କରିସାରିଛି । ତେବେ, ଆସନ୍ତୁ ଜାଣିବା 'ଗଦ୍ଦର ୨' (Gadar 2 ) ନବମ ଦିନରେ କେତେ କଲେକସନ୍ କରିଛି । 

ଏହାବି ପଢନ୍ତୁ : HBD Randeep Hooda: ଏହି ବିଶ୍ବ ସୁନ୍ଦରୀଙ୍କୁ ଜୀବନ ସାଥୀ କରିବାକୁ ଚାହୁଁଥିଲେ ରଣଦୀପ କିନ୍ତୁ...

ନବମ ଦିନରେ ଏତିକି କୋଟି କଲେକସ୍ କରିଛି ଫିଲ୍ମ: 
 ରିଲିଜ୍ ହେବାର ୯ ଦିନ ପରେ ବି ଫିଲ୍ମର କ୍ରେଜ୍ କମିନି। ହଲ ଗୁଡିକରେ ଦର୍ଶକଙ୍କର ଭିଡ ହିଁ ପ୍ରମାଣିତ କରୁଛି ଯେ , 'ଗଦ୍ଦର ୨' (Gadar 2) କୁ ସେମାନେ କେତେ ଭଲ ପାଇବା ଦେଉଛନ୍ତି । ତେବେ, ଶନିବାର ଛୁଟିଦିନ ଥିବାରୁ ଫିଲ୍ମଟି ଭଲ ରୋଜଗାର କରିଛି । ନବମ ଦିନରେ ଅର୍ଥାତ୍ ଶନିବାର ଦିନ ଫିଲ୍ମଟି ୩୫ କୋଟିର ବ୍ୟବସାୟ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲଙ୍କ(Sunny Deol) ଫିଲ୍ମ ' ଗଦ୍ଦର-୨'  ଶୁକ୍ରବାର ଦିନରେ ୨୦.୫ କୋଟି ରୋଜଗାର କରିଥିଲା। ସେହିପରି ଦେଖିବାକୁ ଗଲେ ଫିଲ୍ମଟି ରିଲିଜ୍ ହେବା ଦିନରୁ ଏପର୍ଯ୍ୟନ୍ତ ମୋଟ୍ ୩୩୫ କୋଟିର ରୋଜଗାର୍ କରିସାରିଲାଣୀ ।

'ଗଦ୍ଦର ୨'  କଲେକସନ ଉପରେ ନଜର ପକାନ୍ତୁ :

ପ୍ରଥମ ଦିନରେ ୪୦.୧୦ କୋଟି , ଦ୍ବିତୀୟ ଦିନରେ ୪୩.୦୮ କୋଟି  ରୋଜଗାର୍ କରିଥିବା ବେଳେ ତୃତୀୟ ଦିନରେ ୫୧.୭ କୋଟି ରୋଜଗାର୍ କରିଛି। ସେହିପରି ଚତୁର୍ଥ ଦିନରେ ୩୮.୭ କୋଟି, ପଞ୍ଚମ ଦିନରେ ୫୫.୪ କୋଟି , ଷଷ୍ଠ ଦିନରେ ୩୨.୩୭ କୋଟି , ସପ୍ତମ ଦିନରେ ୨୩.୨୮ କୋଟି ଓ ଅଷ୍ଟମ ଦିନରେ ୨୦.୫ କୋଟିର ବ୍ୟବସାୟ କରିଛି । ଯଦି ଆମେ  ଆଜି (ରବିବାର)ର ଆକଳନ ଉପରେ ପୂର୍ବାନୁମାନ କରିବା ତେବେ, ଫିଲ୍ମଟି ଆଜି ୩୫୦ କୋଟି ପାର୍ କରିବ ବୋଲି ଅନୁମାନ କରାଯାଉଛି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶାହରୁଖ ଖାନଙ୍କ 'ପଠାନ' ପରେ ସନ୍ନି ଦେଓଲଙ୍କ 'ଗଦ୍ଦର ୨' ଚଳିତ ବର୍ଷର ଅଧିକ ଆୟ କରିଥିବା ଫିଲ୍ମ ଅଟେ। 'ଗଦ୍ଦର ୨'  ସାରା ବିଶ୍ୱରେ ୩୯୫.୧୦ କୋଟି ରୋଜଗାର କରିଛି ।

ତେବେ,  ଗଦ୍ଦର-୨' ର (Gadar 2 ) ପ୍ରଥମ ଭାଗ ୨୦୦୧ ମସିହାରେ ରିଲିଜ୍ ହୋଇଥିଲା।  ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେହି ସମୟରେ ବି ରେକର୍ଡ ଭାଙ୍ଗିଥିଲା। ଫିଲ୍ମରେ ସନ୍ନି ଦେଓଲଙ୍କ (Sunny Deol) ଦମଦାର୍ ଆକ୍ସନ ଦର୍ଶକଙ୍କ ମନ କିଣିଛି। ' ଗଦ୍ଦର-୨' (Gadar 2 ) ଚଳିତ ମାସ  ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି। ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ କାମ ଦେଇଛି ବୋଲି କୁହାଯାଇପାରିବ । ତେବେ ଏହି ଫିଲ୍ମର ଲିଡ୍ ରୋଲରେ ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମାଙ୍କୁ ଦେଖିବାକୁ ମିଳିଛି ।  ଏବଂ ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଅନୀଲ ଶର୍ମା । ଏହି ଫିଲ୍ମଟି ୮୦ କୋଟି ବଜେଟରେ ନିର୍ମାଣ ହୋଇଛି ।