Pabhas: ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭାସ, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?
Advertisement
Article Detail0/zeeodisha/odisha1939279

Pabhas: ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭାସ, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

Pabhas: ସାଉଥ୍ ସୁପରଷ୍ଟାର ପ୍ରଭାସ (Pabhas)। ନିକଟରେ ଅଭିନେତା ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଆଗାମୀ ଦିନରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' (Salaar: Part 1 –Ceasefire)ରିଲିଜ୍ ହେବାକୁ ଯାଇଛି। ଏହି ଫିଲ୍ମର ପ୍ରମୋସନ୍ ପାଇଁ ପ୍ରଭାସ୍ ଖୁବ୍ ବ୍ୟସ୍ତ ଅଛନ୍ତି। ତେବେ, ଏହାରି ଭିତରେ ନିଜ ଫ୍ୟାନ୍ସମାନଙ୍କୁ ଏକ ଗୁଡ଼ ନ୍ୟୁଜ୍ ଦେବାକୁ ଯାଉଛନ୍ତି ପ୍ରଭାସ୍।

Pabhas: ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭାସ, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

Pabhas: ସାଉଥ୍ ସୁପରଷ୍ଟାର ପ୍ରଭାସ (Pabhas)। ନିକଟରେ ଅଭିନେତା ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଆଗାମୀ ଦିନରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' (Salaar: Part 1 –Ceasefire)ରିଲିଜ୍ ହେବାକୁ ଯାଇଛି।  ଏହି  ଫିଲ୍ମର ପ୍ରମୋସନ୍ ପାଇଁ ପ୍ରଭାସ୍ ଖୁବ୍ ବ୍ୟସ୍ତ ଅଛନ୍ତି। ତେବେ, ଏହାରି ଭିତରେ ନିଜ ଫ୍ୟାନ୍ସମାନଙ୍କୁ ଏକ ଗୁଡ଼ ନ୍ୟୁଜ୍ ଦେବାକୁ ଯାଉଛନ୍ତି ପ୍ରଭାସ୍। ଅର୍ଥାତ୍ ହାତକୁ ଦି ହାତ ହେବାକୁ ଯାଉଛନ୍ତି ପ୍ରଭାସ୍। ତେବେ, ତାଙ୍କ ବିବାହ ଚଳିତ ବର୍ଷ ଶେଷରେ ହେବ ବୋଲି କୁହାଯାଇଛି। ଆଉ ସବୁଠୁ ବଡ଼ କଥା ହେଲା, ଯେ ପ୍ରଭାସଙ୍କ ଜୀବନ ସାଥୀ ହେଉଛନ୍ତି ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ଜଣାଶୁଣା ନାୟିକା। ଆଉ ସେ ପ୍ରଭାସଙ୍କୁ ବିବାହ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି କି ପ୍ରଭାସ୍ ଅଭିନେତ୍ରୀ ଅନୁସ୍କା ସେଟ୍ଟି (anushka shetty)ଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

 

Also Read:  Gold Rate: ଶସ୍ତା ହେଲା ସୁନା, ଓଡି଼ଶାରେ ଭରି ପିଛା ଏତିକି ରହିଛି ଦର

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ପରିବାର ଲୋକେ ଚାହୁଁଛନ୍ତି ଯେ, ପ୍ରଭାସଙ୍କୁ ଅଭିନେତ୍ରୀ ଅନୁସ୍କା ବିବାହ କରନ୍ତୁ। ପ୍ରଭାସ୍ ଓ ଅନୁସ୍କା ଦୁହେଁ ଭଲ ବନ୍ଧୁ। ତେବେ, ଏହି ବିବାହରେ ଅନୁସ୍କା ରାଜି ହୋଇଥିବା କହିଛନ୍ତି ପ୍ରଭାସଙ୍କ ପରିବାର ଲୋକେ। କିନ୍ତୁ ପ୍ରଭାସଙ୍କ ଗୋଟିଏ ଗୁଣ ଅନୁସ୍କାଙ୍କୁ ଜମାବି ପସନ୍ଦ ନୁହେଁ, ତାହା ହେଉଛି ପ୍ରଭାସଙ୍କ ରାଗ। ପ୍ରଭାସଙ୍କ ରାଗ ଯୋଗୁଁ ସେ  ଏପର୍ଯ୍ୟନ୍ତ ସିଙ୍ଗିଲ୍ ଅଛନ୍ତି। ଆଉ ଏହି ଗୁଣ ଯୋଗୁଁ ତାଙ୍କ ଠୁ ଅନେକ ପ୍ରେମିକା ଦୂରେଇ ଯାଇଛନ୍ତି। ଆଉ ନିଜର ଏହି ଗୁଣ ଯୋଗୁଁ ସେ କେବେବି କୌଣସି ରିଲେସନସିପରେ ଦିର୍ଘ ଦିନ ପର୍ଯ୍ୟନ୍ତ ରୁହନ୍ତି ନାହିଁ। କୌଣସି ପାର୍ଟି କିମ୍ବା କ୍ଲବ୍ କୁ ବି ସେ ଖୁବ୍ କମ୍ ଯାଆନ୍ତି।   

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ସମୟରେ ପ୍ରଭାସଙ୍କ ମାଉସୀ ଶ୍ୟାମଳା ଦେବୀ କହିଥିଲେ ଯେ, ଦେବୀ ଦୁର୍ଗାଙ୍କର ଆର୍ଶିବାଦ ପ୍ରଭାସଙ୍କ ଉପରେ ରହିଛି। ପ୍ରଭାସ ଖୁବଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।  ବିବାହ ପାଇଁ ଆମେ ସମସ୍ତଙ୍କୁ ବି ନିମନ୍ତ୍ରଣ କରିବୁ।  'ସାଲାର୍' ରିଲିଜ୍ ପରେ ଅଭିନେତା ବିବାହ କରିବେ। କିନ୍ତୁ ସବୁଠୁ ବଡ଼ କଥା ହେଲା କେଉଁ ତାରିଖରେ ସେ ବିବାହ କରିବେ। ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। କି କେଉଁଠାରେ ବିବାହ କରିବେ ସେନେଇ ସ୍ଥାନ ମଧ୍ୟ ଠିକ୍ ହୋଇ ନାହିଁ।

ପ୍ରଭାସଙ୍କ ନାଁ ଅନେକ ସମୟରେ ବାହୁବଳୀ ଅଭିନେତ୍ରୀ ଅନୁସ୍କା ସେଟ୍ଟୀଙ୍କ ସହ ଯୋଡି ହୋଇଥିଲା। ତେବେ, ନିଜ ବିବାହ ନେଇ ପ୍ରଭାସ୍ ଏପର୍ଯ୍ୟନ୍ତ କୌଣସି ଘୋଷଣା କରି ନାହାଁନ୍ତି। ଯଦି ଆମେ ପ୍ରଭାସଙ୍କ ଓ୍ବାର୍କ ଫ୍ରଣ୍ଟ କଥା କହିବା ତେବେ, ଆଗକୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' (Salaar: Part 1 –Ceasefire) ରିଲିଜ୍ ହେବାକୁ ଯାଇଛି। ଏହି ଫିଲ୍ମଟି, ଆସନ୍ତା ଡିସେମ୍ବର ୨୨ରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ପ୍ରଶାନ୍ତ ନୀଲ (Prashanth Neel)। ତେବେ ଏହା ବକ୍ସ ଅଫିସରେ ଅନେକ ନୂତନ ରେକର୍ଡ ସୃଷ୍ଟି କରିବା ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍ (Prithviraj Sukumaran), ଶ୍ରୁତି ହାସନ (Shruti Haasan) ଓ ଜଗପତି ବାବୁ (Jagapathi Babu) ନଜର ଆସିବେ ।