Advertisement
Article Detail0/zeeodisha/odisha1466200
Zee OdishaOdisha EntertainmentFifa World Cup 2022: ଷ୍ଟେଜ ଉପରେ ତ୍ରିରଙ୍ଗା କୁ ଓଢଣି କରିଦେଲେ ନୋରା, ଟ୍ରୋଲର୍ସ କହିଲେ...

Fifa World Cup 2022: ଷ୍ଟେଜ ଉପରେ 'ତ୍ରିରଙ୍ଗା 'କୁ ଓଢଣି କରିଦେଲେ ନୋରା, ଟ୍ରୋଲର୍ସ କହିଲେ...

Fifa World Cup 2022 News: କତାର ରେ ଚାଲିଛି ଫିଫା ମହାକୁମ୍ଭ ୨୦୨୨ । ଷ୍ଟାଡିୟମ ଇଣ୍ଡିଆ ଇଣ୍ଡିଆ ନାରାରେ ଉଠୁଥାଏ ପଡ଼ୁଥାଏ। ହେଲେ ଏଠାରେ ନୋରା ଫତେହି ଗୋଟିଏ ଭୁଲ କରିଦେଇଥିଲେ ଯାହା ଫଳରେ ତାଙ୍କୁ ଏବେ ଟାର୍ଗେଟ କରାଯାଉଛି। ଟ୍ରୋଲର୍ସ କହିଛନ୍ତି ବାହାର ଦେଶକୁ ଯାଇ ଆମ ଭାରତ ର ନାଁ ଖରାପ କରୁଛନ୍ତି ଡ୍ୟାନ୍ସର Nora Fathei

Fifa World Cup 2022: ଷ୍ଟେଜ ଉପରେ 'ତ୍ରିରଙ୍ଗା 'କୁ ଓଢଣି କରିଦେଲେ ନୋରା, ଟ୍ରୋଲର୍ସ କହିଲେ...

Fifa World Cup 2022: କେବଳ ଆମ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହିଙ୍କୁ କିଏ ବା ନ ଜାଣେ। ତାଙ୍କର ଗ୍ଲାମରିୟସ ଲୁକ ସହ ତାଙ୍କ ଠୁମକା ସମସ୍ତଙ୍କ ଦିଲରେ ରାଜ୍ କରେ ଯାହା ଫଳରେ ସେ ସର୍ବଦା ଚର୍ଚ୍ଚାରେ ରହିଆସନ୍ତି। ତେବେ ନୋରାଙ୍କୁ କତାର ରେ ଚାଲିଥିବା ଫିଫା ୱାର୍ଲଡ କପ ୨୦୨୨ରେ ବି ପରଫର୍ମ କରିବାକୁ ସୁଯୋଗ ମିଳିଛି।  ଫିଫା ୱାର୍ଲଡ କପ୍ ୨୦୨୨ ରେ ଫ୍ୟାନ ଫେଷ୍ଟିଭାଲରେ ନୋରା ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ନୋରା ଷ୍ଟେଜରେ ଡ୍ୟାନ୍ସ କରିବା ସମୟରେ ତ୍ରିରଙ୍ଗା ପତାକାକୁ ଧରି 'ଜୟ ହିନ୍ଦ' ର ନାରା ମଧ୍ୟ ଦେଇଛନ୍ତି। ହେଲେ ଏହି ସମୟରେ ନୋରା ଜୋଶରେ ହୋସ ହଜାଇଦେଇଛନ୍ତି ଯାହା ଫଳରେ ତାଙ୍କୁ ଏବେ ଜୋରଦାର ଟାର୍ଗେଟ କରାଯାଉଛି। 

ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଡ୍ୟାନ୍ସର ନୋରା କହିଛନ୍ତି ' ଫିଫାରେ ପଛେ ଆମ ଦେଶ ଭାରତ ଥାଉ କି ନଥାଉ ହେଲେ ଆମେ ଏହି ମହାକୁମ୍ଭରେ ସାମିଲ ହୋଇଛୁ। ଆମ ମ୍ୟୁଜିକ ଆମ ଡ୍ୟାନ୍ସ ଦେଶ ବିଦେଶରେ ପରିଚିତ। ତେବେ ନୋରାଙ୍କ ଏତିକି କଥାରେ ଫ୍ୟାନ୍ସ ଓ ସେଠାରେ ଥିବା ଦର୍ଶକ ଉତ୍ସାହିତ ହୋଇ ଉଠିଥିଲେ। ନୋରାଙ୍କ ସହ ଦର୍ଶକ ମଧ୍ୟ ''ଜୟ ହିନ୍ଦ୍''  (Jay Hind) ନାରା ଲଗାଇଛନ୍ତି। ଷ୍ଟାଡିୟମ ଇଣ୍ଡିଆ ଇଣ୍ଡିଆ ନାରାରେ ଉଠୁଥାଏ ପଡ଼ୁଥାଏ। ହେଲେ ଏଠାରେ ନୋରା ଫତେହି ଗୋଟିଏ ଭୁଲ କରିଦେଇଥିଲେ ଯାହା ଫଳରେ ତାଙ୍କୁ ଏବେ ଟାର୍ଗେଟ କରାଯାଉଛି। 

Also Read: Money Laundering Case: ଇଡି ଫାସରେ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା, ଜାରି ହେଲା ସମନ

Add Zee News as a Preferred Source

ଜଣେ କେହି ନୋରାଙ୍କୁ ଆମ ଜାତୀୟ ପତାକା ତ୍ରିରଙ୍ଗାକୁ (National Flag Tri Color) ତଳୁ ଷ୍ଟେଜ ଉପରକୁ ବଢାଇ ଦେଉଛି। ପ୍ରଥମତଃ ଏହା ତଳେ ସ୍ପର୍ଶ ମଧ୍ୟ ହୋଇଛି। ପରେ ନୋରା ତ୍ରିରଙ୍ଗା ସମ୍ମାନ ଦେବା ଛାଡି ଭୁଲ ଭାବେ ଧରିଥିବା ବେଳେ ତାହାକୁ ଓଢଣି ପରି ଉଡାଇଛନ୍ତି । ଯାହାକୁ ଦେଖି ପ୍ରଂଶସକ ମାନେ ରାଗିଯାଇଛନ୍ତି। ନୋରା ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଛନ୍ତି ଯେ, ଏହା ଆମ ଜାତୀୟ ପତାକା । ଓଢଣି ପରି ଓଲଟାପାଲଟା କରି ଉଡ଼ାଇବା ସହ ନିଜ ଦେହରେ ଗୁଡେଇ ହେଉଛନ୍ତି ନୋରା ଯାହାକୁ ଆଦୌ ଗ୍ରହଣ କରୁନାହାଁନ୍ତି ପ୍ରଶଂସକ। 

Also Read: Daler Mehndi: ଦଲେର ମେହେନ୍ଦୀଙ୍କ ପୁଣି ବଢ଼ିଲା ଅସୁବିଧା, ଗୁରୁଗ୍ରାମ ସ୍ଥିତ ଫାର୍ମହାଉସ ସିଲ୍; ଜାଣନ୍ତୁ ପୂରା ମାମଲା

ତେବେ ଷ୍ଟେଜ ତଳେ ଥାଇ ତ୍ରିରଙ୍ଗାକୁ ନୋରା ଫତେହିଙ୍କୁ (Nora Fatehi) ବଢାଉଥିବା ଲୋକକୁ ମଧ୍ୟ ଛାଡି ନାହାଁନ୍ତି ଟ୍ରୋଲର୍ସ । କେହି କେହି ଲେଖିଛନ୍ତି ନୋରା ଜୋଶରେ ନିଜ ସଂସ୍କୃତି ପରମ୍ପରା ଦେଶ ଭକ୍ତିକୁ ଭୁଲିଯାଇଛନ୍ତି । କେହି କେହି ଲେଖିଛନ୍ତି ତ୍ରିରଙ୍ଗାକୁ ଭୁଲ ଭାବେ ଧରାଯାଇଛି। ସେହିପରି ଆଉ ଜଣେ ଟ୍ରୋଲର୍ସ ଲେଖିଛନ୍ତି ନୋରା ଜାଣିଶୁଣି ବିଦେଶରେ ନିଜର ଦେଶର ନାଁ ପକାଉଛନ୍ତି ଅପମାନ କରୁଛନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି ନୋରାଙ୍କୁ ଜାତୀୟ ପତାକା କେମିତି ଧରାଯାଏ ସେକଥା ଆଦୌ ଜଣାନାହିଁ। ସେପଟେ ଏପରି ଟ୍ରୋଲକୁ ନେଇ ଡ୍ୟାନ୍ସର ନୋରା ଫତେହି କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author