Money Laundering Case: ଇଡି ଫାସରେ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା, ଜାରି ହେଲା ସମନ
Advertisement

Money Laundering Case: ଇଡି ଫାସରେ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା, ଜାରି ହେଲା ସମନ

Liger Money Laundering Case: ପୁରୀ ଜଗନ୍ନାଧଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଲିଗର୍'କୁ ନେଇ ବିଜୟ ଦେବରାକୋଣ୍ଡାଙ୍କ ସମସ୍ୟା ବୃଦ୍ଧି ପାଇଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ଅଭିନେତାଙ୍କୁ ସମନ ପଠାଇଛି ।

ସୌ: ସୋସିଆଲ ମିଡିଆ

Liger Money Laundering Case: ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କୁ (Vijay Deverakonda) ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତରପରୁ  ସମନ ପଠାଯାଇଛି । ମନି ଲଣ୍ଡରିଂ ମାମଲାରେ (Money Laundering Case) ଇଡି ତାଙ୍କୁ ସମନ ପଠାଇଛି । ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଓ ଚାର୍ମି କୌରଙ୍କୁ ମଧ୍ୟ ସମନ ପଠାଇଥିଲା । ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଇଡିରେ ଅଭିଯୋଗ ଆସିଛି ଯେ ଏହି ଚଳଚ୍ଚିତ୍ରରେ ହାୱାଲା ଟଙ୍କା ସମେତ ବିଦେଶୀ ଅର୍ଥ ବିନିଯୋଗ କରାଯାଇଛି । ଏହି ମାମଲାରେ ପୁରୀ ଜଗନ୍ନାଧ ଓ ଚର୍ମୀଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ପଠାଯାଇଥିଲା । ଅଗଷ୍ଟ ୨୫ ରେ ପ୍ରେକ୍ଷାଳୟରେ 'ଲିଗର୍' ମୁକ୍ତିଲାଭ କରିଥିଲା ଓ ଏହା ପ୍ରାୟ ୧୨୫ କୋଟି ବଜେଟରେ ପ୍ରସ୍ତୁତ କରାଯାଇଥିଲା । ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଶେଷ କିଛି କରିପାରି ନଥିଲା ।

ଫିଲ୍ମ 'ଲିଗର୍'ରେ ବିଜୟ ଦେବରାକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ଓ ରାମିଆ କୃଷ୍ଣନଙ୍କ ଭଳି ତାରକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହାର ପ୍ରମୋସନ ମଧ୍ୟ ଏକ ଉଚ୍ଚ ସ୍ତରରେ କରାଯାଇଥିଲା । କିନ୍ତୁ ଏହାକୁ ବକ୍ସ ଅଫିସରେ କିଛ ଖାସ୍ କରି ପାରି ନଥିଲା । ଆଇଏନ୍ଏସ୍ ସୂତ୍ରରୁ ପ୍ରକାଶ ଯେ, ବିଜୟ ଦେବରାକୋଣ୍ଡାଙ୍କୁ ଫିଲ୍ମ ପାଇଁ କରାଯାଇଥିବା ପୁଞ୍ଜୀ ନିବେଶ ଓ ତାଙ୍କ ଦଳକୁ ଦିଆଯାଇଥିବା ଟଙ୍କା ବିଷୟରେ ପଚରା ଉଚୁରା କରାଯାଉଛି । ଏହାପୂର୍ବରୁ, ଇଡି ଅଧିକାରୀମାନେ ୧୭ ନଭେମ୍ବରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଓ ଅଭିନେତ୍ରୀ-ନିର୍ମାତା ଚାର୍ମି କୌରଙ୍କୁ ମଧ୍ୟ କରିଥିଲେ ।

ବିଜୟ ଦେବରାକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ମେଗା ସୁଟିଂ ଲାସ୍ ଭେଗାସ୍ ଠାରେ ହୋଇଥିଲା । ମାଇକ୍ ଟାଇସନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ କ୍ୟାମୋ କରିଥିଲେ । ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନାହିଁ ଓ ଏକ ଫ୍ଲପ୍ ରହିଥିଲା । ଚଳଚ୍ଚିତ୍ରର ପ୍ରମୋସନ ମଧ୍ୟ ଏକ ବଡ଼ ସ୍ତରରେ କରାଯାଇଥିଲା । କଂଗ୍ରେସ ନେତା ବକ୍କା ଜଡସନ ଏହି ଫିଲ୍ମରେ ସନ୍ଦେହଜନକ ନିବେଶ ସମ୍ପର୍କରେ ଅଭିଯୋଗ କରିବା ପରେ ଇଡି ତଦନ୍ତ ଆରମ୍ଭ କରିଥିଲା । ବେକେ ଜଡସନ ଅଭିଯୋଗ କରିଛନ୍ତି ଯେ ରାଜନେତାମାନେ ମଧ୍ୟ 'ଲିଗର୍'ରେ ଟଙ୍କା ନିବେଶ କରିଛନ୍ତି । ସେ ଦାବି କରିଛନ୍ତି ଯେ ନିବେଶକମାନେ ସେମାନଙ୍କର କଳା ଟଙ୍କାକୁ ଧଳା କରିବାର ସହଜ ଉପାୟ ପାଇଛନ୍ତି ।

ଏହା କୁହାଯାଉଛି ଯେ ଫେମା ଉଲ୍ଲଂଘନ କରି ଫିଲ୍ମ ନିର୍ମାଣରେ ବିଦେଶରୁ କୋଟି କୋଟି ଟଙ୍କା ନିବେଶ ହୋଇଥିବା ଅଭିଯୋଗରେ ଇଡି ଅଧିକାରୀ ନିର୍ଦ୍ଦେଶକ ତଥା ନିର୍ମାତାଙ୍କୁ ପ୍ରଶ୍ନ କରିଥିଲେ । ଯାଞ୍ଚକାରୀ ସଂସ୍ଥା ସନ୍ଦେହ କରୁଛି ଯେ ଅନେକ କମ୍ପାନୀ ଚଳଚ୍ଚିତ୍ର ନିର୍ମାତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି । ଯେଉଁମାନେ ଟଙ୍କା ପଠାଇଥିଲେ ଓ ମାଇକ୍ ଟାଇସନ୍ ଏବଂ ବୈଷୟିକ ଦଳ ସମେତ ବିଦେଶୀ କଳାକାରମାନଙ୍କୁ କିପରି ପେମେଣ୍ଟ ପ୍ରଦାନ କରାଯାଇଥିଲା ତାହାର ବିବରଣୀ ଦେବାକୁ ତାଙ୍କୁ କୁହାଯାଇଥିଲା ।

ଏହା ବି ପଢ଼ନ୍ତୁ: The Kashmir Files: 'ଦି କାଶ୍ମୀର ଫାଇଲ୍ସ' କୁ ନେଇ ବିବାଦୀୟ ବୟାନ ଦେଲେ ଇସ୍ରାଏଲ ଫିଲ୍ମ ନିର୍ମାତା, ବିବେକ ଅଗ୍ନିହୋତ୍ରୀ ଦେଲେ ଏଭଳି କଡା ଜବାବ୍