Bollywood : ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଗୌରୀ
Advertisement
Article Detail0/zeeodisha/odisha1362685

Bollywood : ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଗୌରୀ

Gauri Khan : ଶାହାରୁକ୍ ଖାନ୍ ଙ୍କ ପତ୍ନୀ ଗୌରୀ ଖାନ୍ । କଫି ଉଇଥ୍ କରନ ସିଜନ ୭ର ଏହି ଏପିସୋଡ ବେଶ ରୋମାଞ୍ଚକର ଥିଲା । କାହିଁକିନା ଏ ଶୋ’ର ଏଥର ଗେଷ୍ଟ ଥିଲେ କିଙ୍ଗ ଖାନ୍ ଙ୍କ ପତ୍ନୀ ଗୌରୀ ଖାନ୍ ।  

ସୌଜନ୍ୟ : ସୋସିଆଲ ମିଡିଆ

Gauri Khan : ଶାହାରୁକ୍ ଖାନ୍ ଙ୍କ ପତ୍ନୀ ଗୌରୀ ଖାନ୍ । କଫି ଉଇଥ୍ କରନ ସିଜନ ୭ର ଏହି ଏପିସୋଡ ବେଶ ରୋମାଞ୍ଚକର ଥିଲା । କାହିଁକିନା ଏ ଶୋ’ର ଏଥର ଗେଷ୍ଟ ଥିଲେ କିଙ୍ଗ ଖାନ୍ ଙ୍କ ପତ୍ନୀ ଗୌରୀ ଖାନ୍ ।  ଗୌରୀଙ୍କ ସହ ନଜର ଆସିଥିଲେ ଭାବନା ପାଣ୍ତେ ଓ ମହୀପ କପୁର । ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଟକ୍ ଶୋ ‘କଫି ୱିଥ୍ କରଣ-ସିଜନ 7’ ରେ  ଗୌରୀ ଆର୍ଯ୍ୟାନ ଖାନଙ୍କ ଗିରଫଦାରୀକୁ ନେଇ ଖୁଲମଖୁଲା ଚର୍ଚ୍ଚା କରିଥିଲେ।  ଗୌରୀ କହିଥିଲେ ଯେ ,“ପିତାମାତା ଭାବରେ ଏହା ତାଙ୍କ ପାଇଁ କଠିନ ସମୟ ଥିଲା। ଏହି ବିପଦ ସମୟରେ ତାଙ୍କ ପରିବାର ପାଖରେ ଠିଆ ହୋଇଥିବା, ସେମାନଙ୍କ ପ୍ରତି ସାହାଯ୍ୟର ହାତ ବଢାଇଥିବା ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

 

ଗୌରୀ ଆହୁରୀ ମଧ୍ୟ କହିଛନ୍ତି ଗୋଟିଏ ପରିବାର ହିସାବରେ ଆମେ ବହୁତ କିଛି କରିଛୁ । ପିତାମାତା ହିସାବରେ ଆମେ ସେହି ଦିନ ଗୁଡିକରେ କଠିନ ପରିସ୍ଥିତି ଦେଇ ଗତି କରିଛୁ । ସେହି ଦିନ ଗୁଡିକ ଆମ ପାଇଁ ବହୁତ ଖରାପ୍ ଥିଲା। ଯାହା ଆଜିର ପରିସ୍ଥିତି ଠାରୁ ସମ୍ପୁର୍ଣ୍ଣ ଅଲଗା। ଆଜି ଆମେ ସମସ୍ତେ ଗୋଟେ ପରିବାର ହୋଇ ରହିଛୁ ।  ତାହା ପୁଣି ଏକ ଭଲ ସ୍ଥାନରେ । ଯେଉଁଠାରେ ଆମେ ସମସ୍ତଙ୍କ ଭଲ ପାଇବା ଅନୁଭବ କରିପାରୁଛୁ। ସେଥିପାଇଁ ଆମେ ସମସ୍ତଙ୍କ ପାଖରେ କୃତଜ୍ଞ ”। ସୂଚନା ଅନୁସାରେ, ୨୦୨୧ ସମିହା ଅକ୍ଟୋବର ୧୦ରେ ମୁମ୍ବାଇ-ଗୋଆ କ୍ରୁଜରେ ଡ୍ରଗ୍ସ ସନ୍ଦେହରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟାନଙ୍କୁ ଗିରଫ କରାଯାଇଥିଲା।  ଦିର୍ଘ ୨୨ ଦିନ ପରେ ଜେଲରୁ ମକୁଳିଥିଲେ। ସେହି ସମୟରେ ଏ ଖବର ଖବରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହି ସମୟରେ ଶାହାରୁକ୍ ଖାନ୍ ଙ୍କ ପରବାର ପାଇଁ ବଡ ଦୁଖଃର ଦିନ ଥିଲା।  ତେବେ କେବଳ ଆର୍ଯ୍ୟାନ ଖାନଙ୍କ ବିଷୟରେ ନୁହେଁ , ଚଙ୍କି ପାଣ୍ତେ ଓ ଭାବନା ପାଣ୍ତଙ୍କ ଝିଅ  ଅନନ୍ୟା ପାଣ୍ତେଙ୍କ ବିଷୟରେ ଶୋରେ ମଧ୍ୟ ଚର୍ଚ୍ଚା ହୋଇଥିଲା । 

ଏହାବି ପଢନ୍ତୁ  : New Yorkରେ ପ୍ରିୟଙ୍କା ଚୋପ୍ରା, ଭାଇରାଲ ହେଉଛି ଦେଶୀଗାର୍ଲଙ୍କ ଏମିତି କିଛି ଭିଡିଓ

ଝିଅ ଅନନ୍ୟା ପାଣ୍ତେର ଡେଟ ନେଇ କରନ୍ ଓ ଭାବନାଙ୍କ ମଧ୍ୟରେ ଏମିତି କିଛି ଚର୍ଚ୍ଚା ମଧ୍ୟ ଶୋରେ ହୋଇଛି । କରଣ ଭାବନାଙ୍କୁ କହିଥିଲେ କି ଅନନ୍ୟା ଏକ ସମୟରେ ଦୁଇ ଜଣ ପୁଅଙ୍କୁ ଡେଟ କରୁଥିଲେ। ଏହା ଶୁଣି ତାଙ୍କ ମା ଭାବନା ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ସେ ତାଙ୍କ ଝିଅର ପକ୍ଷ ନେବାକୁ ଚେଷ୍ଟା କରିଥିଲେ।  ହେଲେ କରଣ କହିଥିଲେ ମୁଁ ଭାବୁଛି ଅନନ୍ୟା ଏହା କରିଛନ୍ତି। କିନ୍ତୁ ଭାବନା କହିଥିଲେ କି ନା ସେ ଏହା କରିନଥିବା, ସେ ଦୁଇ ଜଣଙ୍କ ବିଷୟରେ ଚିନ୍ତା କରୁନାହିଁ। କାହିଁକି ନା ଜଣଙ୍କ ସହିତ ସେ ବ୍ରେକ୍‌ଅପ୍‌ କରିସାରିଛି। । ଖାଲିପିଲି (Khaali Peeli) ଫିଲ୍ମ ସୁଟିଂ ସେଟରୁ ଆରମ୍ଭ ହୋଇଥିଲା ଅନନ୍ୟା ପାଣ୍ତେ  ଓ ଇସାନ୍ ଖଟ୍ଟରଙ୍କ ଲଭଷ୍ଟୋରୀ । ସୁଟିଂ ସେଟରୁ ପରପ୍ପରକୁ ଡେଟ କରିଥିଲେ ଏ ଲବ୍ ବାର୍ଡ। ହେଲେ ଏ ରିଲେସନସିପ ବେଶି ଦିନ ତିଷ୍ଠି ନ ଥିଲା। ପରପ୍ପର ଭିତରେ ବୁଝାବଣା ପରେ ଉଭୟ ବ୍ରେକଅପ୍ କରିଥିଲେ।