GoodBye Box Office Collection Day 1 : କାହିଁକି ପ୍ରଥମ ଦିନରେ ଧିମା କଲେକସନ କଲା ବିଗ୍ ବିଙ୍କ ଫିଲ୍ମ ? ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1385493

GoodBye Box Office Collection Day 1 : କାହିଁକି ପ୍ରଥମ ଦିନରେ ଧିମା କଲେକସନ କଲା ବିଗ୍ ବିଙ୍କ ଫିଲ୍ମ ? ଜାଣନ୍ତୁ କାରଣ

ବିଗ୍ ବି ଅମିତାଭ ବଚ୍ଚନ ଓ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ 'ଗୁଡବାଏ' (GoodBye) ଶୁକ୍ରବାର ରିଲିଜ୍ ହୋଇଛି । ଫିଲ୍ମରେ ବଲିଉଡର ମେଗାଷ୍ଚାର ଅମିତାଭ ବଚ୍ଚନ ଲିଡ୍ ରୋଲରେ ନଜର ଆସିଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

GoodBye Box Office Collection Day 1 : ବିଗ୍ ବି ଅମିତାଭ ବଚ୍ଚନ ଓ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ 'ଗୁଡବାଏ' (GoodBye) ଶୁକ୍ରବାର ରିଲିଜ୍ ହୋଇଛି । ଫିଲ୍ମରେ ବଲିଉଡର ମେଗାଷ୍ଚାର ଅମିତାଭ ବଚ୍ଚନ ଲିଡ୍ ରୋଲରେ ନଜର ଆସିଛନ୍ତି । ହେଲେ ତଥାପି ପ୍ରଥମ ଦିନରେ ଫିଲ୍ମଟି ଏତେ ଭଲ କଲେକସନ୍ କରି ନ ଥିଲା। ନିର୍ମାତା ବକ୍ସ ଅଫିସର କଲେକସନ ନେଇ କିଛି ସ୍ପଷ୍ଟ କରି ନାହଁନ୍ତି । ହେଲେ ପ୍ରାରମ୍ଭିକ ବାଣିଜ୍ୟ ରିପୋର୍ଟରୁ ଜଣାପଡିଛି ଯେ ବକ୍ସ ଅଫିସରେ ଫିଲ୍ମଟି ଧିମା ବ୍ୟବସାୟ ଆରମ୍ଭ କରିଛି । ତଥାପି ଫିଲ୍ମଟି ୨ ରୁ ୩ କୋଟି ମଧ୍ୟରେ କଲେକସନ୍ କରିଥିବା ଚର୍ଚ୍ଚା ହେଉଛି । ଏହି ଚଳଚ୍ଚିତ୍ରଟି  ଜର୍ସି, ରନୱେ ୩୪ ଓ ଝୁଣ୍ତ ମୁଭି ଭଳି ବକ୍ସ ଅଫିସରେ କଲେକସନ କରିବ ବୋଲି ଆଶା କରାଯାଉଛି । 

‘ଗୁଡବାଏ’ ଯଦି ଫିଲ୍ମକୁ ଗୋଟିଏ ବାକ୍ୟରେ ବ୍ୟାଖ୍ୟା କରିବାକୁ ପଡିବ, ତେବେ ଏହି ଚଳଚ୍ଚିତ୍ରଟି ଫ୍ୟାମିଲି ଡ୍ରାମା । ରଶ୍ମିକା ମନ୍ଦନା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ପୁଷ୍ପାଙ୍କ ସଫଳତା ପରଠାରୁ ରଶ୍ମିକାଙ୍କ ପ୍ରଶଂସକମାନେ ଭାରତରେ ମଧ୍ୟ ବୃଦ୍ଧି ପାଇଛନ୍ତି । ରିଲିଜ୍ ହୋଇଥିବା ଫିଲ୍ମ ବଡ ବଜେଟ୍ ଫିଲ୍ମ ନୁହେଁ । ତଥାପି ଫିଲ୍ମଟି ୨ ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ।  ଫିଲ୍ମରେ ଅନେକ ହସ ମଜାକ୍‌ ଏବଂ ଭାବପ୍ରବଣ ମୁହୂର୍ତ୍ତ ଅଛି । ଯଦି ରଶ୍ମିକାଙ୍କ ଓ୍ବାର୍କଫ୍ରେଣ୍ଚର କଥା କହିବା , ତେବେ ବର୍ତ୍ତମାନ ତାଙ୍କୁ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  

ଏହାବି ପଢନ୍ତୁ : Social Media influencer Balwinder Kataria : ବିବାଦିୟ ବଲୱିନ୍ଦର କଟାରିଆଙ୍କୁ ଜାମିନ୍, ଗତ ୨ ମାସ ତଳେ ଘଟାଇ ଥିଲେ କିଛି ଏମିତି କାଣ୍ତ

ସେ ମିଶନ୍ ମଞ୍ଚୁ, ପୁଷ୍ପା ୨ ଓ ଆନିମଲ ଫିଲ୍ମରେ ନଜର ଆସିବେ।  ମିଶନ ମଞ୍ଚୁରେ ସେ ସିଦ୍ଦାର୍ଥ ମଲହୋତ୍ରାଙ୍କ ସହ ଲିଡ ରୋଲରେ ନଜର ଆସିବାକୁ ଥିବା ବେଳେ ପୁଷ୍ପା ୨ରେ ଅଲୁ ଅର୍ଜୁନଙ୍କ ବିପକ୍ଷରେ ନାୟିକା ସାଜିବେ । ସେହିପରି ଫିଲ୍ମ ଆନିମଲରେ ମଧ୍ୟ ରଣବୀର କପୁରଙ୍କ ସହ ସ୍କ୍ରିନ୍ ସେୟାର କରିବେ ରଶ୍ମିକା । ଗୁଡବାଏ ଫିଲ୍ମର ଲିଡ ରୋଲରେ ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ,ରଶ୍ମିକା ମନ୍ଦନା, ନୀନା ଗୁପ୍ତା,ସୁନୀଲ ଗ୍ରୋଭର ଓ ସିଭିନ୍ ନାରଙ୍ଗ । ରଶ୍ମିକାଙ୍କ ଅଭିନୀତ ଫିଲ୍ମ (Pushpa) ପୁଷ୍ପା ଦ ରାଇଜ୍ ବକ୍ସ ଅଫିସରେ ଜବରଦସ୍ତ ହିଟ୍ କରିଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା । ତେବେ ଏ ଫିଲ୍ମର ଦ୍ବିତୀୟ ଭାଗ (Pushpa: The Rule -Part 2) ର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ, ଚଳିତ ବର୍ଷ ଡିସେମ୍ବରରେ ଫିଲ୍ମ ପୁଷ୍ପା ପାର୍ଟ ୨ (Pushpa: The Rule - Part 2) ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ,  ପୁଷ୍ପା ପାର୍ଟ ଟୁ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି  ଫିଲ୍ମର ଷ୍ଟାର କାଷ୍ଟ ।