Happy Birthday Rekha : ରେଖାଙ୍କୁ କାହିଁକି ପ୍ରରଣା ବୋଲି ମାନନ୍ତି ମାଧୁରୀ , ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1388830

Happy Birthday Rekha : ରେଖାଙ୍କୁ କାହିଁକି ପ୍ରରଣା ବୋଲି ମାନନ୍ତି ମାଧୁରୀ , ଜାଣନ୍ତୁ କାରଣ

Rekha Birth Day Special : ବଲିଉଡ ଅଭିନେତ୍ରୀ ରଖା । ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୬୯ ବର୍ଷରେ ପଦାର୍ପଣ କରିଛନ୍ତି  ରେଖା ।  

ସୌଜନ୍ୟ : ସୋସିଆଲ ମିଡିଆ

Rekha Birth Day Special : ବଲିଉଡ ଅଭିନେତ୍ରୀ ରେଖା । ନିଜର ନିଆରା ଅନ୍ଦାଜ ଓ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ୯୦ ଦଶକର ଏହି ଅଭିନେତ୍ରୀଙ୍କ ଅଭିନୟର ଯାଦୁ ଆଜିବି କଳା ଦୁନିଆରେ ଦେଖିବାକୁ ମିଳୁଛି। ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୬୯ ବର୍ଷରେ ପଦାର୍ପଣ କରିଛନ୍ତି  ରେଖା ।  ଏହି ଅବସରରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଡ୍ରିମଗାର୍ଲ ହେମାମାଲିନୀ ମଧ୍ୟ ରେଖାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଇନଷ୍ଟାରେ ରେଖାଙ୍କ ଏକ ଫଟୋ ସେୟାର କରି ହାପି ବାର୍ଥ ଡେ ବୋଲି ଲେଖିଛନ୍ତି । ସେହିପରି ଡିମ୍ପଲ ଗାର୍ଲ ପ୍ରୀତିଜିଣ୍ଚା, ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା , ମାଧୁରୀ ଦୀକ୍ଷିତ୍ ମଧ୍ୟ ସୋସିଆଲ ମିଡିଆରେ ରେଖାଙ୍କ ଏକ ଫଟୋ ସେୟାର କରିଛନ୍ତି। ଏବଂ  ହାପି ବାର୍ଥ ଡେ ବୋଲି ଲେଖିଛନ୍ତି । ଧକଧକ୍ ଗାର୍ଲ ରେଖାଙ୍କ ପାଇଁ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ଜନ୍ମଦିନର ଶୁଭେଚ୍ଛା # ରେଖାଜୀ ! ତୁମର ପ୍ରତିଭା ଓ ଅଭିନୟ ମୋ ପାଇଁ ସଦା ସର୍ବଦା ଏକ ପ୍ରେରଣା "।

୧୯୫୪ ମସିହାରେ ଆଜିର ଦିନରେ ତାମିଲନାଡୁର ଚେନ୍ନାଇରେ ସେ ଜନ୍ମ ଗ୍ରହଣ କରିଥିଲେ। ରେଖାଙ୍କ ବାପା ଜେମିନି ଗଣେଶ ଜଣେ ଦକ୍ଷିଣ ଭାରତୀୟ ଅଭିନେତା ଥିଲେ। ତାଙ୍କ ମାଆ ମା' ପୁଷ୍ପାଭଲୀ । ରେଖାଙ୍କ ଚଳଚ୍ଚିତ୍ର ଜୀବନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଅନେକ ମୋଡ ଆସିଛି, ସେ କିନ୍ତୁ କୌଣସି ପରିସ୍ଥିତିରେ ବି ଭାଙ୍ଗି ଯାଇ ନାହାନ୍ତି କି ହାର ମାନିନାହାନ୍ତି। ଏହା ପରେ ବି ସଫଳତାର ପାହାଚ ଚଢିଛନ୍ତି। ରେଖା ପ୍ରଥମେ ୧୨ ବର୍ଷ ବୟସରେ ଫିଲ୍ମ 'ରଙ୍ଗୁଲା ରତ୍ନମ'ରେ ସେ ପ୍ରଥମେ ଅଭିନୟ କରିଥିଲେ । ସେ ସେହି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ହିନ୍ଦୀ ଫିଲ୍ମରେ କାମ କରିବା ପୂର୍ବରୁ ସେ ତେଲୁଗୁ ଓ କନ୍ନଡ଼ର ଗୋଟିଏ ଲେଖାଏଁ ଫିଲ୍ମରେ ଅଭିନୟ କରିସାରିଥିଲେ । ହିନ୍ଦୀ ଫିଲ୍ମ 'ଅନଜାନା ସଫର'ରେ ତାଙ୍କୁ ପ୍ରଥମେ ଅଭିନୟ କରିବାର ସୁଯୋଗ ମିଳିଥିଲା । କିନ୍ତୁ ଏହି ଫିଲ୍ମରେ ଅଭିନେତା ବିଶ୍ୱଜୀତଙ୍କ ସହିତ ତାଙ୍କର ଚୁମ୍ବନ ଦୃଶ୍ଯ ବିବାଦ ଯୋଗୁଁ ଫିଲ୍ମକୁ ସେଂସର ବୋର୍ଡ ଦ୍ୱାରା ସ୍ୱୀକୃତି ମିଳି ନ ଥିଲା । ପରେ ଏହି ଫିଲ୍ମ ଟିର ନାମ ପରିବର୍ତ୍ତନ କରି 'ଦୋ ଶିକାରୀ' ନାମରେ ରିଲିଜ କରାଯାଇଥିଲା ତେବେ ଫିଲ୍ମଟିକୁ ସେତେ ସଫଳତା ମିଳିନଥିଲା।

ଏହାବି ପଢନ୍ତୁ : Phone Bhoot Trailer : ସାମ୍ନାକୁ ଆସିଲା 'ଫୋନ୍ ଭୂତ' ଟ୍ରେଲର୍ , କ୍ୟାଟଙ୍କ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ

ଏଥିପାଇଁ ୧୯୭୦ରେ ରିଲିଜ ହୋଇଥିବା 'ସାବନ ଭାଦୋ'କୁ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ମାନା ଯାଏ । ପ୍ରଥମେ ପ୍ରଥମେ ତାଙ୍କୁ ତାଙ୍କର ସାବନା ଚେହେରା ଏବଂ ହିନ୍ଦୀ ଭାଷା ଉଚ୍ଚାରଣ ଆଦି ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିଥିଲା । ହିନ୍ଦୀ ସିନେମାରେ ସେ ଉଭୟ କଳାତ୍ମକ ଏବଂ ବ୍ୟାବସାୟିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଦମଦାର ଅଭିନୟ ପାଇଁ ସେ ଖୁବଶିଘ୍ର ହିନ୍ଦୀ ସିନେ ଜଗତର ସବୁଠାରୁ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି । ତାଙ୍କର କିଛି ସଫଳ ଫିଲ୍ମ ମଧ୍ୟରେ 'ଖୂବସୂରତ', 'ଖୂନ ଭରୀ ମାଂଗ' ଏବଂ 'ଉମରାବ ଜାନ' ଆଦି ଖୁବ ଲୋକପ୍ରିୟତା ଲାଭ କରିଥିଲା । ରେଖାଙ୍କୁ ବର୍ଷ ୧୯୮୧ରେ 'ଖୂବସୂରତ' ଏବଂ ୧୯୮୯ରେ 'ଖୂନ ଭରୀ ମାଂଗ' ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମ ଫେୟର ପୁରସ୍କାର ମିଳି ଥିଲା  । ୨୦୦୩ରେ ତାଙ୍କୁ 'ଫିଲ୍ମ ଫେୟାର ଲାଇଫଟାଇମ ଅଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରେଖାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଟୁଇଷ୍ଟ  ଆସିଛି। ୧୯୯୦ ମସିହାରେ,ରେଖା ଶିଳ୍ପପତି ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ହେଲେ ଏହି ବିବାହ ବେଶି ଦିନ ତିଷ୍ଠି ନ ଥିଲା। ଦୁହେଁ ଛାଡପତ୍ର ଦେଇଥିଲେ। ପରେ ମୁକେଶ ଅଗ୍ରୱାଲ ଆତ୍ମହତ୍ୟା କରିଥିଲେ। କିନ୍ତୁ ଆଜି ମଧ୍ୟ ରେଖା ସିନ୍ଦୁର ଲଗାଉଛନ୍ତି। ତାଙ୍କ ବିବାହ ପୂର୍ବରୁ ସେ ଋଷି କପୁର ଏବଂ ନୀତୁ ସିଂଙ୍କ ବିବାହରେ ସିନ୍ଦୁର ପିନ୍ଧି ପହଞ୍ଚିଥିଲେ। ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି ସିନ୍ଦୁର ଲଗାନ୍ତି ତାହାର ରହସ୍ୟ କେହି ଜାଣିପାରି ନାହାଁନ୍ତି। ରେଖାଙ୍କ ଜୀବନରେ ନବୀନ ନିଶ୍ଚଲ, ଜିତେନ୍ଦ୍ର, ବିନୋଦ ମେହେରା, ବିଶ୍ୱଜିତ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ଅଭିନେତା ଆସିଥିଲେ । ଯାହାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ସହ ତାଙ୍କର ସମ୍ପର୍କ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା। ଦୁହେଁ ଏ ବିଷୟରେ କେବେ ବି ଖୋଲାଖୋଲି କହି ନାହାଁନ୍ତି। ଉଭୟଙ୍କ ମଧ୍ୟରେ କ'ଣ ଥିଲା ସଂପର୍କ ତାହା ଏବେ ବି ରହସ୍ୟ ହୋଇ ରହିଛି। ଦୁହେଁ ଶେଷ ଥର ପାଇଁ ଫିଲ୍ମ 'ସିଲ୍‌ସିଲା'ରେ ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ରରେ ଜୟା ବଚ୍ଚନ ମଧ୍ୟ ଅଛନ୍ତି।