Jawan: 'Crush' ପାଇଁ ଶାହାରୁଖଙ୍କ ଅପୋଜିଟ୍ ରେ ଭିଲେନ ହେବାକୁ ରେଡି ହୋଇଥିଲେ ସେଦୁପତି
Advertisement
Article Detail0/zeeodisha/odisha1861991

Jawan: 'Crush' ପାଇଁ ଶାହାରୁଖଙ୍କ ଅପୋଜିଟ୍ ରେ ଭିଲେନ ହେବାକୁ ରେଡି ହୋଇଥିଲେ ସେଦୁପତି

Jawan Film Cast: ରିଲିଜ ହୋଇଛି ଫିଲ୍ମ 'ଜୱାନ'।  ଗୋଟିଏ ଦିନରେ ଜୱାନର କ୍ରେଜ ଏତେ ବଢିଛି ଯେ, ଶାହାରୁଖ ଓ ସେଦୁପତି ଙ୍କ ଫ୍ୟାନ୍ସ ଏହି ଫିଲ୍ମ ପାଇଁ ପୂରା ଦିୱାନା ହୋଇଛନ୍ତି। ତେବେ ଏମିତି ଏକ ଖବର ଯାହା ଜାଣିଲେ ଆପଣ ବି ଜାଣି ଆଶ୍ଚର୍ଯ୍ୟ ହେବେ।  ଏକ ସାକ୍ଷାତକାରରେ ସେଦୁପତି କଣ କହିଥିଲେ ଆସନ୍ତୁ ଏହି ଆର୍ଟିକିଲ ରେ ଜାଣିବା। 

 

Jawan: 'Crush' ପାଇଁ ଶାହାରୁଖଙ୍କ ଅପୋଜିଟ୍ ରେ ଭିଲେନ ହେବାକୁ ରେଡି ହୋଇଥିଲେ ସେଦୁପତି

Jawan Film Cast: ଜୋରସୋରରେ ଆଗେଇ ଚାଲିଛି ବ୍ଲକ୍ ବଷ୍ଟର ଫିଲ୍ମ ଜୱାନ । ଶାହାରୁଖଙ୍କ ଆକ୍ଟିଂ, ନୟନତାରାଙ୍କ ଆକ୍ସନ ସହ ଫିଲ୍ମର କାହାଣୀକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ତେବେ ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିଥିବା ଭିଲେନ କାଲି ବା ବିଜୟ  ସେଦୁପତି।  ସେଦୁପତି ଆକ୍ଟିଂ, ଭିଲେନ ଲୁକ୍ ସହ ଶାହାରୁଖଙ୍କ ସହ ଡାଏଲଗ ଦେଖି ଫ୍ୟାନ୍ସ ମାନେ ହ୍ୱିଇସିଲ୍ ନ ମାରି ରହିପାରିନାହାଁନ୍ତି । ତେବେ ୱିକେଣ୍ଡରେ ଫିଲ୍ମ ଜୱାନ ଆହୁରି ଅଧିକ ଇନକମ କରିବ ବୋଲି ଆଶା କରାଯାଉଛି। ସେପଟେ ଏକ ସାକ୍ଷାତକାରରେ ଦେଇଥିବା ନିଜର ଷ୍ଟେଟମେଣ୍ଟକୁ ନେଇ ସେଦୁପତି ଏବେ ବେଶ ଚର୍ଚ୍ଚାରେ। 

ବିଜୟ ସେଦୁପତି ସାଉଥ ଇଣ୍ଡଷ୍ଟ୍ରିର (Vijay Sethupathi) ଜଣେ ଆଗଧାଡ଼ିର ନାୟକ । ତାଙ୍କ ଆକ୍ଟିଂ ସ୍କିଲକୁ ଖୁବ୍ ପସନ୍ଦ କରନ୍ତି ଫ୍ୟାନ୍ସ । ତେବେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଶାହାରୁଖଙ୍କ ସହ ଅଭିନୟ କରି ସେ ବହୁତ ଖୁସି କାରଣ ସେଇଟା ତାଙ୍କର ବହୁତ ଦିନରୁ ଇଚ୍ଛା ଥିଲା । ସେଦୁପତି କହିଥିଲେ ଯେ, ଛୋଟବେଳେ ସ୍କୁଲରେ ତାଙ୍କର ଜଣେ ଛାତ୍ରୀଙ୍କୁ ସେ ଖୁବ ପସନ୍ଦ କରୁଥିଲେ। ତେବେ ସେ ଛାତ୍ରୀଙ୍କୁ କହିଥିଲେ ଯେ, ତାଙ୍କ ର କେଉଁ ହିରୋ ପସନ୍ଦ ତେବେ ଛାତ୍ରୀ ଜଣକ କହିଥିଲେ ଯେ, ତାଙ୍କର ଶାହାରୁଖ ଖୁବ୍ ପସନ୍ଦ । ସେବେଠୁ ସେଦୁପତି ପଣ କରିଥିଲେ ଜୀବନରେ କେବେ ନା କେବେ ଶାହରୁଖଙ୍କ ଅପୋଜିଟ୍ ରେ ଭିଲେନ ଚରିତ୍ରରେ ନଜର ଆସିବେ। 

ସେହିପରି ଅନ୍ୟ ଏକ ସାକ୍ଷାତକାରରେ ବିଜୟ ସେଦୁପତି କହିଥିଲେ ଯେ, ଯଦି ଶାହାରୁଖଙ୍କ ସହ କାମ କରିବାର ସୁଯୋଗ ମିଳେ ତେବେ ସେ ଫ୍ରିରେ କାମ କରିବେ ବୋଲି କହିଥିଲେ କାରଣ ସେ ଶାହାରୁଖଙ୍କ ବହୁତ ବଡ ଫ୍ୟାନ୍  । ହେଲେ ଏକଥା ସେ କଥାରେ କଥାରେ କହିଥିଲେ ମଧ୍ୟ ଜୱାନ ଫିଲ୍ମ ପାଇଁ ୨୧ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି ସେଦୁପତି। 

ସୂଚନା ଯୋଗ୍ୟ, ଶାହରୁଖ ଖାନ୍ (Shah Rukh Khan) ଓ ନୟନତାରାଙ୍କ (Nayanthara) ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୱାନ' ସେପ୍ଟେମ୍ବର ୭ ତାରିଖ ଅର୍ଥାତ୍ ଗୁରୁବାର ଦିନ ବଡ଼ ପରଦାରେ ରିଲିଜ ହୋଇଛି। ତେବେ ରିଲିଜର ପ୍ରଥମ ଦିନ 'ଜୱାନ୍' ରେକର୍ଡ କରିଥିବା ବେଳେ ଇଣ୍ଡଷ୍ଟ୍ରିର ଇତିହାସକୁ ମଧ୍ୟ ବଦଳାଇ ଦେଇଛି  । ଅନେକ ସହରରେ 'ଜୱାନ୍'ର ‘ଫ୍ୟାଷ୍ଟ ଡ଼େ ଫ୍ୟାଷ୍ଟ ସୋ’ (Jawan First Day First Show) ରାତି ୨ଟାରୁ ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ଭୋର ୫ଟାରେ ଆରମ୍ଭ ହୋଇଥିଲା । ଯାହା ପୂର୍ବରୁ କେବେ ମଧ୍ଯ ଦେଖିବାକୁ ମିଳିନଥିଲା । ତେବେ ଯଦି ଫିଲ୍ମର ଓପନିଂ ଡ଼େ କଲେକ୍ସସନ୍ କଥା କହିବା ତାହାଲେ କିଙ୍ଗ ଖାନଙ୍କ 'ଜୱାନ୍' ପ୍ରଥମ ଦିନରୁ ହିଁ ଦମଦାର ବକ୍ସ ଅଫିସ କଲେକ୍ସସନ୍ କରିଥିବା ଦେଖିବାକୁ ମିଳିଛି । ତେବେ ରିଲିଜର ପ୍ରଥମ ଦିନରେ ୭୫ କୋଟି ପାର୍ କରିଛି ଏହି ଫିଲ୍ମ। 

Also Read: Jawan: ଦମଦାର ଓପନିଂ ସହ ରେକର୍ଡ଼ ଭାଙ୍ଗିଲା 'ଜୱାନ୍', ପ୍ରଥମ ଦିନ ଆୟ କଲା ଏତିକି କୋଟି